Odisha news

ଗରୀବଙ୍କ ଭଗବାନ ହୋଇଛନ୍ତି ସିଆରପିଏଫ ଯବାନ

0

ରାୟଗଡା : ଲକ ଡାଉନ ପରିସ୍ଥିତିରେ ସୀମାନ୍ତ ଅଂଚଳ ଗୁଡିକରେ କଡା ପହରା ଦେବା ସହ ଗରୀବ ଅସହାୟଙ୍କ ପାଇଁ ଭଗବାନ ହୋଇଛନ୍ତି ସିଆରପିଏଫ ଯବାନ । ରାୟଗଡା ଜିଲ୍ଲାରେ ଥିବା ସମସ୍ତ ସିଆରପିଏଫ କ୍ୟାମ୍ପ ନିଜ ନିଜ ଅଂଚଳରେ ଥିବା ଅସହାୟଙ୍କ ମାନଙ୍କ ନିମନ୍ତେ ସହାୟତାର ହାତ ବଢାଇଛି । ତେବେ ରାୟଗଡା ସହରର ଥିବା ସିଆରପିଏଫର ୪ର୍ଥ ବାଟାଲିୟନର ଜବାନ ମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସିଆରପିଏଫର ସେବା ପାଣ୍ଠିକୁ ଜବାନ ମାନେ ବର୍ତମାନ ସୁଦ୍ଧା ୨ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଯ ଦ୍ୱାରା ସହର ଥିବା ଗରୀବ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଉଛି । ପ୍ରତିଦିନ ୧୦୦ ଅଧିକ ପରିବାରଙ୍କୁ ଜବାନ ମାନେ ବୁଲି ବୁଲି ରନ୍ଧା ଖାଦ୍ୟ ସହ ଦହି ଓ ପାନୀୟ ଜଳ ବଂଟନ କରୁଛନ୍ତି । ସହରର ଥିବା ରେଲବାଇ ଷ୍ଟେସନ, ଗାୟତ୍ରୀ ନଗର, ମାଙ୍କଡଝୋଲା, ଗାୟତ୍ରୀ ନଗର ପଛ ସାହି, ଅରବିନ୍ଦ ନଗର, ଘାସି ସାହି, ଫରେଷ୍ଟ କଲୋନୀ ଓ ରାସ୍ତା କଡରେ ଥିବା ଅସହାୟ ଲୋକଙ୍କୁ ଖାଦ୍ୟ ବଂଟନ କରୁଛନ୍ତି । ଏଥି ସହ ଇନ୍ଦିରା ନଗର ନାଗାବଳୀ ନଦୀ ପାଖରେ ଥିବା ୪୦ଟି ପରିବାରଙ୍କ୍ୁ ସିଆରପିଏଫ ତରଫରୁ ଚାଉଳ, ଡାଲି, ତେଲ, ଲୁଣ, ଗୁଡ, ଚୁଡା, ଆଳୁ, ପିଆଜ ଇତ୍ୟାଦି ବଂଟନ କରାଯାଇଛି । ସିଆରପିଏଫ ୪ର୍ଥ ବାଟାଲିୟନର କମାଣ୍ଡେଟ ଯୋଗେନ୍ଦର କୁମାର ରାଜପୁତଙ୍କତ୍ତତତ୍ୱାବଧାନରେ ଏହି ରିଲିଫ କାର୍ଯ୍ୟ ଜାରୀ ରହିଥିବା ନେଇ ଲୋକ ସଂପର୍କ ଅଧିକାରୀ ସରୋକ କାନ୍ତ ମହାନ୍ତି ପ୍ରକାଶ କରିଛନ୍ତି । ସିଆରପିଏଫ ଜବାନ ମାନଙ୍କ ଏହି ପରି ମହତ କାର୍ଯ୍ୟ ପାଇଁ ରାୟଗଡା ଜନସାଧାରଣ ଯବାନ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply