ନବୀନ ବାବୁଙ୍କ ସରକାର ସମୟରେ ରାଜ୍ୟରେ ସରକାରୀ ସ୍ତରରେ ଚାଲୁଥିବା ସମସ୍ତ ଟେକ୍ସଟାଇଲ ମିଲ, ସ୍ପିନିଙ୍ଗ ମିଲ, ଗିନିଙ୍ଗମିଲ ବନ୍ଦ ହୋଇ ତାଲା ପଡିଛି
ବିଜୁ ଜନତା ଦଳ ସରକାରର ଚକ୍ରାନ୍ତ କାରଣରୁ ଆଜି ଓଡିଶାର ଲକ୍ଷ ଲକ୍ଷ କୌଳିକ ବୁଣାକାର ପରିବାରମାନେ ସେମାନଙ୍କର ଜୀବିକା ହରାଇଛନ୍ତି
ଓଡିଶାର ବୁଣାକାର ପରିବାରମାନେ ନିଷ୍ପତି ନେଇଛନ୍ତି ଚଳିତ ନିର୍ବାଚନରେ ବିଜେଡି ସରକାର କରିଥିବା ଷଡଯନ୍ତ୍ରର ଉଚିତ୍ ଜବାବ ଦେବେ ଓ ଓଡିଶାରେ ବିଜେପି ସରକାର ସ୍ଥାପନା କରିବେ
ଭୁବନେଶ୍ୱର, ତା.୨୩/୦୪: ଯେବେଠାରୁ ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡିଆ ସ୍ୱାଭିମାନକୁ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ନିଷ୍ପତି ନେଲା ସେବେଠାରୁ ବିଜୁ ଜନତା ଦଳ ଏହାର ମୁକାବିଲା କିଭଳି କରିବ ସେଥିପାଇଁ ରାସ୍ତା ପାଉନାହିଁ । ବିଜେଡି ପ୍ରତିଦିନ କିଛି ନା କିଛି ମିଥ୍ୟା ପ୍ରସଙ୍ଗକୁ ଆଣି ଗଣମାଧ୍ୟମର ମୂଲ୍ୟବାନ ସମୟ ନଷ୍ଟ କରୁଛି । ନବୀନ ବାବୁଙ୍କ ସରକାର ସମୟରେ ରାଜ୍ୟରେ ସରକାରୀ ସ୍ତରରେ ଚାଲୁଥିବା ସମସ୍ତ ଟେକ୍ସଟାଇଲ ମିଲ, ସ୍ପିନିଙ୍ଗ ମିଲ, ଗିନିଙ୍ଗ ମିଲ ବନ୍ଦ ହୋଇ ତାଲା ପଡିଛି । ବିଜୁ ବାବୁ ଆରମ୍ଭ କରିଥିବା କଟକର ଓଟିଏମ୍ ନବୀନ ବାବୁଙ୍କ ସରକାର ସମୟରେ ବନ୍ଦ ହୋଇଗଲା । ବିଜୁ ଜନତା ଦଳ ସରକାରର ଚକ୍ରାନ୍ତ କାରଣରୁ ଆଜି ଓଡିଶାର ଲକ୍ଷ ଲକ୍ଷ କୌଳିକ ବୁଣାକାର ପରିବାରମାନେ ସେମାନଙ୍କର ଜୀବିକା ହରାଇଛନ୍ତି । ଓଡିଶାରେ ସ୍ପିନିଙ୍ଗ ମିଲ ବନ୍ଦ ହୋଇଯିବା କାରଣରୁ ଯେଉଁ ପରିବାରମାନେ ଆଜି ବୁଣାକାର କାମ କରୁଛନ୍ତି ସେମାନେ ତାଙ୍କର ଆବଶ୍ୟକ ସୂତା ବାହାର ରାଜ୍ୟରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଏହା ହେଉଛି ଆଜିର ଦିନରେ ଓଡିଶାରେ ବୁଣାକାରମାନଙ୍କ ସ୍ଥିତି । ଓଡିଶାର ବୁଣାକାର ପରିବାରମାନେ ନିଷ୍ପତି ନେଇଛନ୍ତି ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ସରକାର ତାଙ୍କ ପ୍ରତି କରିଥିବା ଷଡଯନ୍ତ୍ରର ଉଚିତ୍ ଜବାବ ଦେବେ ଓ ଓଡିଶାରେ ବିଜେପି ସରକାର ସ୍ଥାପନା କରିବେ । ଓଡିଶାରେ ଡବଲ ଇଂଜିନ ସରକାର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟନ ଶିଳ୍ପ ଜଗତ ପାଇଁ ଆଣିଥିବା ସମସ୍ତ ଯୁଗାନ୍ତକାରି ଯୋଜନାର ଲାଭ ବୁଣାକାର ପରିବାରମାନେ ପାଇବେ ଓ ବୁଣାକାର ପରିବାରଙ୍କୁ ନବିନ ବାବୁଙ୍କ ୨୪ ବର୍ଷର ସରକାର ଦେଇଥିବା ଦୁଃଖ ଦୂର ହେବ ବୋଲି କହିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଦେଖିଲେ ବିଜେଡିର ନାହି ଡେଉଁଛି । ବିଜେଡିର ଦୁଇ ମୁଖପାତ୍ର ଲୁଙ୍ଗି ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିବା ଯୁକ୍ତି ସମ୍ପୂର୍ଣ୍ଣ ଭାବେ ଅମୂଳକ, ଅପ୍ରାସଙ୍ଗିକ । ପ୍ରକୃତ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ ବରଂ ଏବେ ଏବେ ତାଙ୍କର ରିମୋର୍ଟ କଂଟ୍ରୋଲ ସାଜିଥିବା କାର୍ତିକ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ବିଜେଡି ମୁଖପାତ୍ର ଏଭଳି ଉପାୟ ଆପଣାଇଛନ୍ତି । ନବୀନ ବାବୁ କାହିଁକି ତାମିଲନାଡୁରେ ତିଆରି ହୋଇଥିବା ଲୁଙ୍ଗି ପିନ୍ଧି ଓଡିଶାର ବୁଣାକାର ପରିବାରମାନଙ୍କୁ ଅପମାନିତ କରିଛନ୍ତି ତାହାର ଉତର ବିଜୁ ଜନତା ଦଳ ଆଗ ଦେଉ । ବୁଣାକାରମାନଙ୍କ ପାଇଁ ମୋଦି ସରକାର କରିଥିବା ସମସ୍ତ ଯୋଜନାରୁ ଯେମିତି କେହି ବଂଚିତ ନହୁଅନ୍ତି ଓ ଆଗାମୀ ଦିନରେ ଓଡିଶା କିଭଳି ବୟନ ଶିଳ୍ପ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେବ ତାର ଦାୟୀତ୍ୱ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେବେ ।
ପ୍ରସଙ୍ଗ ବିହୀନ ନିର୍ବାଚନ ଲଢୁଥିବା ବିଜେଡି ସଂସ୍କୃତି ଓ ପରମ୍ପରାର ସୁରକ୍ଷା କଥା କହିବା ସେମାନଙ୍କ ପକ୍ଷେ ଶୋଭା ପାଉନାହିଁ । କେବଳ ରାଜନୈତିକ କାରଣ ପାଇଁ ନବୀନ ବାବୁଙ୍କ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବାରମିଶା ଉଷୁନା ଚାଉଳ ଭୋଗ ଲଗାଇଲେ, ମଠ ମନ୍ଦିର ଉପରେ ବୁଲଡୋଜର ଚଲାଇଲେ, ରତ୍ନ ଭଣ୍ଡାରକୁ ଲୁଟ କରିଲେ । ଯେଉଁ ସରକାର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦିଏ ନାହିଁ, କେବଳ ସୌନ୍ଦର୍ଯ୍ୟକରଣ ନାମରେ ହଜାର ହଜାର ବର୍ଷର କଳା, ଐତିହ୍ୟ ଓ କୀର୍ତିରାଜିକୁ ଭାଙ୍ଗିବାକୁ ଚେଷ୍ଟା କରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଜନୀତିକରଣ କରିବାକୁ ଚେଷ୍ଟା କରେ, ସେହି ସରକାରର ମୁଖପାତ୍ରମାନେ ଆଜି ସଂସ୍କୃତି ଉପରେ ମତାମତ ଦେବା ପରିତାପର ବିଷୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
