Odisha news

ଫୁଲବାଣୀ : ପୋଲିସ ହାତରେ ପଡିଲେ ବାହାର ଜିଲାର ଜଣେ ମହିଳା ସମେତ ୪୨୫ କିଗ୍ରା ଗଞ୍ଜେଇ ସମେତ ଅଟୋ ଜବତ୍

0

ଫୁଲବାଣୀ :  କନ୍ଧମାଳ ଜିଲାରେ ଗତ କିଛି ଦିନ ହେଲା ବାହାର ରାଜ୍ୟ ତଥା ଜିଲାର  ଗଞ୍ଜେଇ ମାଫିଆ ମାନଙ୍କୁ ସେମାନେ ଚାଲାଣ କରୁଥିବା ବିପୁଳ ପରିମାଣର ଗଞ୍ଜେଇ ସହିତ ଧରିବାରେ ସକ୍ଷମ ହୋଇଛି । ଜିଲାର ବିଭିନ୍ନ ଥାନା ଅଂଚଳରେ ହୋଇଥିବା ଏହି ଚଢାଉରେ ପୋଲିସକୁ ସଫଳତା ମିଳିଛି । ପୁଣି ଆଜି ମଧ୍ୟ ଫିରିଙ୍ଗିଆ ଥାନା ଅଂଚଳରେ ପୋଲିସ ଗୋଟିଏ ଅଟୋରେ ୨୫ କିଗ୍ରା ଗଞ୍ଜେଇ ସମେତ ଅଟୋକୁ ଜବତ କରିବା ସହିତ ଏହି ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ବାହାର ଜିଲାର ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୁତ୍ରରୁ ଜଣାପଡିଛି ।

ମିଳିଥିବା ସୁଚନା ଅନୁସାରେ ଗତ କାଲି ମୁସିଲିପଙ୍ଗା ଅଂଚଳରୁ ଗଞ୍ଜେଇ ଚାଲାଣ ହେବାକୁ ଥିବା ନେଇ ପୋଲିସକୁ ସୁଚାନା ମିଳିବାପରେ ପୋଲିସ ସେହି ରାସ୍ତାରେ ଅପେକ୍ଷା କରିଥିଲା । ଅପରାହ୍ନ ପ୍ରାୟ ୧.୩୦ ସମୟରେ ଫିରିଙ୍ଗିଆ ମାଝିପଡା ଛକଠାରେ ଏକ ଅଟୋ ଆସୁଥିବାବେଳେ ତାକୁ ଅଟକାଇ ତଲାସି ନେବାପରେ ସେଥିରୁ ପୋଲିସ ଗୋଟିଏ ବସ୍ତାରେ ୨୫ କିଗ୍ରା ଗଞ୍ଜେଇ ଜବତ କରିଥିଲା । ଏହି ଚାଲାଣ କାର୍ଯ୍ୟରେ ପିପିଲି ଅଂଚଳର ଅଟୋ ଡ୍ରାଇଭର ଜାଭେଦ ଆଖତାର(୩୦),ଖୋର୍ଦ୍ଦା ଜିଲା ଜଟଣୀ ଅଂଚଳର ସୁସମିତା ସାହୁ ନାମକ ଜଣେ ମହିଳା,କଟକ ଜିଲା ନରସିଂହପୁର ଅଂଚଳର ସମୀର କୁମାର ନନ୍ଦ(୪୨) ଏବଂ ଫିରିଙ୍ଗିଅ କରଣ୍ଡାଗଡର ଜଖିଆ ଦିଗାଲଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ବିରୋଧରେ ଏକ ମାମଲା ୪୩/୨୦ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେମାନେ ଏହି ଗଞ୍ଜେଇକୁ  ମୁସିଲିପଙ୍ଗାରୁ ଭୁବନେଶ୍ୱରକୁ ଚାଲାଣ କରିବାକୁ ନେଉଥିବା ପୋଲିସ ଆଗରେ କହିଛନ୍ତି ।

 

 

IEC 2 years
Leave A Reply