ପରଜଙ୍ଗ(ପ୍ରତାପ ସାହୁ ) ତା-୨୫/୨/୨୦୨୧/ଢେଙ୍ କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପସି ଗ୍ରାମର ଦଳିତ ବସ୍ତି ବାସିନ୍ଦା ଆଜି ପୂର୍ଵହ୍ନରେ ମୁକ୍ତାପସି ଦେଇ ଯାଇଥିବା୫୩ନଂ ଜାତୀୟ ରାଜପଥକୁ କଲେ ଅବରୋଧ।ପ୍ରକାଶ ଥାଉକି ରାଜ୍ୟ ସରକାର ଜଳଯୋଗାଣ ଓ ପରିମଳ ବ୍ୟବସ୍ତା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ଡିଡିମ୍ବ ପିଟୁଥିବା ବେଳେ ଏଠାରେ ଆଦିବାସୀ ହରିଜନ ମାନେ ବର୍ଷ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ ସୁଦ୍ଧା ପାନୀୟ ଜଳରୁ ବଂଚିତ ହୋଇ ଥିବା ଦେଖା ଯାଇଛି ଫଳରେ ଦଳିତ ବସ୍ତିରଶତାଧିକ ମହିଳା ଗରା ଡେକିଛି, ବାଲ୍ଟି ଧରି୫୩ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।ଯାହାଫଳରେ ଶହ ଶହ ଗାଡି ମଟର ଯାତାୟତ ବନ୍ଦ ହୋଇ ଥିବାରୁ ଗାଡି ମୋଟର ରେ ଯାଉଥିବା ଯାତ୍ରୀ ମାନେ ଅସୁବିଧାର ସଂମୁଖୀନ ହୋଇଥିଲେ।ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଅଭିନବଡାଲୁଆ ଓ ପରଜଙ୍ଗ ପାନୀୟ ଜଳଯୋଗାଣର କନିଷ୍ଟଯନ୍ତ୍ରୀ ବିରଜା ପ୍ରାସାଦ ଦାସ, ମୁକ୍ତାପସି ସରପଞ୍ଚ ରଂଜନ କୁମାର ସେଠୀ,ପରଜଙ୍ଗ ଗ୍ରାମ ପଂଚାୟତ ଅଧିକାରୀ ଅକ୍ଷୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଦଳିତ ମହିଳା ମାନଙ୍କୁ ବୁଝାସୁଝା କରି୭ଦିନ ମଧ୍ୟରେ ନଳକୂପ ଖନନ କରିବା ପାଇଁ ପ୍ରତିଶ୍ରୁତି ଦେବାରେ ରାସ୍ତାରୋକ ହଟିଥିଲା।