Odisha news

ବିଦୁରଙ୍କ ନୀତି : ଜଣେ ଭଲ ଗୃହକର୍ତା ହେବାକୁ ହେଲେ ଏହି ତିନିଟି କଥା ସବୁବେଳେ ଧ୍ୟାନରେ ରଖନ୍ତୁ

0

ମହାତ୍ମା ବିଦୂରଙ୍କ ନୀତିଶାସ୍ତ୍ର ଆଜି ମଧ୍ୟ ସମସ୍ତଙ୍କ ଜୀବନରେ ପ୍ରଭାବ ପକାଉଛି । ଯଦି କୌଣସି ମନୁଷ୍ୟ ଏହାକୁ ଜୀବନର ମନ୍ତ୍ର ଭାବରେ ଗ୍ରହଣ କରି ନିଏ ତେବେ ତାର ଜୀବନର ଦିଗ ଓ ଦଶା ସବୁକିଛି ବଦଳି ଯାଇଥାଏ ସେ ମନୁଷ୍ୟର ପ୍ରତୀକ ସମସ୍ୟାର ସମାଧାନ ଅତି ସୁନ୍ଦର ଉପାୟରେ କହିଥାନ୍ତି ।ମନୁଷ୍ୟ ତା ଜୀବନରେ କିଭଳି ଭାବରେ ସବୁ ପରିସ୍ଥିତିର ସାମ୍ନା କରି ପରିବା ସେଥିପ୍ରତି ବିଦିର ଧ୍ୟାନ ଦେଇଛନ୍ତି । ଜୀବନରେ ଜଣେ ଭଲ ଗୃହୀ ହେବାକୁ ଇଚ୍ଛା କଲେ ତିନୋଟି କଥାକୁ ସବୁବେଳେ ଧ୍ୟାନ ଦେବା ଆବଶ୍ୟକ ବୋଲି ମହାତ୍ମା ବିଦୁର ନିଜର ନୀତି ଶାସ୍ତ୍ରରେ ଲେଖିଛନ୍ତି ।

* ବିଦୁରଙ୍କ ନୀତିରେ ଯଦି କୌଣସି ମନୁଷ୍ୟ ଘରେ ଗୁରୁଜନ ମାନଙ୍କୁ ସମ୍ମାନ ଦେଇଥାଏ ତା ଉପରେ ଭଗଵାନଙ୍କ ଆଶୀର୍ବାଦ ରହିଥାଏ ।କାରଣ ପିତାମାତା ହେଉଛନ୍ତି ଚଳନ୍ତି ଠାକୁର ,ତେଣୁ ତାଙ୍କୁ ପ୍ରଥମେ ସମ୍ମାନ ଦେବା ସହିତ ସେବା କରିବା ଆବଶ୍ୟକ ।

* ବିଦୁରଙ୍କ ମତରେ ଅର୍ଣ ହେଉଛି ମାତା ଲକ୍ଷ୍ମୀଙ୍କ ରୂପ । ତେଣୁ ଆର୍ଣ୍ଣ କେବେବି ନଷ୍ଟ କରିବା ଉଚିତ୍ ନୁହେଁ ବୋଲି ଗୃହକାର୍ତା ଜାଣି ରଖିବା ଉଚିତ୍ ଏବଂ ଅନ୍ୟ ମାନଙ୍କୁ ସେ ବିଷୟରେ କହିବ ଉଚିତ୍ । ଯେଉଁ ଘରେ ଖାଦ୍ୟ ନଷ୍ଟ ହୋଇଥାଏ ସେହି ଘରେ ସବୁବେଳେ ଆସନ୍ତି ଲାଗି ରହେ ।

* ବିଦୁର ଙ୍କ ମତରେ ଘରର ସ୍ତ୍ରୀ ସବୁବେଳେ ଲକ୍ଷ୍ମୀ ସଦୃଶ ଅଟନ୍ତି ।ତେଣୁ ସେମାନଙ୍କୁ କ୍ରୋଧ ଶୋଭା ଦିଏ ନାହିଁ ,କାରଣ ସ୍ତ୍ରୀ ମାନଙ୍କୁ ଗୃହ ଲକ୍ଷ୍ମୀ କୁହାଯାଏ ।ସେମାନେ ନିଜ ସ୍ୱାମୀର ଆଦର ସମ୍ମାନ କରିବା ଉଚିତ୍ ।

Nalco
Leave A Reply