Odisha news

ଗାଜାରେ ଆଶ୍ଚର୍ଯ୍ୟଜନକ ଘଟଣା, ଇସ୍ରାଏଲ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ମହିଳାଙ୍କ ଗର୍ଭ ରୁ ଜୀବିତ ଶିଶୁ ଉଦ୍ଧାର

0

ନୂଆଦିଲ୍ଲୀ : ଇସ୍ରାଏଲ ଗତ କିଛି ମାସ ମଧ୍ୟରେ ଲଗାତାର ଭାବରେ ଗାଜା ରେ ଅପରେସନ ଚାଲିଆସୁଛି ଏବଂ ଅନେକ ଗୁଡିଏ ଏୟାର ଷ୍ଟ୍ରାଇକ ମଧ୍ୟ କରିସାରିଛି l ଏମିତିରେ ଆକ୍ରମଣ ରେ ହଜାର ହଜାର ଲୋକ ବର୍ତମାନ ମୃତ୍ୟୁ ମୁଖରେ ପଡିଛନ୍ତି l ଯେଉଁଥିରେ ବୃଦ୍ଧ ଙ୍କ ଠାରୁ ନେଇ ମହିଳା ସାମିଲ ରହିଛନ୍ତି l ଇସ୍ରାଏଲ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ଅନେକ ମହିଳା ଗର୍ଭବତୀ ଥିଲେ l ବର୍ତମାନ ଆଉ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି l ଯାହାକୁ ଶୁଣି ଆପଣ ମଧ୍ୟ ସୃଷ୍ଟି ସର୍ଜନାକାରୀ ସେହି ଈଶ୍ୱର ଙ୍କୁ ବିଶ୍ୱାସ କରିବାକୁ ଲାଗିବେ l

କଥାରେ ଅଛି ରଖେ ହରି ମାରେ କିଏ, ଆଉ ମାରେ ହରୀ ତ ରଖେ କିଏ l ଘଟଣାଣି ହେଲା ଗାଜା ରେ ମୃତ୍ୟୁବରଣ କରିଥିବା ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭରୁ ଗୋଟିଏ କନ୍ୟା ସନ୍ତାନ କୁ ଜୀବନ ବାହାର କରାଯାଇଛି l ଝିଅଟି ର ତତ୍ଵାବଧାନ ରେ ଥିବା ଡାକ୍ତର ମହମ୍ମଦ ସଲାମl କହିଛନ୍ତି ଶିଶୁ ଟି ର ଓଜନ ଗୋଟିଏ କିଲୋଗ୍ରାମ ଅଟେ l ତେଣୁ ଶିଶୁଟି କୁ ଏମର୍ଜେନ୍ସି ୱାର୍ଡ ରେ ରଖାଯାଇଛି l ପୂର୍ବରୁ ଶିଶୁଟି ର ଅବସ୍ଥା ଗୁରୁତ୍ୱର ଥିଲା, କିନ୍ତୁ ବର୍ତମାନ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସୁଛି l ଶିଶୁଟି ୧ ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିବ l

ସ୍ଥାନୀୟ ସୂଚନା ଅନୁସାରେ ଶିଶୁ ଟି ଗୋଟିଏ ମାସର ହେବାପରେ ତାର ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ତାର ଆତ୍ମୀୟ ସ୍ୱଜନ ଙ୍କୁ ହସ୍ତାନ୍ତର କରାଯିବ l ନଚେତ କୌଣସି ଅନାଥ ଆଶ୍ରମ କୁ ହସ୍ତାନ୍ତର କରାଯିବ l

Leave A Reply