Odisha news

ଦୋରିଙ୍ଗ ଘରପୋଡ଼ି ଅଂଚଳରେ ଭାରତୀୟ ରେଡ଼କ୍ରସ ତରଫରୁ ରିଲିଫ୍ ବଣ୍ଟନ

0

ଭଞ୍ଜନଗର : ସମ୍ପ୍ରତି ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଜଙ୍ଗଲ ଭିତରେ ଥିବା ଦୋରିଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବା ପରିବାରଙ୍କୁ ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା ତରଫରୁ ସହଯୋଗର ହାତ ବଢ଼ାଇଛି । ରାଜ୍ୟ ସଚିବ ସି.ଟି.ଏସ. ସୁଗୁଣାଙ୍କ ନିଦେ୍ର୍ଦଶରେ ତଥା ରାଜ୍ୟ ଯୁବ ରେଡ଼କ୍ରସ୍ ଅଧିକାରୀ ଡ଼ଃ. ଅଜୟ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଅଗ୍ନି ପ୍ରଭାବିତ ପରିବାରକୁ ପାଲ, ବାଲ୍ଟି, ରୋଷେଇ ସାମଗ୍ରୀ, ଧୋତି, ଲୁଙ୍ଗି, ଶାଢ଼ୀ, ଚାଦର, ବେଡ଼ସିଟ୍, ମାସ୍କ, ଫିନାଇଲ, ମଗ, ସାନିଟାଇଜର, ବ୍ଲିଚିଂ ପାଉଡ଼ର ବଣ୍ଟନ କରାଯାଇଥିଲା । ଏହାକୁ ଯୁବ ରେଡ଼କ୍ରସ୍ ଜିଲ୍ଲା ସଂଯୋଜକ ବି.ଗୋବିନ୍ଦ ରାଓ, ଜଗନ୍ନାଥପ୍ରସାଦ ଆଂଚଳିକ ମହାବିଦ୍ୟାଳୟ ଯୁବରେଡ଼କ୍ରସ ଉପଦେଷ୍ଟା ଲୋକନାଥ ମହାନ୍ତି ପରି·ଳନା କରିଥିଲେ ଏବଂ ରାଜ୍ୟ ପ୍ରତିନିଧି ଲିଙ୍ଗରାଜ ପଣ୍ଡା ପରି·ଳନା କରିଥିଲେ । ଯୁବରେଡ଼କ୍ରସ୍ ସ୍ୱେଚ୍ଛାସେବୀ ସରୋଜ କୁମାର ନାୟକ, ବିଭୁତି ଭୂଷଣ ନାୟକ, କାହ୍ନୁ ଚରଣ ପ୍ରଧାନ, ରାଜୀବ କୁମାର ନାୟକ, ଲୀକୁନ୍ ତ୍ରିପାଠୀ, ନିତୁ ତ୍ରିପାଠୀ, ଆକୁଳ ସେଠି, ରଞ୍ଜିତ ପ୍ରଧାନ, ଶିବ ସେଠୀ, ରଙ୍କନିଧି ପାତ୍ର, ବୁଲୁ ପାତ୍ର, କୁନାଳ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଏହାପରେ କ୍ଷେତମୁଣ୍ଡାଳି ପଂଚାୟତର ଲୁଣ୍ଡୁରୀପଦର ଗ୍ରାମରେ ଅଗ୍ନି ପ୍ରଭାବିତ ୬ ପରିବାରକୁ ମଧ୍ୟ ରିଲିଫ୍ ବଣ୍ଟନ କରାଯାଇଥିଲା ।

Nalco
Leave A Reply