Odisha news

ଆଇଟଳ ବିହାରୀ ହାଇସ୍କୁଲରେ ଖାଦ୍ୟ ବଣ୍ଟନ

0

ବାସୁଦେବପୁର : ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସର ମଧ୍ୟରେ ପୌରପାଳିକା ପକ୍ଷରୁ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ସେଣ୍ଟରରେ ବାହାର ରାଜ୍ୟରୁ ଆସି ରହିଥିବା ଯୁବକମାନଙ୍କୁ ପଦ୍ମପୁର ସରପଞ୍ଚଙ୍କ ପ୍ରତିନିଧି ପୃଥିରାଜ ବିଶ୍ୱାଳ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ପଦ୍ମପୁର ପଞ୍ଚାୟତର ୧୪ ଜଣ ଯୁବକ,ବୃଦ୍ଧ କୋଲକତାର କାର୍ଯ୍ୟରତ ଥିବା ବେଳେ ଲକ୍‍ ଡାଉନ୍‍ ସମୟରେ ଘରକୁ ଫେରିଥିଲେ । ଏହି ଲୋକମାନଙ୍କୁ ଅଟଳ ବିହାରୀ ହାଇସ୍କୁଲରେ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ସେଣ୍ଟର କ୍ୱାରେଣ୍ଟାଇନ୍‍ରେ ରଖିବା ପାଇଁ ପ୍ରଶାସନ ସ୍ଥିର କରି ଉଠାଇ ଆଣି ରଖିଛନ୍ତି । ଏହି ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଖାଦ୍ୟ ପ୍ରଦାନ କରାଯାଉଛି । ଆଜି ଅପରାହ୍ନରେ ପଞ୍ଚାୟତ ପକ୍ଷରୁ ପ୍ରତିନିଧି ପୃଥିରାଜ ବିଶ୍ୱାଳ ଚୂଡା,ବିସ୍କୁଟ ଓ ସାବୁନ ବଣ୍ଟନ କରିଥିଲେ । ତାଙ୍କ ସହିତ ନୋଡାଲ ଅଫିସର ବିଜୟ କୁମାରେ ବେହେରା,ଉମେଶ ନାୟକ ଉପସ୍ଥିତ ଥିଲେ ।

 

Leave A Reply