Odisha news

ଗୋଟିଏ ସୁନ୍ଦର୍ ପାରିବାରିକ ଜୀବନ ପାଇଁ ଘରର ମୂରବୀ ଙ୍କୁ କେବେବି ଭୁଲିବା ଉଚିତ୍ ନୁହେଁ ଏହି ୩ଟି କଥା

ଗୋଟିଏ ସୁନ୍ଦର୍ ଜୀବନ ପାଇଁ କେତୋଟି କଥାକୁ ଓ ନିୟମ କୁ ଗୁରୁତ୍ଵ ଦେବା ଆବଶ୍ୟକ । କାରଣ ଜୀବନରେ ବିନା ନିୟମ ରେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ପ୍ରତିଦିନ ଆମ ଜୀବନ ବିଭିନ୍ନ ପ୍ରକାରର ଅସୁବିଧା କୁ ସମ୍ମୁଖିନ କରିଥାଏ , ସେହି ସମୟରେ ଆମକୁ ଜଣେ ସତ୍ ମଣିଷ ଙ୍କର ପରାମର୍ଶ ଆବଶ୍ୟକ । ସେ ହେଉଛନ୍ତି ଘରର ମୁଖିଆ । ଘରର ମୁଖିଆ ସବୁବେଳେ କିଛିଟା ନିୟମ କୁ ଜୀବନରେ ନେଇ ଚାଲିବା ଉଚିତ୍ । ମୁଖିଆ ଯଦି ବିପଥଗାମୀ ହୁଅନ୍ତି ତେବେ ସମ୍ପୂର୍ଣ ପରିବାର ବିପଥଗାମୀ ହୋଇଥାଏ ।
* ଶାସ୍ତ୍ର ଅନୁସାରେ ଘରର ମୁଖିଆ ସବୁବେଳେ ଖାଦ୍ୟକୁ ସମ୍ମାନ ଦେବା ଆବଶ୍ୟକ । କାରଣ ଯେଉଁ ଘରେ ଅନ୍ନ କୁ ସମ୍ମାନ ଦିଆଯାଏ ସେହି ଘରେ ସର୍ବଦା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ । ଯଦି ଆପଣଙ୍କ ନିକଟରେ ଅଧିକ ଖାଦ୍ୟ ରହିଛି ହେଲେ କୌଣସି ଭୋକିଲା କୁ ଖାଇବାକୁ ଦିଅନ୍ତୁ । କିନ୍ତୁ ନଷ୍ଟ କରନ୍ତୁ ନାହିଁ ।
* ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କପଟ ରହିବା ଉଚିତ୍ ନୁହେଁ – ସ୍ବାମୀ ସ୍ତ୍ରୀଙ୍କ ମଧୁର ସମ୍ପର୍କ ରେ ଯଦି କପଟତା ରୁହେ ତେବେ ସେହି ସମ୍ପର୍କ ଦୀର୍ଘ ସ୍ଥାୟୀ ନୁହେଁ । ଯେଉଁ ଘରେ ଧନ ର ଭୁଲ୍ ବ୍ୟବହାର ହୁଏ ସେଠାରେ କଳହ ଦେଖା ଦେଇଥାଏ । ଏପରି ଘର ଲକ୍ଷ୍ମୀ ଛଡ଼ା ହୋଇଯାଏ ।
* ଭାଇ ସହିତ ସମ୍ବନ୍ଧ ଖରାପ୍ ହେବା ଉଚିତ୍ ନୁହେଁ – ଭାଇ ଭାଇଙ୍କ ମଧ୍ୟରେ ସବୁବେଳେ ସମ୍ପର୍କ ରେ ମଧୁରତା ଓ ଦୃଢ଼ତା ରହିବା ଆବଶ୍ୟକ । କାରଣ ଭାଇ – ଭାଇ ସମ୍ପର୍କ ରେ ଯଦି ତିକ୍ତତା ଆସିଥାଏ ତେବେ ଶତ୍ରୁ ମଧ୍ୟ ଏହାର ଲାଭ ନିଏ ।

Comments are closed.