ଗଂଜାମ ୨.୧୦.୨୩ : କୋଭିଡ଼ି କଟକଣା ହଟିବା ପରେ ଗଞ୍ଜାମ ସହର ସ୍ଥିତ ରେଳ ଷ୍ଟେସନ ଠାରେ ପୂର୍ବରୁ ରହିଆସୁଥିବା ଦ୍ରୁତଗାମୀ ଟ୍ରେନ ହିରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ରହଣି ଦାବିରେ ଗଞ୍ଜାମ ଷ୍ଟେସନ ଠାରେ ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜି ଏକ ବିଶାଳ ପ୍ରତୀକ ଧାରଣା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲେ। ପରେ ସେଠାରେ ଏକ ପ୍ରତୀକ ଧାରଣା ଦେଇଥିଲେ।
ଦେବା ସହ ଏକ ପ୍ରତିବାଦ ସଭା ବରିଷ୍ଠ ନାଗରିକ ପରିଷଦର ସଭାପତି ଲିଙ୍ଗରାକ ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୁର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବରିଷ୍ଠ ବିଜେଡି ନେତା ଟି.ଗୋପି, ଗଞ୍ଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ, ବିଶିଷ୍ଟ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସମାଜସେବୀ ତ୍ରିନାଥ ପାଣିଗ୍ରାହୀ, ପରିଷର ସମ୍ପାଦକ ଗୋୖରୀଶଙ୍କର ପାଢ଼ୀ, ଉପଦେଷ୍ଟା ଇଂ ଵିନୋଦ କୁମାର ପାଢୀ, ଵିନୋଦ ଚନ୍ଦ୍ର ମହାପାତ୍ର, ରବିନ୍ଦ୍ର କୁମାର ପଣ୍ଡା, ପୁର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ , ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବ୍ୟବସାୟ ସଂଘର ସଂପାଦକ କାହ୍ନୁ ଚରଣ ପଣ୍ଡା ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମିଡ଼ିଆ ହାଉସ ସଭାପତି ଦୁର୍ଗା ମାଧବ ପାଣିଗ୍ରାହୀ, ପୁର୍ବତନ ସରପଞ୍ଚ ସମାରେଡି, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, କାଉନସେଲିର ପୁରୁଷୋତ୍ତମ ସାହୁ, ଅରୁଣ ପଣ୍ଡା, ପି.ମୋହନ ରେଡ୍ଡୀ, ସ୍ୱାଗତ ନାୟକ,ସୁଜାତା ମହାରଣା, ବିଜେପି ନଗର ସଭାପତି କାନ୍ତରୀ ଦଳେଇ, ଯୁବନେତା ସୁଦାମ ଜେନା, ଵ୍ୟଵସାୟୀ ସଂଘ ସଭାପତି ଗୋୖରୀ ଶଙ୍କର ବାରିକ, ସାନ ବଜ଼ାର ସଙ୍ଘ ସଭାପତି ସୁଧୀର କୁମାର ପାଢୀ, ଛତ୍ରବିଜେଡ଼ି ସଭାପତି ରାକେଶ ଦାସ, ଜିଲ୍ଲା ସମ୍ପାଦକ ଅକ୍ଷୟ ପୁର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ, ଭାଗ୍ୟରେଡ୍ଡୀ, ପୁର୍ବତନ କାଉନସିଲର ରଞ୍ଜନ ବେହେରା, ଡି.କେ.ରାଓ, ସ୍ୱେଚ୍ଛାସେବି ହାଡ଼ିଆ ମହାପାତ୍ର, ପ୍ରଭାତ ବିଶ୍ୱାଳ, ମଙ୍ଗରାଜ ପଣ୍ଡା, ଭଗବାନ ପ୍ରଧାନ, ପ୍ରଭାକର ପାଣିଗ୍ରାହୀ, ବିପ୍ର ମହାପାତ୍ର, ସନ୍ତୋଷ ଆଚାର୍ଯ୍ୟ, ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ଉଦୟ ନାଥ ରାଉଳ,ସାମ୍ବାଦିକ ସଙ୍ଘର ଶବର ତରାଇ,ଉମାକାନ୍ତ ବେହେରା, କୃଷ୍ଣ ଚନ୍ଦ୍ର ଦାସ, ବଟକୃଷ୍ଣ ରାଉଳ, ଛତ୍ରପୁର ପ୍ରେସ କ୍ଲବ ସଭାପତି ରବିନ୍ଦ ପଣ୍ଡାଙ୍କ ପ୍ରମୁଖ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ଏନଏସି ,ଓ ପଞ୍ଚାୟତର ଲୋକପ୍ରତିନିଧି , ସାମ୍ବାଦିକ ସଙ୍ଘ, ବଡ଼ବଜ଼ାର , ସାନ ବଜ଼ାର ବ୍ୟବସାୟ ସଙ୍ଘ, ସ୍ୱେଚ୍ଛାସେ ସଂଘଠନ, ଅଟୋ ସଙ୍ଘ, ମହିଳାସଙ୍ଘ, ବିଦ୍ୟାର୍ଥୀ, ଶିକ୍ଷାବିତ ଙ୍କ ସମେତ ଏକ ହାଜରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ସନ୍ଧ୍ୟାପର୍ଯ୍ୟନ୍ତ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଧାରଣାରେ ବସି ରହୁଥିବା ଦେଖାଯାଇଥିଲା । ରେଳ ବିଭାଗ ପକ୍ଷରୁ ସମୟରେ ଖୋର୍ଦ୍ଧା ଡି.ସି.ଏମ -ଜେ. ସି.ନାୟକ , ଡିଏସଆରପି – ଏ. କେ.ସେଠି ଧାରଣ ସ୍ଥଳକୁ ବାରମ୍ବାର ଆସି ଆଲୋଚନା କରିଥିଲେ ମଧ୍ୟ କୌଣସି ଫଳପ୍ରଡ ହୋଇନଥିବା ଦେଖାଯାଇଛି। ଅନ୍ୟପଟେ ଆନ୍ଦୋଳନ କାରୀ ମାନେ ଆଗାମୀ ଦିନରେ ରେଳରୋକ ସହ ,ଆଇନ ହାତକୁ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ପୋଲିସ ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଫୋର୍ସ ସହ ଉପସ୍ଥିତ ଥିଲେ।