Odisha news

ଅନୁଗୁଳରେ ୧୨ ଘଟିଂଆ କର୍ଫ୍ୟକୁ ଫୁ : ରାତି ମଧ୍ୟରାତ୍ରୀରେ ଚାଲୁଛି ପରିବା ହାଟରେ ବେପାର

0

ଅନୁଗୁଳ: ଅନୁଗୁଳ ସହରରେ ଲକ୍ ଡାଉନ୍ ନିୟନ୍ତ୍ରଣକୁ ଖୋଲାଖୋଲି ଭାବେ ଉଲ୍ଲ୍ଘଂନ କରୁଛନ୍ତି ଜନସାଧାରଣ । ଗ୍ରୀନ୍ ଜୋନରେ ଥିବା ଅନୁଗୁଳରେ ହଠାତ୍ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟ ଚେତାପଶୁନି ଲୋକଙ୍କର । କରୋନାକୁ ନିୟନ୍ତ୍ରଣ ରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ ଘଟିଂଆ ରାତ୍ରୀକାଳୀନ କର୍ଫ୍ୟୁ ଲଗା ଯାଇଥିଲେ ମଧ୍ୟ ତାଙ୍କୁ ଖାତିର କରୁନାହାଁନ୍ତି ଜନସାଧାରଣ । ପୁଲିସ ପକ୍ଷରୁ ଯେତେ କଡା ନିୟମ ଲାଗୁ କରାଯିବା ସହ ଫାଇନ ଆଦାୟ କରାଯାଉଥିଲେ ମଧ୍ୟ “ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପଡା କାଠ”ନିତିରେ ଲୋକଙ୍କର ଗାଲୁଆମୀ ବଢ଼ି ଚାଲିଛି ।

ସତେ ଯେମିତି କର୍ଫ୍ୟୁ ଆଇନ ଗୋଟିଏ ଖେଳ ଘର । ଖୋଲା ଖୋଲି ଭାବେ ଲୋକ ମାନେ ଉଲ୍ଲ୍ଘଂନ କରୁଛନ୍ତି କର୍ଫ୍ୟୁକୁ  । ସବୁଠାରୁ ଆର୍ଶ୍ଚଯ୍ୟ ବିଷୟ ହେଲା ଯେ, ସହର ମଧ୍ୟ ଭାଗରେ ଥିବା ପୋରପରିଷଦର ପରିବା ମାର୍କେଟରେ ଚାଲିଛି ମଧ୍ୟରାତ୍ରୀ ପରିବା ବେପାର । ଅନୁଗୁଳ ସହରରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଟିଂଆ କର୍ଫ୍ୟୁ ବଳବତର ଥିବା ବେଳେ ମଧ୍ୟରାତ୍ରୀରେ ଏହି ମାର୍କେଟରେ ପରିବା ବ୍ୟବସାୟୀଙ୍କ ଭିଡ ଜମୁଛି ଓ ଅନୁଗୁଳ ବାହାରୁ ଶହ ଶହ ବେପାରୀ ଆସି କରୁଛନ୍ତି ପନିପରିବାର ହୋଲସେଲ ବେପାର । ଏହି ସମୟରେ କେହି ବେପାରୀ ମାନୁ ନାହାଁନ୍ତି ସାମାଜିକ ଦୂରତ୍ୱ କିମ୍ବା ପିନ୍ଧୁ ନାହାଁନ୍ତି ଫ୍ରେସ ମାସ୍କ । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ, ଏହି ପରିବା ମାର୍କେଟ ପୋ÷ରପରିଷଦ ଅଧିନରେ ଥିଲେ ମଧ୍ୟ ଏହି ପରିବା ବେପାରୀ ମାନଙ୍କୁ ରାତ୍ରିକଳୀନ କର୍ପ୍ୟୁ ସମୟରେ ବେପାର କରିବାକୁ କିଏ ଦେଉଛି ଅନୁମତି । ଏହାର ଏକ ତଦନ୍ତ ଆବଶ୍ୟକ ରହିଛି ।

ପୋ÷ରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିଲେ କହୁଛନ୍ତି ତଦନ୍ତ କରିବା କହି ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଅତି ହାଲୁକା ଭାବେ ନେଉଛନ୍ତି । ଯେଭଳି ଜଣାପଡୁଛି ପୈାରକର୍ମଚାରୀ ବେପାରୀଙ୍କ ସାଙ୍ଗରେ ହାତ ମିଳାଇଛନ୍ତି । ସେହିପରି ଦିନବେଳା ଅନୁଗୁଳ ମାର୍କେଟରେ ଅସମ୍ଭବ ପ୍ରକାର ଭିଡ ଜମୁଛି । କେହି ବି ମାସ୍କ ପିନ୍ଧୁ ନାହାଁନ୍ତି । ପରିତାପର ବିଷୟ ଯେ, ବାରମ୍ବାର ଦୋକାନ ଗୁଡିକୁ ପୁଲିସ ସିଲ କରୁଥିଲେ ମଧ୍ୟ କେତେକ ବ୍ୟବସାୟୀ ଖୋଲା ଖୋଲି ଭାବେ ସାମାଜିକ ଦୂରତ୍ୱକୁ ଉଲ୍ଲ୍ଘଂନ କରୁଛନ୍ତି ।

ସାମାଜିକ ଦୂରତ୍ୱକୁ ଅବମାନନା ଓ ମାସ୍କ ନ ପିନ୍ଧିଳେ ଅନୁଗୁଳକୁ ସଟ୍ ଡାଉନ୍ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ ମଧ୍ୟ ଜନସାଧାରଣ କିମ୍ବା ବ୍ୟବସାୟୀଙ୍କର ଏଥିପ୍ରତି ଖାତିର ନାହିଁ । ଜନସାଧାରଣ ଓ ବ୍ୟବସାୟୀଙ୍କ ରଙ୍ଗଢ଼ଙ୍ଗରୁ ଯେଭଳି ଜଣାପଡୁଛି କରୋନା ଜୀବାଣୁ ଅନୁଗୁଳ ସମେତ ସାରା ବିଶ୍ୱରୁ ଉଭେଇ ଗଲା । ଯଦି ଜନସାଧାରଣ ଏବଂ ବ୍ୟବସାୟୀ କୋଭିଡ ଆଇନକୁ ନ ମାନନ୍ତି ତେବେ ଅନୁଗୁଳ ସହରରେ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ତାହା ସହଜରେ ଅନୁମେୟ

Leave A Reply