ବନ୍ତଳା: ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବା ଯୋଗୁଁ ବିଦେଶୀ ମଦ ଦୋକାନକୁ ସମ୍ପୁର୍ଣ୍ଣ ସିଲ କରି ଦିଆଯାଇଛି । ଫଳରେ ଅନୁଗୁଳ ଜିଲ୍ଲାର କିଛି ଗାଁ ମାନଙ୍କରେ ଦେଶୀ ମହୁଲି ମଦ କାରବାର ବଢ଼ିବାର ଲାଗିଥିବା ଖବର ପାଇ ଅନୁଗୁଳ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ମୁଖ୍ୟ କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ହମାବିରା ଗ୍ରାମରେ ଚଢ଼ାଉ କରି ୬୦୦ କି.ଗ୍ରା ମହୁଲ ପୋଚ ନଷ୍ଟ କରିବା ସହ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି ।
ସେହିପରି ଅନୁଗୁଳ ଜିଲ୍ଲା ଜରାସିଂହା ଗ୍ରାମରେ ଚଢ଼ାଉ କରି ୮୩୦ କି.ଗ୍ରା ପୋଚ ନଷ୍ଟ କରିଛନ୍ତି । ଚଢ଼ାଉ ସମୟରେ ଅବକାରୀ ବିଭାଗ ଗଢ଼ିଥିବା ଟିମରେ ଅବକାରୀ ବିଭାଗର ସନ୍ତୋଷ କୁମାର ସାହୁ, ଭରତ କୁମାର ବେହେରା, ସରୋଜ ସାହୁ, ମମତା ପଲାଇ, ସନୁ ନାଏକ, ସୁରେଶ ପାଲ, ସନ୍ତୋଷ ସେନାପତି ଥିଲେ ।