ଡାକ୍ତର ସୁରେନ୍ଦ୍ର ନାଥ ଦାଶ : ସାରା ବିଶ୍ୱର ସର୍ବୋଚ୍ଚ ପୁରସ୍କାର କଥା କହିଲେ ସମସ୍ତଙ୍କ ମନକୁ ତତକ୍ଷାଣ ସ୍ୱେଡନ ଦେଶର ଜଣେ ମହାନ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ଦ୍ୱାରା ୧୮୯୫ ମସିହାରୁ ଏହି ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଛି । ଶକ୍ତିଶାଳୀ ବିସ୍ଫୋରକ ଡିନାମାଇଟର ଆବିଷ୍କାର କରି ସାରା ବିଶ୍ୱରେ ଆଲଫ୍ରେଡ ନୋବେଲ ଜଣାଶୁଣା । ଆଗରୁ ବିସ୍ଫୋରଣ ପାଇଁ ବ୍ୟବହୃତ ଟିଏନଟି ଅତ୍ୟନ୍ତ ବପଦଜ୍ଜନକ ଥିଲା । ବିସ୍ଫୋରଣରେ ନୋବେଲଙ୍କର ଭାଇର ମୃତୁ୍ୟ ଘଟିଥିଲା ।
କାରଖାନା ଜଳି ପୋଡି ୫ଜଣ ଶ୍ରମିକ ମରିôଥିଲେ । ନୋବେଲ ସେଥିରେ କଲୋଡିନ ନାମରେ ଏକ ନିଷ୍କ୍ରିୟ ପଦାର୍ଥ ମିଶାଇ ତାକୁ ନିରାପଦ କରିôଥିଲେ । ସେ ସେଫ୍ଟି କପ ଓ ଡିଟୋନେଟର ସଂଯୋଗ କରି ତାହାର ନାମ ଡିନାମାଇଟ ଦେଲେ । ଆହୁରି ନିରାପଦ ଜିଲାନାଇଟ ଓ କୋଡାଇଟ ତିଆରି କରି ପେଟେନ୍ଟ କରôିଥିଲେ । ନିଜ ଜୀବନରେ ସେ ୩୫୫ ଟି ର ପେଟେନ୍ଟ୍ ଲାଭ କରିଥିଲେ ଓ ସେଗୁଡିକୁରୁ ସେ ପ୍ରଭୂତ ଅର୍ଥ ଲାଭ କରିଥିଲେ । ଏ.ବି ବୋର୍ଫସ ତୋପ, ନୋବେଲ ଡିନାମାଇଟ ଓ ବାକୁ ତୈଳ କମ୍ପାନୀର ମାଲିକ ସେ ଥିଲେ ।
ଡିନାମାଇଟର ବ୍ୟବହାର ଯୂଦ୍ଧ କ୍ଷେତ୍ରରେ ହେଉଥିଲା । ପ୍ରଥମ ଥର ପାଇଁ ର୍କିମିଆ ଯୂଦ୍ଧରେ ବ୍ୟବହୃତ ହୋଇ ଅନେକ ନର ସଂହାର କରିଥିଲା । ସେଥିିପାଇଁ ନୋବେଲଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଥରେ ତାଙ୍କର ମୃତୁ୍ୟ ଖବର ମିଛରେ ପ୍ରଚାରିତ ହୋଇ ତାଙ୍କୁ କେତେକ ସମ୍ବାଦ ପତ୍ର ମୃତୁ୍ୟର ସୌଦାଗର ବୋଲି ବର୍ଣ୍ଣନା କଲେ । ଏହା ଦେଖି ନୋବେଲ ମର୍ମାହତ ହେଲେ ଓ ବିଶ୍ୱର କଲ୍ୟାଣ ପାଇଁ ସେ ନିଜର ଉପାର୍ଜିତ ସଂପତିର(୩.୨ କ୍ରୋନ) ୯୪ ଶତକଡା ଭାଗରେ ନୋବେଲ ପୁରସ୍କାର ଦେବାର ବ୍ୟବସ୍ଥା ନିଜ ଇଛାପତ୍ର (୨୭.୧୧ ୧୮୯୫)ରେ ଉଲ୍ଲେଖ କରିଗଲେ । ବର୍ତତମାନ ତାହାର ମୂଲ୍ୟ ୪୭୨ ମିଲିଅନ ଡଲାର ।
ଏହି ପୁରସ୍କାର ପ୍ରତିବର୍ଷ ଯେ କୌଣସି ଦେଶ, ଜାତି ଧର୍ମ ର ବ୍ୟକ୍ତି ଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଚିକିସôା ବିଜ୍ଞାନ ବା ଫିଜୋଲୋଜି ଓ ବିଶ୍ୱ ଶାନ୍ତିରେ ଉକôର୍ଷତା ପାଇଁ ପ୍ରଦାନ କରାଯିବ । ୧୯୬୮ ମସିହାରେ ର ସ୍ୱେଡେନ ରିଷି ବ୍ୟାଙ୍କ ନିଜର ତିନିଶହ ବର୍ଷ ପୂରଣ ପାଇଁ ନୋବେଲ ଫାଉଣ୍ଡେସନ କୁ ଅନେକ ଅର୍ଥ ଦାନ କଲେ । ସେହି ଅର୍ଥ ରେ ଅର୍ଥନିତୀ ପାଇଁ ଷଷ୍ଠ ନୋବେଲ ପୁରସ୍କାର ପ୍ରଦାନ ପ୍ରଦାନ କରାଯାଉଛି । ପୁରସ୍କାର ମୂଲ୍ୟ ୯ମିଲିଅନ କ୍ରୋନ ହେବ । ଚିକିସôା ବିଜ୍ଞାନ ପାଇଁ କାରୋଲିନାଙ୍କ ନୋବେଲ ଆସେମ୍ବ୍ଲି, ଶାନ୍ତି ପାଇଁ ନରୱେର ନୋବେଲ କମିଟି, ରସାୟନ ଶାସ୍ତ୍ର, ପଦାର୍ଥ ବିଜ୍ଞାନ ଓ ଅର୍ଥନିତୀ ପାଇଁ ରୟାଲ ସ୍ୱେଡିସ ଏକାଡେମି ଅଫ ସାଇନ୍ସ ଓ ସାହିତ୍ୟ ପୁରସ୍କାର ସ୍ୱେଡିସ ଏକାଡେମି ଅଫ ଲିଟେରଚର ପୁରଷ୍କାର ପ୍ରଦାନ କରନ୍ତି ।
ସମସ୍ତ ପୁରସ୍କାର ଡିସେମ୍ବର ୧୦ ତାରିଖ ଦିନ ଏକ ବିଶେଷ ଉସôବରେ ପ୍ରଦାନ କରାଯାଏ । ୧୯୦୧ ମସିହାରେ ଏହି ପୁରସ୍କାର ପ୍ରଥମେ ପ୍ରଦାନ ହୋଇଥିଲା । ୧୧୯ ବର୍ଷ ମଧ୍ୟରେ ଏହା ୫୯୭ ଥର ୯୫୦ ବ୍ୟକ୍ତି ବା ଅନୁଷ୍ଠାନକୁ ପ୍ରଦାନ କରା ଯାଇଛି । କିଛିବ୍ୟକ୍ତି ଏକାଧିକ ଥର ପାଇଥିବାରୁ ଏହା ୯୦୮ ବ୍ୟକ୍ତି ଓ୨୭ ଟି ଅନୁଷ୍ଠାନକୁ ଦିଆ ଯାଇଛି ।
ଶାନ୍ତି ପୁରସ୍କାର ନରେୱର ଓସୋଲୋ ଠାରେ ଓ ଅନ୍ୟ ପୁରସ୍କାର ସ୍ୱେଡନର ଷ୍ଟକହୋମ ଠାରେ ପ୍ରଦାନ କରାଯାଏ । ୧୯୦୦ ମସିହାରେ ପାଂଚ ଜଣ ସ୍ୱେଡିସ ଜିମ୍ବା ନରେୱାନ ନାଗରିକଙ୍କୁ ନେଇ ନୋବେଲ ଫାଇଣ୍ଡେସନ ପ୍ରତିଷ୍ଠା ହୋଇଛି । ପ୍ରଥମ ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତି ହେଲେ ପଦାର୍ଥ ବିଜ୍ଞାନରେ ଏକ୍ସ ରେର ଆବିଷ୍କାରକ ରନ୍ତଜେନ, ରସାୟନ ବିଜ୍ଞାନରେ ଭାନ ଟି ହଫ(ଥେର୍ମାଡାଇନାମିକ) ,ସାହିତ୍ୟ ରେ କବି ସୁଲି, ଚିକିସôା ବିଜ୍ଞାନରେ ଦିପ୍ଥେରିଆ ଟିକାର ଉଦଭାବକ ଏମିଲି ଭନ ବେହରିଙ୍ଗ ଓ ଶାନ୍ତି ପାଇଁ ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁରାଂଟ ଥିେôଲ ।
ମନୋନୟନ ପ୍ରଣାଳୀ: ବର୍ଷ କ ଆଗରୁ ଜାନୁୟାରୀ ମାସରେ ନୋବେଲ କମିଟି ୩୦୦୦ ମନୋନୟନ ପତ୍ର ବିଭିନ୍ନ ପ୍ରତଷ୍ଠିତ ବ୍ୟକ୍ତି ଓ ଅନୁଷ୍ଠାନକୁ ପୁରସ୍କାର ପାଇଁ ବିଶିଷ୍ଟ ବ୍ୟକ୍ତି ଙ୍କ ନାମ ସୁପାରିସ ପାଇଁ ପଠାଇଥାଆନ୍ତି ।
ସେଗୁଡିକ ଆସିଲା ପରେ ୩୦୦ ବ୍ୟକ୍ତି ଙ୍କର ଏକ ତାଲିକା ପ୍ରସ୍ତୁତ ହୋଇ ବିଶେଷଜ୍ଞ କମିଟି ଦ୍ୱାରା ପ୍ରତି ବିଭାଗ ପାଇଁ ତିନିଜଣଙ୍କ ନାମ ସ୍ଥିର ହେଲା ପରେ ନୋବେଲ କମିଟି ଦ୍ୱାରା ଶେଷ ନିରୁପଣ ହୁଏ । ଗୋଟିଏ ବିଭାଗରେ ସର୍ବୋଚ୍ଚ ୩ ଜଣଙ୍କୁ ମନୋନିତ କରାଯାଏ ମୃତ ବ୍ୟକ୍ତି ଙ୍କୁ ଏହା ଦିଆ ଯାଏ ନାହିଁ । ଦିସେମ୍ବର ୧୦ ତାରିଖରେ ଏହାର ପ୍ରଦାନ ଉସôବ ଅନୁଷ୍ଠିତ ହୁଏ । ନୋବେଲ କନସର୍ଟ ଓ ଭାଷଣରେ ଏହା ସମାପ୍ତ ହୁଏ । ଏକ ୧୭ ଗ୍ରାମର ସବୁଜ ୧୮ କ୍ୟାରେଟ ସୁନାରେ ଆଲେଫ୍ରଡ ନୋବେଲ ଙ୍କର ଛବି ଥାଇ ମେଡାଲ ପ୍ରଦାନ କରାଯାଏ ।
ବିଶେଷ ଘଟଣା: ମାଡାମ କୁ୍ୟରି ଏକମାତ୍ର ବ୍ୟକ୍ତି ଦୁଇଟି ବିଭାଗ ପଦାର୍ଥ (୧୯୦୪)ଓ ରସାୟନ ବିଜ୍ଞାନ(୧୯୧୧) ରେ ଦୁଇଥର ଏହି ପୁରସ୍କାର ପାଇଥିଲେ । ତାଙ୍କ ପରିବାରକୁ ଚାରିଥର ଏହା ଯାଇଥିଲା । ଦ୍ୱିତୀୟ ମହାଯୂଦ୍ଧ ବେଳେ ହିଟଲର ଜର୍ମାନୀର ତିନିଜଣ ଜର୍ମାନର ବୈଜ୍ଞାନୀକଙ୍କୁ ପୁରସ୍କାର ଗ୍ରହଣ କରିବାକୁ ଅନୁମତି ଦେଇନଥିଲେ । ବର୍ମାର ଆଙ୍ଗ-ସୁ-କିଙ୍ଗ ଶାନ୍ତି ପାଇଁ ନୋବେଲ ପାଇଲେ ମଧ୍ୟ ସାମରିକ ସରକାର ତାଙ୍କୁ ଜେଲରୁ ଛାଡି ନଥିଲେ । କମୁ୍ୟନିଷ୍ଟ ରୁଷିଆ ମଧ୍ୟ ନିଜ ଦେଶର କିଛି ନୋବେଲ ବିଜେତାଙ୍କୁ ତାହା ଗ୍ରହଣ ପାଇଁ ଅନୁମତି ଦେଇନଥିଲା । ନୋବେଲ ପୁରସ୍କାର ଚୟନରେ ବାରମ୍ବାର ଅନିୟମିତା ଅଭିଯୋଗ ଆସିଛି ।
ଏହା ସବୁବେଳେ ୟୁରୋପୀୟ ବ୍ୟକ୍ତି ମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛି ବୋଲି କୁହାଯାଉଛି । ରାଜନୈତିକ ପକ୍ଷପାତିତାରେ ହେନେରି କିସିଂଜରଙ୍କ ଭଳି ଯୁଦ୍ଧ ଖୋର ବ୍ୟକ୍ତି, ୟାସାର ଆରାଫତଙ୍କ ଭଳି ଆତଙ୍କ ବାଦୀ, ଇସ୍ରାଏଲର ଆଇଜାକ ରବିନ,ସାଇମାନ ପେରିସ , ଆମେରିକାର ବାରାକ ଓବାମା,ଜିମି କାର୍ଟରଙ୍କ ଭଳି ଲୋକଙ୍କୁ ପୁରସ୍କାର ଦିଆଜାଇଛି । ଅନେକ ଆନ୍ତର୍ଜାତିକ ଅନୁଷ୍ଠାନ୍ ଯଥା ରେଡକ୍ରସ(ଦୁଇ ଥର) ଆମେନଷ୍ଟି ଇଂଟରନେସନାଲ ଡକ୍ଟର ଉଇଦାଉଟ ବର୍ଡର, ୟୁନେସ୍କୋ ,ବିଶ୍ୱ ସ୍ାସ୍ୟ୍ଥ ସଂଗଠନ, କ୍ୱେକର ଆସୋସିଏସନ ଆନ୍ତର୍ଜାାତିକ ଶରଣାର୍ଥୀ ଓ ପୂର୍ନବସତି ସଂଗଠନ ମାନଙ୍କୁ ଏହି ଗୌରବ ମିଳିଛି ।
ଅନ୍ୟ ପକ୍ଷରେ ମହାତ୍ମା ଗାନ୍ଧୀ, ୟୁ ଥାଂଟଙ୍କ ଭଳି ଶାନ୍ତି ଦୂତ ମାନଙ୍କୁ ଉପେକ୍ଷା କରି ନୋବେଲ କମିଟି ସମାଲୋଚିତ ହୋଇଛି । ବିଶେଷତଃ ମହାତ୍ମା ଗାନ୍ଧି ୩ ଥର ମନୋନିତ ହୋଇ ଶେଷ ପର୍ଯ୍ୟାୟ ରେ ପହଂଚିଥିଲେ ମଧ୍ୟ ଶେଷକୁ ତାଙ୍କ ନାଁ କୁ କାଟି ଦିଆ ଯାଇଥିଲା ।୧୯୪୮ ମସିହାରେ ସେ ଜିବିତ ନଥିବାରୁ ମନୋନିତ ହୋଇଥିଲେ ମଧ୍ୟ ଦିଆଯାଇ ପାରିନଥିଲା ବରଂ ସେବର୍ଷ ପୁରସ୍କାର ପ୍ରଦାନ ସ୍ଥଗିତ ରହିଲା । ବହୁଦିନ ପରେ ତାହା ଏକ ଐତିହାସିକ ଭୂଲ ବୋଲି ନୋବେଲ କମିଟି ସ୍ୱୀକାର କଲେ ।
ସେହିଭଳି ପୁଞ୍ଜିବାଦୀ ମାନେ ରୁଷିଆର ଭିନ୍ନ ମତବାଦୀଙ୍କୁ ପୁରସ୍କାର ଦେଇ ରୁଷିଆକୁ ବାରମ୍ବାର ଅପମାନିତ କରିବାର ପ୍ରୟାସ କରିଛନ୍ତି ବୋଲି ରୁଷିଆ ମଧ୍ୟ ଅଭିଯୋଗ କରିଥିଲା । ଭାରତର ନୋବେଲ ବିଜୟୀ: ୧୯୦୪ ମସିହାରେ ଭାରତ ଜନ୍ମିତ ବ୍ରିଟିଶ ନାଗରିକ ରୋନାଲଡ ରସ ପ୍ରଥମ ନୋବେଲ ବିଜେତା । ପରେ ରବିନ୍ଦ୍ର ନାଥ ଟାଗୋର ତାଙ୍କର କବିତା ସଂକଳନ ଗିତାଞ୍ଜଳୀ ପାଇଁ ୧୯୧୧ ମସିହାରେ ପ୍ରଥମ ଏସିଆନ ରୂପେ ଏହି ପୁରସ୍କାର ପାଇଥିଲେ । ପରେ ସିଭି ରମନ,ପଦାର୍ଥ ବିଜ୍ଞାନରେ, ମଦର ଟେରସା ଶାନ୍ତି ପାଇଁ, କୈଳାସ ସତିର୍ଥ ଶାନ୍ତି ପାଇଁ, ଏମାନେ ଆମ ପାଇଁ ଗୌରବ ଆଣିଛନ୍ତି । ଅମର୍ତ୍ୟ ସେନ ଅର୍ଥନିତୀରେ, ହରଗୋବିନ୍ଦ ଖୋରନା, ଭେଙ୍କଟରମଣଙ୍କ ଭଳି ପ୍ରବାସୀ ଭାରତୀୟ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।ନାନା ବିବାଦ ସତ୍ୱେ ନୋବେଲ ପୁରସ୍କାର ବିଶ୍ୱର ସର୍ବୋଚ୍ଚ ସମ୍ମାନ ରୂପେ ତାର ଖ୍ୟାତି ଯେ ବଜାୟ ରଖିଛି ଏଥିରେ ସନେ୍ଦହ ନାହିଁ ।