ଗୋଲମରିଚ ଗୋଟିଏ ଏଭଳି ମସଲା ଭାବରେ ପରିଚିତ ଯାହା ସାରା ବ୍ରହ୍ମାଣ୍ଡର ସମସ୍ତ ଦେଶର ରୋଷେଇ ଘରେ ବ୍ୟବହାର କରାଯାଇ ଥାଏ l ଏହା ଆମ ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା ମାନଙ୍କ ମଧ୍ୟରୁ ଗୋଟିଏ l ତରକାରୀ, କଢ଼ା , ଚା ବ୍ୟତୀତ ଗୋଲମରିଚ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଅଟେ l ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ରୁ ଗୋଲମରିଚ ଆରାମ ଦେଇଥାଏ ଓ ଅନ୍ୟ ରୋଗ ପାଇଁ ମଧ୍ୟ ଗୋଲମରିଚ ଉପକାରୀ l
– ଗୋଲମରିଚ ସର୍ଦି, କାଶ ଓ ଥଣ୍ଡା ଜନିତ ବିଭିନ୍ନ ସମସ୍ୟାରୁ ଆରାମ ଦେଇଥାଏ l ସର୍ଦି କାଶ ସମୟରେ ଗୋଲମରିଚ ଓ ମିଶ୍ରି ସେବନ କରିବା ଦ୍ୱାରା ଆରାମ ମିଳିଥାଏ l
– ଗୋଲମରିଚ ଇମ୍ୟୁନିଟି ବୁଷ୍ଟ କରି ଶରୀରକୁ ବିଭିନ୍ନ ରୋଗର ସଂକ୍ରମଣ ରୁ ରକ୍ଷା କରିଥାଏ l ତେଣୁ ନିୟମିତ ହଳଦୀ ଗୁଣ୍ଡ , ମହୁ ସହିତ ଗୋଲମରିଚ ଗୁଣ୍ଡ ମିଶାଇ ଖାଇବା ଉଚିତ l
– ଅର୍ଥାରଇଟିସ ଭଳି ସମସ୍ୟାକୁ ଠିକ କରିବାରେ ଗୋଲମରିଚ ଖୁବ ଉପକାରୀ ଅଟେ l ଅର୍ଥାରଇଟିସ ସମସ୍ୟାରେ ଶୁଣ୍ଠୀ, ଗୋଲମରିଚ ଗୁଣ୍ଡ କୁ ଦୁଗ୍ଧ ସହିତ ମିଶାଇ ସେବନ କରନ୍ତୁ l
– ବାତ ଦୋଷ ଦୂର କରିବା ସହିତ ଶରୀରରୁ ଟକ୍ସିନ ଦୂର କରିବାରେ ସାହାଯ୍ୟ କରିଥାଏ ଗୋଲମରିଚ l
– ଶରୀରରୁ ମେଦ ବହୁଳତା ହ୍ରାସ କରି ଶରୀରକୁ ସୁସ୍ଥ ରଖିଥାଏ ଗୋଲମରିଚ l ନିୟମିତ ସକାଳୁ ଖାଲି ପେଟରେ ଗୋଲମରିଚ ଓ ଉଷୁମ ପାଣି ସେବନ କରନ୍ତୁ l
– ଗୋଲମରିଚ ସେବନ କରିବା ଦ୍ୱାରା କେଶ ଝଡ଼ିବା, କେଶ ମୂଳର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ଦୁଗ୍ଧ ସହିତ ନିୟମିତ ରାତିରେ ସେବନ କରନ୍ତୁ l
– କ୍ୟାନ୍ସର ପ୍ରୋଟେକ୍ଟିଭ ଅଟେ ଗୋଲମରିଚ l
– ପ୍ରତିଦିନ ସକାଳୁ ଗୋଟିଏ ଗୋଲମରିଚ ଚୋବାଇ ଖାଇବା ଦ୍ୱାରା ହର୍ମୋନ ବାଲାନ୍ସ ରହିଥାଏ l ମାସିକ ଋତୁସ୍ରାବ ଠିକ ସମୟରେ ହୋଇଥାଏ, ମଧୁମେହ ଠାରୁ ରକ୍ଷା କରିଥାଏ l
