Odisha news

ଗଣେଶ ଚତୁର୍ଥୀ ରେ କରନ୍ତୁ ଏହି ୬ଟି ଉପାୟ, ଚମକି ଉଠିବ ଭାଗ୍ୟ

0

ପ୍ରତିବର୍ଷ ଭାଦ୍ରବମାସ ଶୁକ୍ଲପକ୍ଷ ରେ ଗଣେଶ ଚତୁର୍ଥୀ ଖୁବ ଧୂମଧାମ ରେ ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ ଏହା ଅଗଷ୍ଟମାସ ୩୧ ତାରିଖରେ ପାଳିତ ହେବ l ଗଣପତିଙ୍କୁ ଅଗ୍ରପୂଜ୍ୟ କୁହାଯାଇ ଥାଏ l ତେଣୁ ସବୁ ଠାକୁରଙ୍କ ପୂର୍ବରୁ ଗଣପତି ଙ୍କ ପୂଜା କରାଯାଏ l ଏହିଦିନ ଗଣପତି ଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛିଟା ଉପାୟ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୁରା ହୋଇଥାଏ l

କରନ୍ତୁ ଏହି ଉପାୟ –
* ଗଣେଶ ଚତୁର୍ଥୀ ଦିନ ଶ୍ରୀ ଗଣେଶଙ୍କୁ ଅଭିଷେକ କରିବା ଖୁବ ଶୁଭ ଅଟେ l ଏହିଦିନ ଗଣେଶଙ୍କ ଅଭିଷେକ କରିବା ଦ୍ୱାରା ଗଣେଶ ଙ୍କ କୃପା ଶୀଘ୍ର ପ୍ରାପ୍ତ ହୋଇଥାଏ l ଗଣେଶଙ୍କ ଅଭିଷେକ ପରେ ଗଣପତି ଅଥର୍ବଶିର୍ଷ ପାଠ କରନ୍ତୁ l

* ଶାସ୍ତ୍ର ଅନୁସାରେ ଗଣେଶ ଯନ୍ତ୍ର କୁ ଖୁବ ଶୁଭ ବୋଲି କୁହାଯାଏ l ଚତୁର୍ଥୀ ଦିନ ଏହାକୁ ସ୍ଥାପନା କରିବା ଦ୍ୱାରା ଖୁବ ଫଳଦାୟୀ ହୋଇଥାଏ l ଘରେ ଏହି ମନ୍ତ୍ରକୁ ସ୍ଥାପନା କରିବା ଦ୍ୱାରା ଗୃହକୁ କୌଣସି ଖରାପ ଶକ୍ତି ପ୍ରବେଶ କରିନଥାଏ l

* ଦୀର୍ଘ ସମୟ ଧରି କୌଣସି ସମସ୍ୟା ଦ୍ୱାରା ପ୍ରଭାବିତ ହେଉଛନ୍ତି ତେବେ ଚତୁର୍ଥୀ ଦିନ ହାତୀ କୁ ସବୁଜ ଜିନିଷ ଖାଇବାକୁ ଦିଅନ୍ତୁ l ଭଗବାନ ଗଣେଶ ଙ୍କ ମନ୍ଦିର ଯାଇ ତାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ l ସମସ୍ତ ଅସୁବିଧା ର ଅନ୍ତ ହେବ l

* ଧନ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବା ପାଇଁ ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ନିକଟରେ ଶୁଦ୍ଧ ଘିଅର ପ୍ରସାଦ ଅର୍ପଣ କରନ୍ତୁ l

* ଯେ କୌଣସି ମନସ୍କାମନା ପୂରଣ କରିବା ପାଇଁ ଗଣେଶ ଚତୁର୍ଥୀ ଦିନ ଶ୍ରୀ ଗଣେଶ ଙ୍କ ମନ୍ଦିର ଯାଇ ଗୁଡ ଓ ଦୁବ ଘାସ ଅର୍ପଣ କରନ୍ତୁ l

* ବିବାହ କାର୍ଯ୍ୟରେ ବିଘ୍ନ ଦେଖା ଦେଉଥିଲେ ଗଣେଶ ଚତୁର୍ଥୀ ଦିନ ବ୍ରତ ରଖନ୍ତୁ ଓ ଗଣପତି ଙ୍କ ନିକଟରେ ମାଲପୁଆ ଅର୍ପଣ କରନ୍ତୁ l ଏହାଦ୍ୱାରା ଶୀଘ୍ର ବିବାହ ଯୋଗ ହୋଇଥାଏ l

Govt
Leave A Reply