Odisha news

ଗଞ୍ଜାମ ରେ ସ୍ୱାଧୀନତା ଦିବସ ପାଳିତ

0
 ଗଞ୍ଜାମ 15/8/23/ଗଞ୍ଜାମ ସହର ରେ ଆଜି ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅଫିସ ରେ 77ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଗଞ୍ଜାମ ଏ ନ ଏ ସି ରେ ଅଧକ୍ଷା ପ୍ରତିଭା ପାଢ଼ୀ ଜାତୀୟ ପତାକା ଉତୋଳନ କରିଥିଲେ ଓ ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସହ ସମସ୍ତ ଅଫିସ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରାଯାଇଥିଲା ସେହିପରି ଗଞ୍ଜାମ ବ୍ଲକ  ତହସିଲ ସବରଜିଷ୍ଟର କୃଷି ବିଭାଗ ଗଞ୍ଜାମ ଥାନା ଶିକ୍ଷା ନୁଷ୍ଠାନ ମଧ୍ୟରେ ଭାରତୀ ବିଦ୍ୟପୀଠ ଗଞ୍ଜାମ ମହାବିଦ୍ୟାଳୟ ବିଭିନ୍ନ ନୋଡାଲ ସ୍କୁଲ ଗୁଡିକରେ ଜାତୀୟ ପତାକା କୁ ସନମାନ ସହକାରେ ଜାତୀୟ ପତାକା ଉତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଛି ସେହିପରି ଅନ୍ୟତମ ଏକ ଶିକ୍ଷନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଏକ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କରିବା ଦେଖିବାକୁ ମିଳିଛି ଏହି ଅନୁଷ୍ଠାନ ରେ ଗଞ୍ଜାମ ମହାବିଦ୍ୟାଳୟ ର ଇଁରାଜୀ ଆଧ୍ୟାପକ ଶ୍ରୀଯୁକ୍ତ ଡକ୍ଟର ଦୁର୍ଗା ପ୍ରସାଦ ଦାସ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦର୍ଶନ ବିଭାଗ ର ସିମାଞ୍ଚଳ ଭୋଲ ରାସାୟନିକ ବିଭାଗ ର ରୋହିତ କୁମାର ସାହୁ ସାନମାନୀୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭାରତ ମାତାର ଜୟ ଗାନ ବିଷୟରେ ପ୍ରେରଣା ଦେଇଥିଲେ ଏବଂ ବିଦ୍ୟାଳୟ ର ସମ୍ପାଦକ ଗିରିଶ ଆଚାର୍ଯ୍ୟ ଓ ପଧାନ ଆଚାର୍ଜ୍ୟ ଆଦିତ୍ୟ ମହାପାତ୍ର ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଜ୍ଞାନ ବିଜ୍ଞାନ ମେଳରେ ପ୍ରଥମ ସ୍ଥାନ ଦ୍ୱିତୀୟ ସ୍ଥାନ ତୃତୀୟ ସ୍ଥାନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ସେଥି ମଧ୍ୟରୁ ଶିବାନୀ ପ୍ରିୟ ଦର୍ଶନୀ ରାଉଳ ଦ୍ୱିତୀୟ ସ୍ଥାନ ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶି ପ୍ରିୟଦର୍ଶନୀ   ଆଲୋକ ସାହୁ ଏହି ପରି ବିଦ୍ୟଳୟ ର ବିଭିନ୍ନ ଶ୍ରେଣୀ ର ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ ପରେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଲିଙ୍ଗରାଜ ରେଡି ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରି ଜାତୀୟ ସଂଗୀତ ଗାନ କରିଥିଲେ
Leave A Reply