Odisha news

ଫେସବୁକ୍ କୁ ନେଇ ସୁପ୍ରିମ କୋର୍ଟଙ୍କର କଠୋର ପ୍ରତିକ୍ରିୟା ଡିଜିଟାଲ ପ୍ଲାଟଫର୍ମ ନୁହେଁ ରେଲୱେ ପ୍ଲାଟଫର୍ମ

ନୂଆଦିଲ୍ଲୀ : ଫେସବୁକ୍ କୁ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଶକ୍ତ ଝଟକା ମିଳିଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ଦଙ୍ଗା କୁ ନେଇ ଦିଲ୍ଲୀ ବିଧାନସଭା ପ୍ୟାନେଲ ପକ୍ଷରୁ ଫେସବୁକ୍ ଇଣ୍ଡିଆର ଭାଇସ ପ୍ରେସିଡେଣ୍ଟ ଙ୍କୁ ଜାରୀ କରାଯାଇଥିବା ସମନ୍ ଉପରେ ରୋକ୍ ଲଗାଇବା ପାଇଁ ମନା କରାଯାଇଛି । ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ପକ୍ଷରୁ ଟିପଣି ମଧ୍ୟ ଦିଆ ଯାଇଛି । ନାୟାଳୟ ପକ୍ଷରୁ କୁହାଯାଇଛି ଯେ ଡିଜିଟାଲ ପ୍ଲାଟଫର୍ମ ରେଲୱେ ପ୍ଲାଟଫର୍ମ ନୁହେଁ । ଯେଉଁଠି ଟ୍ରେନ ଯିବା ଆସିବା ଉପରେ ରୋକ୍ ଲଗାଯିବ । ସାମାଜିକ ଗଣମାଧ୍ୟମ ଜରିଆରେ ଲୋକତନ୍ତ୍ର ପାଇଁ ବିପଦ ଦେଖା ଦେଉଛି ।
ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ବରେ ବର୍ତ୍ତମାନ୍ ଲୋକତନ୍ତ୍ର ରାଷ୍ଟ୍ର ଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି । ଲୋକତନ୍ତ୍ର ରାଷ୍ଟ୍ର ଗୁଡ଼ିକ ରେ ମତଦାନ ସମୟରେ ସୋସିଆଲ ମିଡ଼ିଆ ଗୋଟିଏ ବିପଦ ଭଳି ଦେଖା ଯାଉଛି । ଆଜିର ଆଧୁନିକ ଯୁଗର ସୋସିଆଲ ପ୍ଲାଟଫର୍ମ କୁ ରେଲୱେ ପ୍ଲାଟଫର୍ମ ଭଳି ଅଟକାଇ ହେବ ନାହିଁ । ଏହିସବୁ ଡିଜିଟାଲ ପ୍ଲାଟଫର୍ମ ଅନିୟନ୍ତ୍ରିତ ହୋଇପାରନ୍ତି , ଏମାନଙ୍କ ର ନିଜସ୍ଵ ଆହ୍ବାନ ରହିଛି ।
ସୋସିଆଲ ମିଡ଼ିଆ ର ଶକ୍ତି ବିଷୟରେ ନ୍ୟାୟାଳୟ କହିଛନ୍ତି ଯେ ଭାରତରେ ଫେସବୁକ୍ ସମସ୍ତଙ୍କର ପ୍ରିୟ ଡିଜିଟାଲ ପ୍ଲାଟଫର୍ମ ଅଟେ । ପାଖାପାଖି ୨୭ କୋଟି ଆକ୍ଟିଭ୍ ୟୁଜର୍ଷ ଭାରତରେ ଅଛନ୍ତି । ଲୋକ ମାନଙ୍କୁ ସ୍ୱର ଉଠାଇବା ପାଇଁ ଓ ନିଜର ମତ ରଖିବା ପାଇଁ ସ୍ୱତନ୍ତ୍ରତା ରହିଛି । କିନ୍ତୁ ଏହି କଥାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ ଯେ ଏହି ପ୍ଲାଟଫର୍ମ ରେ ବିଧ୍ୱଂଶ କାରୀ ମତ , ସନ୍ଦେଶ ଓ ବିଚାରଧାରା ମଧ୍ୟ ଦେଖିବାକୁ ମିଳୁଛି ।
ଫେବୃଆରୀ ୨୦୨୦ ଦିଲ୍ଲୀ ଦଙ୍ଗା କୁ ନେଇ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସୌହାର୍ଦ୍ଦ୍ୟ କମିଟି ଫେସବୁକ୍ ଇଣ୍ଡିଆ ର ଭାଇସ୍ ପ୍ରେସିଡେଣ୍ଟ ଙ୍କୁ ସମନ ପଠାଇଥିଲେ ଓ କୋର୍ଟ ରେ ହାଜର ହେବା ପାଇଁ କହିଥିଲେ । ସମିତି ପକ୍ଷରୁ ଏହି ସମାନ ଦଙ୍ଗା ସମୟରେ ଉତେଜିତ ଭାଷଣ କୁ ବ୍ୟାପିବାକୁ ନେଇ ପଠାଇ ଥିଲା । ଫେସବୁକ୍ ଏହି ସମାନ୍ କୁ ଗୋଟିଏ ଆହ୍ବାନ ଭାବି ଯାଚିକା ଦାୟର କରିଥିଲା । ଏହାକୁ ନେଇ ଶୁଣାଣି ସମୟରେ କୋର୍ଟ ଏଭଳି ଟିପଣି ଦେଇ ଜାଚିକା ଖାରଜ କରିଛନ୍ତି ।

Comments are closed.