Odisha news

କେନ୍ଦ୍ରାପଡାର ପୂର୍ବତମ ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ଆମ୍ପାନ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା

0

କେନ୍ଦ୍ରାପଡା-୨୧/୦୫ କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାର ରାଜ ନଗର ଅଂଚଳରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ କରିଥିବା ଜଣା ପଡିଛି । ଏହାସହ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରି ତୁରନ୍ତ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ ।

ଏହା ସହ ସଂପୃକ୍ତ ଅଂଚଳରେ ଶ୍ରୀ ପଣ୍ଡା ନିଜେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମହାବାତ୍ୟା ଅମ୍ପାନର କ୍ଷୟକ୍ଷତି ଆକଳନ କରିବା ପାଇଁ ଶ୍ରୀ ପଣ୍ଡା ରାଜନଗର ନିର୍ବାଚନ ମଣ୍ଡଳୀର ଇଶ୍ୱରପୁର ଗ୍ରାମ ପଂଚାୟତ ର ପୁରୁଷୋତମପୁର ଗ୍ରାମରେ ବାତ୍ୟା ପ୍ରଭାବରେ ସମୁଦ୍ର ଜଳ ଚାଷଜମିରେ ମାଡିଯାଇ ବ୍ୟାପକ ଅଂଚଳ କ୍ଷୟକ୍ଷତି ହୋଇଥିବା ଅନୁଭବ କରିଥିଲେ । ଜିଲ୍ଲାପାଳଙ୍କ ଅବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ସୁନାକର ବେହେରା, ଅଭିମନୁ୍ୟ ଗୋଛାୟତ, ନେହେରୁ ସାହୁ , ନୃସିଂହ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply