Odisha news

ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0

ନିରାକାରପୁର, ୧୬/୧୦: ଖୋର୍ଦ୍ଧା ଜିଲ୍ଲା ନରଣଗଡ ଖେଳ ପଡିଆ ରେ ଆଜି ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ସ୍ଥାନୀୟ ସରପଞ୍ଚ ମିତା ରାଣୀ ବେହେରା ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସମାଜସେବୀ ମହେନ୍ଦ୍ର ହରିଚନ୍ଦନ ଉପସ୍ଥିତ ଥିଲେ।ଆଜିର ମ୍ୟାଚ୍ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଫୁଟବଲ ଟିମ୍ କୁ ବେଣାପଞ୍ଜୁରୀ ଫୁଟବଲ ଟିମ୍ ଭେଟିଥିଲେ। ଖେଳର ପ୍ରଥମାର୍ଦ୍ଧର ୫ ମିନିଟ ପରେ ମୁକୁନ୍ଦ ପ୍ରସାଦ ଦଳ ଏକ ଗୋଲ କରି ୧-୦ ଗୋଲ ସ୍କୋର ରେ ବିଜୟ ଲାଭ କରିଛନ୍ତି। ଆଜିର ଖେଳକୁ ଫକିର ନିସଂକ୍, ପ୍ରମୋଦ କୁମାର ଦାସ, ଶରତ ଛୋଟରାୟ ଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ଅରୁଗୁଳ ଓ ଶରଧାପୁର ମଧ୍ୟରେ ମ୍ୟାଚ୍ ହେବାର ଅଛି।

Nalco
Leave A Reply