ଯୁଗ ଯେତେ ଆଧୁନିକ ହୋଇ ହୋଇ ଚାଲିଛି ସେତେ ପୁରାଣ ନୀତି ନିୟମ ବଦଳି ବଦଳି ଯାଉଛି l ଆଗରୁ ଲୋକେ ଚୁଲିରେ ରୋଷେଇ କରୁଥିଲେ, କିନ୍ତୁ ଆଜି ର ଆଧୁନିକ ଯୁଗରେ ଆଉ ଚୁଲି ରୋଷେଇ ଦେଖିବାକୁ ମିଳୁନାହିଁ, ଲୋକେ ଗ୍ୟାସ, ମାଇକ୍ରୋୱେବ , ଇଂଡକ୍ସନ ଚୁଲା ଇତ୍ୟାଦିରେ ରୋଷେଇ କରୁଛନ୍ତି l ସେହିଭଳି ଖାଦ୍ୟ ଖାଇବାର ପ୍ରଣାଳୀ ମଧ୍ୟ ବଦଳି ଯାଇଛି , ଆଗରୁ ଭୋଜିଭାତ ସବୁଠି ଆମେ ପତ୍ର ଓ ହାତ ସାହାଯ୍ୟ ରେ ଖାଦ୍ୟ ଖାଉଥିଲେ l କିନ୍ତୁ ଆଜିକାଲି ଭୋଜିରେ ମଧ୍ୟ ଚାମଚ ଓ ପ୍ଲେଟ ର ବ୍ୟବହାର ହେଉଛି l ଆଉ ଘର କଥାଟା ନକହିଲେ ସରେ , ଡାଇନିଂ ଟେବୁଲ ଓ ଚେୟାର ରେ ଉପରେ ବସି ଖାଦ୍ୟ ଖିଆ ଯାଉଛି , ତାହା ପୁଣି ପ୍ଲେଟ ଓ ଚାମଚ ରେ l
ଆୟୁର୍ବେଦ ରେ ପୂର୍ବରୁ ହାତରେ ଖାଦ୍ୟ ଖାଇବା ଉପରେ ଖୁବ ଗୁରୁତ୍ୱ ଦିଆଯାଉ ଥିଲା , ଏହାର ମଧ୍ୟ ରହିଥିଲା ଅନେକ ମହତ୍ୱ l ଏହାଦ୍ୱାରା ଖାଦ୍ୟ ର ସ୍ୱାଦ ଖୁବ ଭଲ ଭାବରେ ଜାଣି ହେଉଥିଲା ମଧ୍ୟ l ପୂର୍ବରୁ କେବଳ ଭାରତରେ ନୁହେଁ, ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ , ପାକିସ୍ତାନ ଓ ନେପାଳ ର ଲୋକେ ମଧ୍ୟ ହାତରେ ଖାଦ୍ୟ ଖାଉଥିଲେ l ହାତରେ ଖାଦ୍ୟ ଖାଇବା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି l ଏହାର ଆଲୋଚନା ପାରମ୍ପରିକ ଭାରତୀୟ ଶାସ୍ତ୍ର ଓ ଆୟୁର୍ବେଦିକ ପ୍ରଥାରେ ମିଳିଥାଏ l
– ଆୟୁର୍ବେଦ ଅନୁସାରେ ହାତର ୫ଟି ଆଙ୍ଗୁଳି ୫ଟି ତତ୍ୱର ପ୍ରତୀକ ଅଟେ l ବୁଢା ଆଙ୍ଗୁଠି ରେ ଅଗ୍ନି ତତ୍ୱ, ବିଶି ଆଙ୍ଗୁଠି ରେ ବାୟୁ ର ତତ୍ୱ, ମଧ୍ୟମ ଆଙ୍ଗୁଳି ରେ ଆକାଶ ର ତତ୍ୱ ଓ ଅନାମିକା ଆଙ୍ଗୁଠି ରେ ପୃଥିବୀ ର ତତ୍ୱ , ସବୁଠୁ ଛୋଟ ବା କାଣୀ ଆଙ୍ଗୁଠି ଯାହାକୁ କୁହାଯାଇ ଥାଏ ସେଥିରେ ଜଳର ତତ୍ୱ ରହିଥାଏ l
– ବିଶେଷଜ୍ଞ ଙ୍କ ମତ ଅନୁସାରେ ହାତରେ ଭୋଜନ କରିବା ସମୟରେ ବ୍ୟକ୍ତି ନିୟନ୍ତ୍ରିତ ଅନୁପାତ ରେ ଭୋଜନ କରିଥାଏ l ଯେଉଁ କାରଣରୁ ସେ ଅଧିକ ଭୋଜନ କରି ପରେ ନାହିଁ ଓ ତାର ଓଜନ ନିୟନ୍ତ୍ରିତ ରହିଥାଏ l
– କିନ୍ତୁ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଠିକ ଭାବରେ ଧୋଇବା ଜରୁରୀ ହୋଇଥାଏ l ନଚେତ ଖରାପ ବ୍ୟାକ୍ଟେରିଆ ପେଟ ମଧ୍ୟ କୁ ପ୍ରବେଶ କରି ସ୍ୱାସ୍ଥ୍ୟ ସମସ୍ୟା ରେ ବାଧା ସୃଷ୍ଟି କରି ଥାଆନ୍ତି l
– ହାତରେ ଖାଦ୍ୟ ଖାଇବା ଦ୍ୱାରା ପାଚନ ସମସ୍ୟା ସୁସ୍ଥ ରହିଥାଏ, ଆୟୁର୍ବେଦ ଅନୁସାରେ ୫ଟି ତତ୍ୱ ଖାଦ୍ୟରେ ସାମିଲ ହେବା ଦ୍ୱାରା ଭୋଜନ ର ସ୍ୱାଦ ଦ୍ବିଗୁଣିତ ହେବା ସହିତ ସ୍ୱାଦ ମଧ୍ୟ ଠିକ ଭାବରେ ଜାଣି ହୋଇଥାଏ l
– ହାତରେ ଖାଦ୍ୟ ଖାଇବା ଦ୍ୱାରା ଆମେ ଆମ ସଂସ୍କୃତି ସହିତ ଯୋଡି ହୋଇଥାଉ l ଏହାଛଡା ଆମେ ଖାଦ୍ୟ କୁ ଠିକ ଭାବରେ ଚୋବାଇ ଖାଇପାରି ଥାଉ l ତେଣୁ ପାଚନ ରସ ଆମ ଖାଦ୍ୟରେ ଠିକ ଭାବରେ ମିସିପାରେ l ଏହାଛଡା ଖାଦ୍ୟ ର ପୋଷାକ ତତ୍ୱ ଶରୀର ମଧ୍ୟକୁ ଯାଇଥାଏ l
