ଭୋଗରାଇ-୩୦/୦୮ : ବାଲେଶ୍ୱର ଜିଲ୍ଲା ସୀମାନ୍ତ ଦୀଘା ମୁହାଣ ମାଛମାର୍କେଟରେ ମଙ୍ଗଳବାର ଦିନ ୮ଟି ଓ ବୁଧବାର ଦିନ ୯ଟି ସାମୁଦ୍ରିକ ତେଲିଆ ଭେକ୍ଟି ମାଛ ୭୦ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି । ଓଡ଼ିଶାର ଧାମରା ମୁହାଣ ଏବଂ ଦୀଘା ମୁହାଣରୁ ଏହି ମାଛଗୁଡ଼ିକ ଟ୍ରଲରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାଯାଇ ଦୀଘା ମାଛ ମାର୍କେଟକୁ ବିକି୍ର କରିବାକୁ ଅଣାଯାଇଥିଲା । ୧୭ଟି ତେଲିଆମାଛ ୨୫ ରୁ ୩୦ କେଜି ଓଜନର ହୋଇଥିବା ବେଳେ କେଜିପ୍ରତି ୩୧ହଜାରରୁ ୩୩ହଜାର ଟଙ୍କାରେ ନୀଲାମ କରାଯାଇ ୭୦ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା । କୋଲକତାର ଜିକେଡ଼ି ନାମକ ଏକ କମ୍ପାନୀ ଏହି ବିରଳ ମୂଲ୍ୟବାନ ମାଛକୁ କିଣି ନେଇଥିଲେ । ବିଦେଶରେ ଏହି ମାଛର ମୂଲ୍ୟ ଅଧିକ ଥିବାବେଳେ ମାଛର ରକ୍ତରୁ ଔଷଧିୟ କ୍ୟାପସୁଲ ଏବଂ ଏକ ସୂତା କଢାଯାଇ ମଣିଷ ଶରୀରରେ ଅପରେସନ ସମୟରେ ଲାଗୁଥିବା କୁହାଯାଉଛି । ଅପର ପକ୍ଷରେ ଚଳିତ ବର୍ଷ ସମୁଦ୍ରରେ ପ୍ରଥମରୁ ଇଲିସି ଓ ତେଲିଆ ଭେକଟି ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଥିବାରୁ ମତ୍ସ୍ୟଜୀବୀ , ଟ୍ରଲର ମାଲିକ ଓ ବ୍ୟବସାୟୀଙ୍କ ପାଇଁ ପୁଷ ମାସ ସୃଷ୍ଟି କରୁଥିବା କୁହାଯାଇଛି ।
