Odisha news

ଆମେରିକାର F-35A ଯୁଦ୍ଧ ବିମାନରୁ ପରମାଣୁ ବୋମା ପରୀକ୍ଷଣ : ଚୀନ୍ ଭୟବିତ୍ତ

0

ନୂଆଦିଲ୍ଲୀ : ଆମେରିକା ନିଜର ଯାନ୍ତ୍ରିକ କୌଶଳ ଯୁଦ୍ଧ ବିମାନ F-35A ଦ୍ୱାରା ପରମାଣୁ ବୋମା ବର୍ଶଣ କରିବାର ଅଭୟାସ କରିଛି l ଆମେରିକାର ଆକାଶ ବାହିନୀ ସୈନ୍ୟ ମାନେ ନିଜର ଲାଡାକୁ ବିମାନ B-61-12 ପରମାଣୁ ବୋମା ଖସିବାର ଏକ ଭିଡିଓ ଜାରି କରାଯାଇଛି l ଏହା ପରେ ଆମେରିକାର ଏକନମ୍ବର ଶତ୍ରୁ ଭୟବିତ୍ତ ହୋଇ ଯାଇଛି l ଚୀନ ସେନାର ୱେବସାଇଡ ଜରିଆରୁ ଜଣ ପଡିଛି ଯେ ଚୀନ ଏହି ପରୀକ୍ଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛି l

ଏହି ୱେବସାଇଡ ଜରିଆରେ ଚୀନ ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷଣ ପରେ ଆମେରିକା ପାଖରେ ପରମାଣୁ ଆକ୍ରମଣ କରିବାର ଶକ୍ତି ଆହୁରି ବଢ଼ିଯିବ l ଆମେରିକା ଆଜିକାଲି ଛୋଟା ଛୋଟ ବୋମାର ବିକଶିତ କରୁଛି ,ଯେଉଁ ବୋମା ଗୁଡିକ ଠିକରେ ଲକ୍ଷଭେଦ ହେଉଛି l ଆମେରିକାର ସୈନ୍ୟ ଜଳ ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଶକ୍ତି ଯୋଗାଡ଼ କରୁଛି l F-36A ଯୁଦ୍ଧ ବିମାନ କୌଣସି ରାଡ଼ାର ଦ୍ୱାରା ଶୀଘ୍ର ଧରାପଡେ ନାହିଁ l ଏହା ଦ୍ୱରା ଜଣ ପଡୁଛି ଯେ ଏଥିରେ ଆମେରିକାର ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ଓ ଉନ୍ନତ ବାୟୁ ରକ୍ଷା ପ୍ରଣାଳୀ ବିରୁଦ୍ଧରେ ଅନୁପ୍ରବେଶ ଆହୁରି ଅଧିକ ସହଜ ହୋଇଯିବ l

ଚୀନ ସେନା ଦାବି କରିଥିଲା ଯେ ୨୦୨୦ ରେ ଆମେରିକାର ରକ୍ଷା ବଜେଟରେ ଛୋଟ ଛୋଟ ପରମାଣୁ ବୋମାକୁ ବିକଶିତ କରିବା ପାଇଁ ୮.୩ ପ୍ରତିଶତ ଅଧିକ ଧନ ଆବଣ୍ଟନ କରାଯାଇଥିଲା l ଏହି କାରଣରୁ ଆମେରିକା ସେନା ଆଜିକାଲି B-61 ପରମାଣୁ ବୋମାର ଗୋଟିଏ ସିରିଜ ବିକଶିତ କରୁଛି l ଏଥିରେ ଅଧିକାଂଶ ଏପରି ବିମାନ ରହିଛି ଯେଉଁଥିରେ ଦରକାର ପଡିଲେ ପରମାଣୁ ହତିଆର ଖଞ୍ଜା ହୋଇ ପାରିବ l ଚୀନ ଚିନ୍ତା ପ୍ରକଟ କରି କହିଛି ଯେ ଯଦି F-35 ଯୁଦ୍ଧ ବିମାନ ପରମାଣୁ ବୋମା ଆକ୍ରମଣ କରିବାରେ ସକ୍ଷମ ହୋଇଯାଅ ତେବେ ଆହା ଦ୍ୱାରା ଆମେରିକାର ସାମରିକ କ୍ଷମତାରେ ଜବରଦସ୍ତ ବୃଦ୍ଧି ହେବ l

Leave A Reply