ପାଣିକୋଇଲି : ୧୬ ନମ୍ବର ଜାତୀୟ ରାଜପଥରେ ପାଦରେ ଚାଲି ଚାଲି ଯାଉଥିବା ଓ ସାଇକେଲରେ ବାହାର ରାଜ୍ୟ ଓ ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଜିଲ୍ଲାକୁ ଯାଉଥିବା ୫୦ ଜଣଙ୍କୁ ପାଣିକୋଇଲି ପୁଲିସ ଉଦ୍ଧାର କରିଛି । ରାଜପଥରେ ପାଦରେ ଚାଲି ଚାଲି ଯାଉଥିବା ବେଳେ ଥାନାଧିକାରୀ ଅଜୟ କୁମାର ଜେନା ସେମାନଙ୍କୁ ପଥରପଦା ଗ୍ରାମ ନିକଟରେ ଅଟକାଇଥିଲେ । ସେମାନଙ୍କୁ ଥାନାକୁ ଆଣି ବିସ୍କୁଟ, ପାଣି ଦେଇଥିଲେ । ସେମାନେ ପଶ୍ଚିମବଙ୍ଗ ହଳଦିଆରୁ ଆସି ପଟ୍ଟାମୁଣ୍ଡାଇରେ ରାଜମିସ୍ତ୍ରୀ, ଟାଇଲ ମିସ୍ତ୍ରୀ ଓ ଶ୍ରମିକ ଭାବେ କାମ କରନ୍ତି । ଅନ୍ୟ ମାନେ ସାଇକେଲ ଯୋଗେ ଯାଉଥବବା ବେଳେ ପୁଲିସ ସେମାନଙ୍କୁ ବ୍ରଜନଗର ଠାରୁ ଧରିଛି । ପୁଲିସ ଧରିବା ପରେ ସେମାନଙ୍କୁ କଲେଜରେ ରଖି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଛି ।