ଯେଉଁ ବ୍ୟକ୍ତି ମାନଙ୍କର କୋଷ୍ଠ କଠିନ୍ୟ ଠାରୁ ନେଇ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ ତାଙ୍କୁ ସ୍ୱାସ୍ଥ୍ୟ ବସେସଜ୍ଞ ମାନେ ଫାଇବର ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇ ଥାଆନ୍ତି l ଏହାର ମୁଖ୍ୟ କାରଣ ହେଲା ପାଚନ ସମ୍ବନ୍ଧୀୟ ଅସୁବିଧା କୁ ଦୂର କରିବା ପାଇଁ ଫାଇବର ଯୁକ୍ତ ଭୋଜନ ଠାରୁ ଆଉ କିଛି ଭଲ ନାହିଁ l କିନ୍ତୁ ଆବଶ୍ୟକତା ଠାରୁ ଅଧିକ କେଉଁ ଜିନଷ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ l
* କେତେ ପରିମାଣ ର ଫାଇବର ଶରୀର ପାଇଁ ଆବଶ୍ୟକ ? :-
କୋଷ୍ଠ କଠିନ୍ୟ ସମସ୍ୟା କୁ ଅଟକାଇବା ପାଇଁ ଫାଇବର ଖାଇବା ଖୁବ ଆବଶ୍ୟକ l ରକ୍ତରେ ଶର୍କରା ସ୍ତର କୁ ନିୟନ୍ତ୍ରଣ କରିବା ପାଇଁ ଓ ଓଜନ ହ୍ରାସ କରିବା ପାଇଁ ଫାଇବର ର ମହତ୍ୱପୂର୍ଣ୍ଣ ଭୂମିକା ରହିଛି l ଅନ୍ତ କୁ ସୁସ୍ଥ ରଖିବା ସହ ମାଇକ୍ରୋ ବାୟୋମ ମଧ୍ୟ ମେଣ୍ଟେନ କରି ରଖିଥାଏ l ଏତେ ହିତକର ହୋଇ ଥିଲେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଫାଇବର ସେବନ କରିବା ଉଚିତ ନୁହେଁ l
* ଫାଇବର ଅତ୍ୟଧିକ ସେବନ ଦ୍ୱାରା ହୋଇଥାଏ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା :-
* ଅତ୍ୟଧିକ ଫାଇବର ସେବନ ଦ୍ୱାରା ଶରୀର ଫୁଲିଯିବା, ଗ୍ୟାସ ସମସ୍ୟା ଓ ପେଟ ଟାଣିବା ଇତ୍ୟାଦି ହୋଇଥାଏ l ଏହି ଲକ୍ଷଣ ସେତେବେଳେ ଦେଖା ଯାଇଥାଏ ଯେତେବେଳେ ଅନ୍ତ ରେ ମହତ୍ୱପୂର୍ଣ୍ଣ ବ୍ୟାକଟେରିଆ ଫାଇବର କୁ ହଜମ କରିବାରେ ବାଧା ସୃଷ୍ଟି ହୋଇଥାଏ ସେତେବେଳେ ଗ୍ୟାସ ସମସ୍ୟା ଦେଖା ଯାଇଥାଏ l
* କୋଷ୍ଠ କଠିନ୍ୟ ସମସ୍ୟା ରୁ ରକ୍ଷା ପାଇବା ପାଇଁ ଆମେ ଅଧିକ ରୁ ଅଧିକ ଫାଇବର କଯାଇଥାଉ l କିନ୍ତୁ ଅଧିକ ଫାଇବର ଖାଇବା ଦ୍ୱାରା ମଳ ତ୍ୟାଗରେ ଅସୁବିଧା ହୋଇଥାଏ l ତେଣୁ ଫାଇବାର ର ମାତ୍ରା ସନ୍ତୁଳନ ରଖିବା ଜରୁରୀ l
* ହାଇ ଫାଇବର ଯୁକ୍ତ ଖାଦ୍ୟ ସେବନ ଦ୍ୱାରା ଶରୀର ରେ ଜସ୍ତା, ଆଇରନ ର ମାତ୍ରା ବଢି ଯାଇଥାଏ l ତେଣୁ ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ଶରୀର ରେ ଆଇରନ , ମଗ୍ନେସିୟମ , କ୍ୟାଲସିୟସମ କୁ ଅବଶୋଷଣ କରିବାରେ ବାଧା ଆସିଥାଏ l