ବୋଲଗଡ ତ୧୨/୦୫ : ବୋଲଗଡସ୍ଥିତ ସେବାସମବାୟରେ ବହୁ ଚାଷୀ ଦିର୍ଘଦିନ ଧରି ମଣ୍ଡିରେ ବିକ୍ରୟ ନିମନ୍ତେ ରେଜିଷ୍ଟେସନ କରିଛନ୍ତି । ଏହି ଚାଷୀମାନେ ଗତ ମାର୍ଚ୍ଚ ମାସରେ ମଣ୍ଡିରେ ଧାନ ଦେବା ଲାଗି ନିୟମାନୁଯାୟୀ ନାମ ରେଜିଷ୍ଟେସନ କରିବା ପରେ ଗତ ମାର୍ଚ୍ଚ ମାସ ୧୧ ଓ ୧୮ତାରିଖରେ ସେମାନଙ୍କ ମୋବଇଲକୁ ରେଜିଷ୍ଟେସନ ବୈଧତାର ମେସେଜ ଆସିଥିଲା ।
ମାତ୍ର ମଇ ମାସ ଅଧା ହେବାକୁ ଯାଉଥିଲେହେଁ ଏପର୍ଯ୍ୟନ୍ତ ସେମାନଙ୍କୁ ଟୋକନ ମିଳିନାହିଁ । ତେଣୁ ଏସମ୍ପର୍କରେ ଚାଷୀମାନେ ସେବାସମବାୟକୁ ବହୁବାର ଦୈାଡି ଦୈାଡି ନିରାଶ ହୋଇ ବସିଛନ୍ତି । ପ୍ରଫୁଲ ସାମନ୍ତ ସିଂହାର, ଲକ୍ଷ୍ମୀଧର ବାଘ, ରମେଶ ସାମନ୍ତସିଂହାର, ସନାତନ ରାଉତରାୟ, କରୁଣା ସାହୁ, ବନମାଳୀ ମହାପାତ୍ର, କେଦାର ଚମ୍ପତ୍ତି, ସତ୍ୟନାରାୟଣ ଦାସ, ମନୋଜ ପଣ୍ଡା, ଲଡିକିଶୋର ମହାପାତ୍ର, ତ୍ରିନାଥ ବୈରିଗଞ୍ଜନ,ପୂର୍ଣ୍ଣଚନ୍ଧ୍ର ନାୟକ,ନିରଞ୍ଜନ ସାମନ୍ତସିଂହାର, ସୁଦର୍ଶନ ମହାନ୍ତି, କୃପାସିନ୍ଧୁ ବାରିକ, ଭାସ୍କର ଚନ୍ଦ୍ର ସୁବୁଦ୍ଧି ଓ ହରିହର ସାହୁଙ୍କ ସମେତ ବହୁଚାଷୀ ଏସମ୍ପର୍କରେ ଲିଖିତ ଭାବେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ଲିଖିତ ଅଭିଯୋଗ କରାବା ସହିତ ରାଜ୍ୟ ଯୋଗାଣମନ୍ତ୍ରୀ,କୃଷିମନ୍ତ୍ରୀ,ସ୍ଥାନୀୟ ବିଧାୟକ,ସାଂସଦ ଭୁବନେଶ୍ୱର, ସି,ଏମ,ଓ ଖୋର୍ଦ୍ଧା, ସଚିବ ଖାଦ୍ୟ ଯୋଗାଣ ନିଗମ ଭୁବନେଶ୍ୱର ଓ ପ୍ରନିସ୍ପାଲ ସଚିବ ଯୋଗଣ ବିଭାଗ ଭୁବନେଶ୍ୱରଙ୍କୁ ଲିଖିତ ଭାବେ ଜଣାଇଥିବାର ଜଣାପଡିଛି । ତେଣୁ ଚାଷୀମାନଙ୍କୁ ଟୋକନ ପ୍ରଦାନ କରି ଧାନ କ୍ରୟ କରିବା ନିମନ୍ତେ ଚାଷୀମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।