Odisha news

ଛେଳିର ଗୋଟିଏ ପାର୍ଶ୍ୱରେ ଓମ୍ ଅନ୍ୟ ପାର୍ଶ୍ବରେ ମହମ୍ମଦ ଙ୍କ ପ୍ରତୀକ : ଛେଳିର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ : ୟୁପି ର ଅମ୍ ରୋହା ରୁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନା କୁ ଆସିଛି । ଗୋଟିଏ ଛେଳି ର ଗୋଟିଏ ପାର୍ଶ୍ୱରେ ଓମ୍ ଓ ଅନ୍ୟ ପାର୍ଶ୍ବରେ ମହମ୍ମଦ ଲେଖା ହୋଇ ଥିବାର ନଜର ଆସିଛି । ଯେତେବଳେ ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେଲା ଦିଲ୍ଲୀ ରୁ ଏହାକୁ କିଣିବା ପାଇଁ ଗାଁ ରେ ଲୋକମାନଙ୍କ ଭିଡ ଜମିଲା ।
ଖାଲି ପୁର ଗାଁ ର ଏହି ଛେଳି ଟି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଛେଳି ଟିର ମୂଲ୍ୟ ୧ଲକ୍ଷ୍ୟରେ ପହଞ୍ଚି ସାରିଛି । ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି ଯେ ଛେଳି ଟି ର ମାଲିକ୍ ୧୧ ଲକ୍ଷ୍ୟ ରେ ବିକ୍ରି ହେବବୋଲି କହିଛନ୍ତି ।
ମାଲିକ ଜଣକ ନିଜର ମୋବାଇଲ୍ ନମ୍ୱର୍ ମଧ୍ୟ ଜାରି କରିଛନ୍ତି । ତା ସହିତ ବକ୍ରି ଇଦ୍ ମଧ୍ୟ ପାଖେଇ ଆସୁଛି । ତେଣୁ ଛେଳି ମାନଙ୍କ ର କିଣାକିଣି କୁ ଆଖି ଆଗରେ ରଖି ଛେଳି ମାଲିକ ୧୧ ଲକ୍ଷ୍ୟ ମୂଲ୍ୟ ରଖିଛନ୍ତି ବୋଲି ଶୁଣିବାକୁ ମିଳୁଛି ।
ଛେଳି ମାଲିକ୍ ତାରା ଚାନ୍ଦ ଛେଳି ଟିର ଓମ୍ ଓ ମହମ୍ମଦ ଲେଖାକୁ ନେଇ ଏହିଭଳି ମୂଲ୍ୟ ବୃଦ୍ଧି କରିଛନ୍ତି । ଦେଖାଯାଉ ୧୧ ଲକ୍ଷ୍ୟ ନା ତା ଠୁ ଅଧିକ ମୂଲ୍ୟରେ ବିକ୍ରି ହେବ ଏହି ଛେଳି ।

Comments are closed.