କେନ୍ଦ୍ରାପଡା : କେନ୍ଦ୍ରାପଡା ତହସିଲ କାର୍ୟ୍ୟାଳୟ ନିକଟରେ ଏକ ଡ୍ରେନ ଖୋଳାକୁ ନେଇ ତହସିଲ ପ୍ରଶାସନ ଓ ପୈାର ପ୍ରଶାସନ ମୁହାଁମୁହିଁ ହୋଇଥିବା ଜନା ପଡିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୨୧ନଂ ୱାର୍ଡ ର କଜଳା ଗ୍ରାମର ଡ୍ରେନ ଖୋଳା କାମ ଚାଲିଛି ।
ଏହି ଡ୍ରେନକୁ ସଂଯୋଗ କରିବା ପାଇଁ ପୈାର ପ୍ରଶାସନ କଜଲାର ମୁଖ୍ୟ ରାସ୍ତାକୁ କାଟି କେନ୍ଦ୍ରାପଡା ତହସିଲଦାରଙ୍କ ବାସଭବନ , ତହସିଲ କାର୍ୟ୍ୟାଳୟ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ୟ୍ୟାଳୟ ସହିତ ନିର୍ମାଣ ହେଉଥିବା ଏକ ପାଠାଗାର ନିକଟରେ ଏହି ଡ୍ରେନ ପାଣିକୁ ଛାଡିବା ପାଇଁ ବ୍ୟବସ୍ଥା କରୁଥିବାର ଜାଣିବା ପରେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଏନେଇ ଗୁରୁବାର ଚିଠି ନଂ-୨୫୭୮ ରେ କେନ୍ଦ୍ରାପଡା ପୈ÷ାର ନିର୍ବାହୀ ଅଧିକାରୀ ଙ୍କୁ କାର୍ୟ୍ୟ ବନ୍ଦ କରିବା ପାଇଁ ଦେଇଥିବା ଜଣା ପଡିଛି ।
ଏଥି ସହିତ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ମଧ୍ୟ ବିହିତ କାର୍ୟ୍ୟାନୁଷ୍ଠାନ ପାଇଁ ଜଣାଇ ଦିଆ ଯାଇଛି । ତେବେ ପ୍ରାୟ ୩୨ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ନିର୍ମାଣ ହେଉଥିବା ଏହି ଡ୍ରେନର ପାଣି ତହସିଲ ପଡିଆକୁ ନଯାଇ ଏହା ରାସ୍ତା କଡରେ ଯାଇ ଅଗରେ ଥିବା ନାଳ ସହିତ ସଂଯୋଗ ହେବ ବୋଲି ପୈାର ନିାର୍ବହୀ ଅଧିକାରୀ ଦେବ ପ୍ରସାଦ ବଳ ପ୍ରକାଶ କରିଛନ୍ତି ।