Odisha news

ପ୍ରାଥମିକ ଶିକ୍ଷା ହିଁ ସାକ୍ଷରତାର ଦୀକ୍ଷା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ପେଟକୁ ଦାନା, ପିଠିକି କନା, ମୁଣ୍ଡ ଗୁଞ୍ଜିବାକୁ ବାସ, ରୋଗକୁ ଓଷ ଓ ପଢିବାକୁ ଦି’ ଅକ୍ଷର ପାଠ ଜଣେ ନାଗରିକ ପାଇଁ ଏତିକି ସର୍ବନିମ୍ନ ଆବଶ୍ୟକତା ଅପରିହାର୍ଯ୍ୟ । ଏଥିମଧ୍ୟରୁ ପାଠର ଗୁରୁତ୍ୱ ଯଥେଷ୍ଟ ରହିଛି । କାରଣ ଏହା ଉପରେ ମାନବ ସମ୍ବଳର ବିକାଶ ନିର୍ଭର କରେ ।ଅନ୍ୟ ଅର୍ଥରେ କହିଲେ ସାକ୍ଷରତା ହିଁ ଗୋଟିଏ ଦେଶର ପ୍ରଗତିର ଚାବିକାଠି । ତେଣୁ ଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ । ଯେତେ ଯାହା ଯୋଜନା କଲେ ବି ନିରକ୍ଷରତା ଦୂର ନ ହେଲେ କୈାଣସି ଦେଶର ଉନ୍ନତି ଆଶାନୁରୂପ ହୋଇପାରିବନାହିଁ । ଏକ ଲୋକପ୍ରିୟ କାହାଣୀ କୁହେ – “ଯଦି ତୁମେ ଆଗାମୀ ଏକ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ମଞ୍ଜି ବୁଣିଦିଅ, ଯଦି ୧୦ ବର୍ଷ ବା ତା ଠାରୁ ଉଦ୍ଧ୍ୱର୍ ସମୟ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ଗଛ ଲଗାଇଦିଅ, ଆଉ ଯଦି ୧୦୦ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ସମସ୍ତଙ୍କୁ ଶିକ୍ଷିତ କରାଇଦିଅ” ।
ଦାରିଦ୍ର୍ୟ ଦୂରୀକରଣ, ଶିଶୁ ମୃତୁ୍ୟହାର ହ୍ରାସ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ପୁରୁଷ ମହିଳା ଲିଙ୍ଗାନୁପାତ ହ୍ରାସ ଓ ଉଚ୍ଚମାନର ଜୀବନଧାରଣର ମାନକୁ ସାକ୍ଷରତା ସିଧାସଳଖ ପ୍ରଭାବିତ କରେ । ବିଶେଷକରି କମ୍ପ୍ୟୁଟର,ଇଣ୍ଟରନେଟ୍,ମୋବାଇଲ,ହ୍ୱାଟସଆପ୍,ଫେସବୁକ୍ ଓ ଟ୍ୱିଟର ସମଗ୍ର ବିଶ୍ୱକୁ ଏକ ଛୋଟିଆ ଗାଆଁରେ ପରିଣତ କରିଥିବା ବେଳେ ସାକ୍ଷରତା ସହ ବହୁଭାଷୀ ଦକ୍ଷତାର ଗୁରୁତ୍ୱ ଆହୁରି ବଢିଯାଇଅଛି । କାରଣ ଏହା କାର୍ଯ୍ୟ କୁଶଳତା ବୃଦ୍ଧି କରିବା ସହ ଜୀବନଧାରଣର ମାନକୁ ଉନ୍ନତ କରିଥାଏ । ଏବେବି ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଉଦ୍ଧ୍ୱର୍ । ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରେ ଜଣେ ନିରକ୍ଷର । ଅନୁ୍ୟନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ । ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍ ରାଷ୍ଟ୍ରସମୂହ । ବର୍କିନା ଫାସୋ, ନିଗର ଓ ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍ ଯଥାକ୍ରମେ ୧୨.୮ ପ୍ରତିଶତ, ୧୪.୪ ପ୍ରତିଶତ ଓ ୧୯ ପ୍ରତିଶତ । କିନ୍ତୁ ବିଶ୍ୱର ସାକ୍ଷରତା ହାର ୮୪ ପ୍ରତିଶତକୁ ବିଚାରକୁ ନେଲେ ସ୍ୱୀକାର କରିବାକୁ ହେବ ଯେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଏକ ସର୍ବେକ୍ଷଣରୁ ଯଣାପଡିଛିଯେ ଏବେବି ଆମ ଦେଶରେ ପ୍ରାୟ ୨୮ କୋଟିରୁ ଉଦ୍ଧ୍ୱର୍ ଲୋକ ନିରକ୍ଷର ଅଛନ୍ତି ।
ଏହି ପରିପ୍ରେକ୍ଷୀରେ ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏତ୍ ଋଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯.୬ ପ୍ରତିଶତ, ୯୯ ପ୍ରତିଶତ ରହିଛି । ଏପରିକି କାନାଡା, ନିଉଜିଲ୍ୟାଣ୍ଡ ଓ ବର୍ମା ପ୍ରଭୃତି ଦେଶରେ ମ୍ମ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ଓ ୮୯ ପ୍ରତିଶତ । ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ତନ୍ମ୍ମରୁ ପୁରୁଷ ସାକ୍ଷରତା ହାର ୮୨.୧୪ ପ୍ରତିଶତ ହୋଇଥିବା ବେଳେ ନାରୀ ସାକ୍ଷରତା ହାର ୬୫.୪୬ ପ୍ରତିଶତ । ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉକ୍ରଟତର । ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ତନ୍ମ୍ମରୁ ପୁରୁଷ ସାକ୍ଷରତା ହାର ୮୨.୧୪ ପ୍ରତିଶତ ହୋଇଥିବା ବେଳେ ନାରୀ ସାକ୍ଷରତା ହାର ୬୫.୪୬ ପ୍ରତିଶତ । ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉକ୍ରଟତର । ସେହିପରି ଆମ ପ୍ରଦେଶ ଓଡ଼ିଶା କଥା ଚିନ୍ତାକଲେ ଅନ୍ୟ ରାଜ୍ୟ ତୁଳନାରେ ଆମେ ପଛରେ । କେରଳ ଓ ମିଜୋରାମରେ ସାକ୍ଷରତା ହାର ଯଥାକ୍ରମେ ୯୩.୯୧ ପ୍ରତିଶତ ଓ ୯୧.୬ ପ୍ରତିଶତ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ସାକ୍ଷରତା ହେଉଛି ୬୩.୮୨% । ଆମ ଓଡିଶାର ସାକ୍ଷରତା ହାର ୭୩.୫ ପ୍ରତିଶତ ଯାହାକି ଜାତୀୟ ହାର ଠାରୁ କମ୍ । ଏମାନଙ୍କ ମଧ୍ୟରୁ ପୁରୁଷ ସାକ୍ଷରତା ହାର ୮୨.୪ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୬୪.୩୬ ପ୍ରତିଶତ ।
ମାନବ ଜାତିର ସର୍ବାଙ୍ଗୀନ ବିକାଶର ଉତ୍ସ ହେଉଛି ଶିକ୍ଷା । ପ୍ରତ୍ୟେକ ମଣିଷକୁ ଶିକ୍ଷାର ଅଙ୍ଗନକୁ ଆଣିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଏସବୁ ସତ୍ୱେ ବିଶ୍ୱ ସ୍ତରରେ ପ୍ରତି ୫ଜଣ ବୟସ୍କଙ୍କ ମଧ୍ୟରେ ଜଣେ ଅଶିକ୍ଷିତ ଅଛନ୍ତି । ଆମ ଦେଶ ଓ ରାଜ୍ୟ କଥା ଆହୁରି ତଦ୍ରୁପ । ଏହି ସମସ୍ୟାର ସମାଧାନ ପାଇଁ ପ୍ରାକ୍ ସ୍ୱାଧୀନତା କାଳରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୯୭୮ ମସିହା ଅକ୍ଟୋବର ୨ ତାରିଖରେ ଭାରତ ସରକାର ବହୁଚର୍ଚ୍ଚିତ ପ୍ରୈ÷ାଢ ଶିକ୍ଷା କାର୍ଯ୍ୟକ୍ରମ, ୧୯୮୬ ମସିହାରେ ଇଚ୍ ୱାନ ଟିଚ୍ ୱାନ ଓ ୧୯୮୮ ମସିହାରୁ ଦେଶରେ ସାକ୍ଷରତା ମିଶନ୍ କାର୍ଯ୍ୟକାରୀ ହେଉଛି । ଏଥିସହିତ ୨୦୦୯ ମସିହାରେ ସାକ୍ଷରତା ଦିବସ ପାଳନ ଅବସରରେ ସାକ୍ଷର ଭାରତ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଦେଶର ୩୬୫ ଜିଲ୍ଲାକୁ ସାମିଲ କରାଯାଇଥିଲା ବେଳେ ଓଡିଶାରୁ ରହିଛି ୧୯ଟି । ସେହିପରି ଓଡ଼ିଶା ସରକାର ୨୦୦୨ ମସିହାରୁ ସର୍ବଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି । ଭାରତ ସରକାର ୨୦୦୯ ମସିହାରେ ଐତିହାସିକ ଶିକ୍ଷା ଅଧିକାର ବିଲ୍ ଆଣି ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଏହାଦ୍ୱାରା ୬ ରୁ ୧୪ ବର୍ଷ ବୟସର ପ୍ରାୟ ୯୨ ଲକ୍ଷ ଶିଶୁ ଶିକ୍ଷାଲାଭର ସୁଯୋଗ ପାଇବାର ଲକ୍ଷ୍ୟ ରଖାଯାଇଛିା ଏକ ହିସାବରୁ ଜଣାଯାଏ ଓଡ଼ିଶାରେ ମଧ୍ୟ ମୋଟ ୬୮ ଲକ୍ଷ ୨୮ ହଜାର ୩୫୭ ଜଣ ଶିଶୁଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୧୪୭ ଜଣ ପିଲା ସ୍କୁଲ ଦୁଆରମୁହଁ ମାଡିନାହାଁନ୍ତି ।
ଶିକ୍ଷାଦାନ କେବଳ ଜୀବିକା ନୁହେଁ । ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ନିଜ ଧର୍ମ ମନେକରନ୍ତି । ହେଲେ ଏମାନଙ୍କ ସଂଖ୍ୟା ହାତ ଗଣତି । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ପାଠ ପଢାଇବା ଭିନ୍ନ ସରକାର ଅନ୍ୟ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ନିର୍ବାଚନ ସର୍ଭେ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା ତାଥା ଆଇରନ୍ ବଟିକା ବଣ୍ଟନ ଏହି କାର୍ଯ୍ୟ ତାଲିକା ଅନ୍ତର୍ଭୁକ୍ତ । ଅନ୍ୟ ପକ୍ଷରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରୋସôାହନ ଯୋଗାଇ ଦେବାରେ ସରକାରୀ କଳର ଉଦାସୀନତାକୁ ମଧ୍ୟ ଅଣ ଦେଖା କରାଯାଇନପାରେ । ସେହିପରି ବିଦ୍ୟାଳୟ ମାନଙ୍କରେ ରାଜନୀତିକି ଗତିବିଦ୍ଧି ବୃଦ୍ଧିପାଇବାରେ ଲାଗିଛି । ଅନ୍ୟ ପଟେ ଛତୁ ଫୁଟିବା ପରି ଖୋଲୁଥିବା ଘରୋଇ ବିଦ୍ୟାଳୟ ଗୁଡିକ ସରକାରୀ ବିଦ୍ୟାଳୟର ଭବିଷ୍ୟତ ଅନ୍ଧକାରକୁ ଠେଲୁଛି । ଭାରତ ସରକାର ଶିକ୍ଷା ଅଧିକାର ଆଇନ ପ୍ରଣୟନ କରିଛନ୍ତି । ସର୍ବଶିକ୍ଷା ଅଭିଯାନ ମଧ୍ୟ ଜାରି ରହିଛି । ଯୋଜନା ପାରେ ଯୋଜନା ଚାଲିଛି । ଅପରପକ୍ଷରେ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ । ବଢିଚାଲିଛି ସ୍କୁଲ ଛାଡନ୍ତା ଡ୍ରପ୍ଆଉଟଙ୍କ ସଂଖ୍ୟା । ଶିକ୍ଷକ, ଅଭିଭାବକ, ସମାଜ ଓ ସରକାରଙ୍କ ସହଯୋଗ, ସମ୍ମନ୍ୱୟ ଓ ସହଭାଗିତା ଅଭାବରୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ହେଇପାରୁନାହିଁ । ତେଣୁ ସଭିଙ୍କୁ ଶିକ୍ଷିତ କରିବାର ଲକ୍ଷ୍ୟ ପଥଭ୍ରଷ୍ଟ ହେଉଛି ।
ପ୍ରାଥମିକ ଶିକ୍ଷା କୁ ବାଦ୍ ଦେଇ ବିଶ୍ୱର କୈାଣସି ରାଷ୍ଟ୍ର ସାକ୍ଷରତା କ୍ଷେତ୍ରରେ ସଫଳତା ପାଇନାହିଁ । ଏହା ଏକ ପ୍ରାମାଣିକ ସତ୍ୟ । ତେଣୁ ସାକ୍ଷର ଭାରତର ସ୍ୱପ୍ନ ସାକାର କରିବାକୁ ହେଲେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡିବା

Generally it is wise to avoid intercourse and associated feelings of failure until the premature ejaculation is treated. cialis pill Your general practitioner, counsellor or therapist will be able to show you and your partner techniques to help delay ejaculation.

Leave A Reply