Odisha news

କୁଅ ଭିତରୁ ହାତୀ ଛୁଆ ଉଦ୍ଧାର

0

ବାରିପଦା : ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ୍ଜର ବିଶୁଶୋଳ ଗ୍ରାମରେ ଏକ କୁଅ ଭିତରେ ପଡିଯାଇଥିବା ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଝାଡଖଣ୍ଡରୁ ଆସିଥିବା ହାତୀପଲ ପଶ୍ଚିମବଙ୍ଗ ସୀମାରେ ଥିବା ଘଣଘଣା ଜଙ୍ଗଲ ଅତିକ୍ରମ କରି ଆସୁଥିବା ସମୟରେ ବିଶୁଶୋଳ ଗ୍ରାମରେ ଥିବା ଏକ କୁଅ ଭିତରେ ହାତୀ ଛୁଆଟି ପଡିଯାଇଥିଲା ।

ଖବରପାଇ ଦେଉଳି ରେଞ୍ଜର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦମକଳବାହିନୀ ସହାୟତରେ ହାତୀ ଛୁଆଟିକୁ ଊଦ୍ଧାର କରିବାସହ ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା ଦିଆଯାଇଛି । ତେବେ ଖରାଦିନରେ ଜଙ୍ଗଲ ମଧ୍ୟରେ ପାଣି ପିଇବା ପାଇଁ ଆସିଥିବାବେଳେ ହାତୀ ଛୁଆଟି କୂଅ ମଧ୍ୟରେ ପଡିଯାଇଥିବା ଜଣାଯାଇଛି ।

Nalco
Leave A Reply