Odisha news

ଆର,ଉଦୟଗିରି ପଞ୍ଚାୟତ ସମିତି ସଭାଗୃହରେ କରୋନା ମୁକାବିଲା ପାଇଁ ପଞ୍ଚାୟତ ସମିତି ବୈଠକ ।

0

ଆର,ଉଦୟଗିରି-  ଗଜପତି ଆର,ଉଦୟଗିରି ପଞ୍ଚାୟତ ସମିତି ସଭାଗୃହରେ କରୋନା ମୁକାବିଲା ପାଇଁ ଜରୁରୀ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି । ବିଡିଓ ପ୍ରଦିପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ବିଡିଓ ଦିବ୍ରସିଂ ଅହଁର, ଜୀଲାପରିଷଦ ସଭ୍ୟ ଯାକବ ମାଝୀ, ବ୍ଲକ ଉପାଧ୍ୟକ୍ଷ୍ୟ ନବିନ ରହିତ, ଆରଓ୍ବଏସଏସ ବିଭାଗର ନିର୍ବାହୀ ଯନ୍ତୀ ସନ୍ତୋଷ କୁମାର କର ଯୋଗ ଦେଇଥିଲେ । ବିଡିଓ ନିଜ ବକ୍ତବ୍ୟରେ କହିଥିଲେ କରୋନାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି ।

ଗଜପତି ଜିଲ୍ଲାପାଳଙ୍କ ନିଦ୍ଦେଶ କ୍ରମ ପ୍ରତି ବ୍ଲକରେ ଜରୁରୀ ପଞ୍ଚାୟତ ସମିତି ବୈଠକ ଡକାଯାଇଛି ।  ଗତକାଲି ବିଭିନ୍ନ ପଞ୍ଚାୟତଗୁଡିକରେ କରୋନା ସଚେତନତା ଅନୁଷ୍ଠିତ କରାଯାଇଥିଲା । ଏଥିସହ ପ୍ରତି ପଞ୍ଚାୟତବାସୀଙ୍କୁ ହାତ ସଭା କରିବାକୁ ସାବୁନ ବଣ୍ଟନ କରାଯାଥି । ସେହିଭଳି ବାହାର ରାଜ୍ୟର କୌଣସି ବ୍ୟକ୍ତି ବିଶେଷ ଆସିଲେ ଖବର କରିବାକୁ ସରପଞ୍ଚ,ସମତି ସଭ୍ୟ\ସଭ୍ୟା  ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଦ୍ଦେଶ ଦେଇଛନ୍ତି । ରାଜ୍ୟସରକାର  ବିଭିନ୍ନ ନିୟମ ଗୁଡିକୁ ଡବ୍ୟ୍ଲୁଓ ଅନ୍ତର୍ଯ୍ୟାମୀ କହଁର ପଡିବାରୁ ତାକୁ ବିଡିଓ ଶ୍ରୀ ନାୟକ ପ୍ରଜଳଭାବେ ବୁଝାଇଥିଲେ ।

Leave A Reply

Your email address will not be published.