ଗଞ୍ଜାମ :17/10 : ଗ୍ରାମକଣ୍ଠ ପଟ୍ଟା ପ୍ରଦାନରେ ଗଞ୍ଜାମ ତହସିଲ ଜିଲ୍ଲାରେ ଏକ ନମ୍ବର ବୋଲି ମଙ୍ଗଳବାର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରସନ ପାତ୍ର ସୂଚନା ଦେଇଛନ୍ତି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲି ଗ୍ରାମରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଅଧକ୍ଷତା କରିଥିଲେ l ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,15ନମ୍ବର ଜିଲ୍ଲା ପରିଷଦସଭ୍ୟ ସନାତନ ବେହେରା, 14 ନ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, ମଲାଡ଼ ପଞ୍ଚାୟତ ସରପଞ୍ଚ ମମତା ବେହେରା, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ରେଭିନ୍ୟୁ ସୁପରଭାଇଜର କାଞ୍ଚନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ କୁଶପଲ୍ଲୀ ଗ୍ରାମର 134 ପରିବାରଙ୍କୁ ଗ୍ରାମ କଣ୍ଟକ ଘର ବାରି ପଟ୍ଟା ପ୍ରଦାନ କରାଯାଇଥିଲା l ଗରିବ ଜନସାଧାରଣ ଏବଂ ଭୂମିହିଁନ ଓ ବାସହିଁନ ଲୋକଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ବିଧାୟକ ବେହେରା ନିଜ ବକ୍ତବ୍ୟରେ କହିଥିଲେ l ପୂର୍ବରୁ ଲୋକମାନେ ପଟ୍ଟା ଓ ବିଭିନ୍ନ ସାର୍ଟିଫିକେଟ ନିମନ୍ତେ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିଲା l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ବୋଲି ପୁଣି ଦୋହରାଇଥିଲେ l ଏହି ପଟ୍ଟା ଦ୍ୱାରା ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ଲୋକମାନେ ଋଣ ଆଣି ପାରିବେ ଏବଂ 5 ଟି ଓ ମୋ ସରକାର ତତ୍ୱାବଧାନରେ ପ୍ରଶାସନ ଲୋକଙ୍କ ଦୁଆରରେ ପହଂଚୁ ଥିବା ବିଧାୟକ ବେହେରା ସୂଚନା ଦେଇଥିଲେ l ତହସିଲଦାର ନାୟକ ତାଙ୍କ ଟିମ ଲୋକଙ୍କ ଘରକୁ ଯାଇ ରାଜସ୍ବ ରଥ ମାଧ୍ୟମରେ ପଟ୍ଟା ବଣ୍ଟନକୁ, ବିଧାୟକ ଏବଂ ଉପଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ l ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଆରଆଇ ରବୀନ୍ଦ୍ର ପ୍ରଧାନ l ସମସ୍ତ ତହସିଲ କର୍ମଚାରୀ ପରିଚାଳନା କରିଥିଲେ l ଜିଲ୍ଲାରେ 25 ହଜାର ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନ ପାଇଁ ଲକ୍ଷ ରଖା ଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ l l ଗ୍ରାମବାସୀ ଙ୍କ ପଟା ବ୍ୟବସ୍ଥା କରିଥିବା ପୂର୍ବତନ ରାଜସ୍ୱ ଭିଭାଗ କର୍ମଚାରୀ ଓ ନୂତନ ରାଜସ୍ୱ ଅଧିକାରୀ ଙ୍କୁ ସମ୍ମାନିତ କରାଯାଇଥିଲା l