Odisha news

ଭୁବନେଶ୍ବରରେ ସାମ୍ପ୍ରତିକ ଘୁମୁସର ବିକାଶରେ ଆମର ଅବଦାନ ଶିର୍ଷକ ଆଲୋଚନା ଚକ୍ର

0

ଭୁବନେଶ୍ବର(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଘୁମୁସର ସାହିତ୍ୟ, କଳା,ସଂସ୍କୃତି, ଭାସ୍କର୍ଯ୍ୟ ବିଶ୍ଵ ପ୍ରସିଦ୍ଧ ଲାଭ କରିଅଛି ଅତୀତରେ ଘୁମୁସର ଭଞ୍ଜ ରାଜବଂଶ ର ୮୩୨ ଖ୍ରୀ ରୁ ଆରମ୍ଭ ହୋଇ ଦୀର୍ଘ ଏକ ହଜାର ବର୍ଷଧରି ଭଞ୍ଜ ରାଜବଂଶ ଘୁମୁସରରେ ରIଜତ୍ଵ କରି ଆସିଥିଲେ ଯାହା ବିଶ୍ଵ ଇତିହାସରେ ବିରଳ କିନ୍ତୁ ଯୁଗପୋଯୋଗୀ, ସମୟ ଉପଯୋଗୀ,ରାଜନୈତିକ ଇଛାଶକ୍ତି ଅଭାବରୁ ଏହା ଇତିହାସ ପୃଷ୍ଠାରୁ ଲିଭିବାକୁ ବସିଲାଣି I ଏହାର ଉପଯୁକ୍ତ ତଦାରଖI, ବିକାଶ ଓ ସଂରକ୍ଷଣ ସୁରକ୍ଷା କରିବା, ପ୍ରଚାର ଓ ପ୍ରସାର ସହ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ସାହିତ୍ୟର ସରକାରୀ ମୁଦ୍ରଣ, ଭଞ୍ଜ ସାହିତ୍ୟ ସଙ୍ଗୀତ କାବ୍ୟଗୁଡିକ ଜାତୀୟ ଭାଷା ହିନ୍ଦୀ ଓ ଆନ୍ତର୍ଜାତୀୟ ଭାଷା ଇଂରାଜୀରେ ଅନୁବାଦ କରିବା, ଘୁମୁସର ନାମରେ ୱେବସାଇଟ ଓ ସାମାଜିକ ମିଡିୟା ଖୋଲା ଯାଇ ଲୁକ୍କIୟିତ ଇତିହାସ ଓ ସମସ୍ତ ଘୁମୁସର ମାଟିର ବରପୁତ୍ରଙ୍କ ଗାଥା ପ୍ରକାଶ କରିବା,ରାଜଧାନୀ ଭୁବନେଶ୍ବର,ଦିଲ୍ଲୀ, ଅନ୍ୟାନ୍ୟ ସହର ଗୁଡିକରେ ଘୁମୁସର ମହୋତ୍ସବ ପାଳନ କରିବା ପ୍ରସ୍ତାବ ରଖି ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ଦ୍ଵାରା ଏ ଏ କନଭେନସନ ସମ୍ମିଳନୀ ଗୃହ,ପାତ୍ରପଡା, ଭୁବନେଶ୍ବର ଠାରେଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି I ଆସନ୍ତା ଫେବୃୟାରୀ ମାସରେ ଘୁମୁସର ମହୋତ୍ସବ ପାଳନ କରିବା ପାଇଁ ଅଞ୍ଚଳର ଦାସକାଠିଆ,ଢଣକୋଇଲI,ଘୁଡୁକି,ସଖୀନାଚ,ପ୍ରହଲ୍ଲାଦ ନାଟକ,ପଶୁମୁଖା, ବାଘନାଚ,ଭାରତଲୀଳା ଓ କଣ୍ଢେଇ ନାଚ ପରିବେଷଣ କରାଯିବ, ଘୁମୁସର ଖାଦ୍ୟ ପାଇଁ ଘୁମୁସରି ପହିଲି ଭୋଗ , ମେଦାଭଡା, ଘୁମୁସର ଆଦିବାସୀ ସଂସ୍କୃତି ସମ୍ପର୍କୀୟ ସ୍ଵତନ୍ତ୍ର ଷ୍ଟଲ ଖୋଲାଯିବ ଓ ଚଢିଆପଲ୍ଲୀ ଗୋବର କଣ୍ଢେଇ , ଜାତୀୟ ମାନ୍ୟତାପ୍ରାପ୍ତ ଘୁମୁସରୀ ଗୁଆଘିଅ, ଗବ୍ୟପଦାର୍ଥ,ବେଲଗୁଣ୍ଠା ପିତଳ ମାଛ, ବଡକୋଦଣ୍ଡା ଡେରାବେଶ, ଭଞ୍ଜଙ୍କ ରଚିତ ଚିତ୍ରକାବ୍ୟ ବନ୍ଧୋଦୟର ସମସ୍ତ ବନ୍ଧ,ଚକରା ବିଶୋଈ,ଦୋରI ବିଶୋଈଙ୍କ ବୀର ଗାଥା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଜନ୍ମମାଟିର ମନୋରମ ପ୍ରାକୃତିକ ଦୃଶ୍ୟ, କାଷ୍ଟ କୋଣାର୍କ ବିରଞ୍ଚି ନାରାୟଣ,ମା ବ୍ୟIଘ୍ରଦେବୀ,ଶ୍ରୀ ଜଗନ୍ନାଥ, ଶ୍ରୀ ରଘୁନାଥ ମନ୍ଦିରର ଭାସ୍କର୍ଯ୍ୟ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ, ଘୁମୁସରର ବନଜାତ ବନାନୀ ବିକ୍ରୟ କେନ୍ଦ୍ର,ବିରଳ କୃଷ୍ଣସାର ମୃଗ ଓ ମୟୂର ପଟ୍ଟଚିତ୍ର ପ୍ରଦର୍ଶନ, ବରପୁତ୍ର ଓ ଦୁସ୍ଥ କଳାକାର ମାନଙ୍କୁ ସନମ୍ମIନ କରାଯିବI ପାଇଁ ନିସ୍ପତି ହୋଇଛି I ଉପଦେଷ୍ଟା ଡ ଶାନ୍ତନୁ ରଥ,ଈଂ ଲିଙ୍ଗରାଜ ଗୌଡ, ବରିଷ୍ଠ ଆଇନଜୀବୀ ତଥା ପରିଷଦ ସଭାପତି ସୋମନାଥ ନାୟକ, ରବିସାମନ୍ତ, ଗୋପାଳ ଲେଙ୍କା, ମଞ୍ଚ ସଭାପତି ବIଲ୍ଲ୍ମିକି ପଟ୍ଟନାୟକ,ଉପ ସଭାପତି ବିଶ୍ଵନାଥ ପଟ୍ଟନାୟକ,ସମ୍ପାଦକ ଅକ୍ଷୟ ପଟନାୟକ, ସହ ସମ୍ପାଦକ ବIଲ୍ଲ୍ମିକି ପାତ୍ର, କୋଷIଧକ୍ଷ ପି ତାରିଣୀ ପାତ୍ର, ,ଶିବଶଙ୍କର ତ୍ରିପାଠୀ,ରବିନାରାୟଣ ସାମନ୍ତ ପ୍ରମୁଖ ଶତାଧିକ ବିଶିଷ୍ଟବ୍ୟକ୍ତି ଅଂଶଗ୍ରହଣ କରିଥିଲେ ଯାହାର ସଂଯୋଜନା କରିଥିଲେ ସାଧାରଣ ସମ୍ପIଦକ ପ୍ରକାଶ ଚନ୍ଦ୍ରସାହୁ I ସଭାଶେଷରେ ଶିକ୍ଷାବିତ ପୀତାମ୍ବର ପରିଡା ଧନ୍ୟବାଦ ପ୍ରଦାନ କରି କରିଥିଲା I ଆସନ୍ତା ଫେବୃୟାରୀ ୧୦ରେ ନିକୋପାର୍କ ଛକ ନିକଟସ୍ଥ ଜୟଭାରତ ଭବନ, , ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ ବୋଲି ମିଡିଆ ସେଲର ମୁଖପାତ୍ର ସିମାଞ୍ଚଳ ପାତ୍ର ପ୍ରେସ ଇସ୍ତIହIର ଦେଇଛନ୍ତି I

Leave A Reply