Odisha news

ଆଉ ୨ କରୋନା ପଜିଟିଭ ଚିହ୍ନଟ କେନ୍ଦୁଝର ଜିଲ୍ଲାର

0

ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ ଚିହ୍ନଟ। ଏମାନେ ଉଭୟ କେନ୍ଦୁଝର ଜିଲ୍ଲାର। ହାଟଡିହି ବ୍ଲକ୍‌ର ଢେଙ୍କା ପଞ୍ଚାୟତ ଓ ଧନୁର୍ଜୟପୁର ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତ ସୁରତରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ। ଜଣଙ୍କର ଳକ୍ଷଣ ନଥିଲା ବୋଲି କେନ୍ଦୁଝର ଜିଲ୍ଲାପାଳ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି।

ତେବେ କେନ୍ଦୁଝରରେ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ଟିଭ କେଶ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ସକାଳେ ଆଜି ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେହିପରି ଆଜି ବାଲେଶ୍ୱରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସନ୍ଧ୍ୟାରେ କେନ୍ଦୁଝରରେ ଆଉ ୨ ପଜିଟିଭ ଚିହ୍ନଟ ହେବା ପରେ ଦିନକରେ ୨୫ ଜଣ ପଜିଟିଭ ବାହାରିଲେଣି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ୪୩୯ରେ ପହଞ୍ଚିଲା।

ସେହିପରି ଆଉ ୩୧ ଜଣ କରୋନା ଆକ୍ରାନ୍ତ  ଆଜି ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ଯାଜପୁରରେ ଏବେବି ୩୧ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Govt
Leave A Reply