Odisha news

ଢ଼େଙ୍କିକୋଟ ଠାରେ ୭୭ତମ ସ୍ବାଧୀନତା ଦିବସ ପାଳିତ

0
ଢ଼େଙ୍କିକୋଟ ତା ୧୫.୮.୨୩ : ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢ଼େଙ୍କିକୋଟ ଠାରେ ୭୭ତମ ସ୍ବାଧୀନତା ଦିବସ ଧୁମଧାମ୍ ରେ ପାଳିତ ହୋଇଯାଇଛି l ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ କ୍ଲବ ଗୁଡିକରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି l ତେବେ ଢ଼େଙ୍କିକୋଟ ବଣିକସଂଘ ରେ ସଭାପତି ରାଜ କିଶୋର ସlହୁ ପତାକା ଉତ୍ତୋଳନ କରିବା ସହିତ ହାଇସ୍କୂଲ ଦଶମଶ୍ରେଣୀ ପରୀକ୍ଷା ଦୁଇଜଣ ଟପ୍ପର କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେମାନେ ହେଲେ ସତ୍ୟନାରୟଣ ବିଦ୍ୟାପୀଠ ର ଧୀରେନ କୁମାର ନାଏକ ଓ ବାଳିକା ଉଚ୍ଚ ବିଦ୍ୟାଳୟ ର ସାଇ ସୌମ୍ୟା ମିଶ୍ର l ଏହି କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ ସାମ୍ବାଦିକ ସଂଜୟ କୁମାର ସାହୁ l ସେହିପରି ପୋସ୍ଟ ଅଫିସ ରେ ପୋସ୍ଟମାଷ୍ଟର ବସନ୍ତ କୁମାର ନାଏକ, ଉପ୍ରା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ମିନତି ମହାରଣା, ଶିଶୁ ବିଦ୍ୟାମନ୍ଦିର ରେ ତୃପ୍ତି ରଂଜନ ସlହୁ, ସତ୍ୟ ନାରୟଣ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଫକିର ଚରଣ ସାହୁ, ଓ ଆଦର୍ଶ ବିଦ୍ୟାଳୟ. ମଧ୍ୟ ଇଁରାଜୀ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପତାକା ଉତ୍ତୋଳନ କରିଥିଲେ l ସେହିପରି ପଞ୍ଚାୟତ ରେ ସରପଞ୍ଚ ଖଇର ନାଏକ, ଢ଼େଙ୍କିକୋଟ ଫାଣ୍ଡି ରେ ଫାଣ୍ଡି ଅଧୀକାରୀ ତରଣିସେନ ବାଗ ଓ ଅବସର ପ୍ରାପ୍ତ ସେନାକର୍ମଚାରୀ ସଂଘ ରେ  ପତାକା ଉତ୍ତୋଳନ କରିଥିଲେ ସ୍ତାନିୟ ସମାଜସେବୀ ବିଦ୍ୟାଧର ସlହୁ l ସବୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବଜାର ପରିକ୍ରମା କରିଥିଲେ l ମୁଖ୍ୟତଃ ପାଗ ଅନୁକୂଳ ଥିବାରୁ ସ୍ବାଧୀନତା ଦିବସ ଧୁମଧାମ୍ ରେ ପାଳିତ ହୋଇଯାଇଛି l
Nalco
Leave A Reply