Odisha news

ଇ ସିଗାରେଟ୍ କଣ ? ଏହା ଶରୀର ପକ୍ଷରେ କେତେ ହିତକର କଣ କହୁଛି ଗବେଷଣା

0
ଆଜିକାଲି ପ୍ରାୟ ଅଧିକାଂଶ ଲୋକ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ରେ ନିଜକୁ ଅଭ୍ୟାସ କରାଇ ନେଇଛନ୍ତି । ଜଳବାୟୁ ପ୍ରଦୂଷଣ ସହିତ ଜୀବନ ଶୈଳୀ ସେମାନଙ୍କୁ ବିଭିନ୍ନ ପ୍ରକାର ଖରାପ୍ ଅଭ୍ୟାସ ଆଡ଼କୁ ଟାଣି ନେଉଛି । ତେଣୁ କରି ମଦ୍ୟପାନ, ଧୁମ୍ରପାନ ଛଡ଼ା ମଣିଷ ଆହୁରି ଅନେକ ପ୍ରକାର ଖରାପ୍ ଅଭ୍ୟାସ ରେ ନିଜକୁ ବ୍ୟସ୍ତ ରଖୁଛି । ଯାହା ଦ୍ଵାରା ସାମାନ୍ୟ ଖୁସି ମନରେ ଅନୁଭବ କରୁ ଥିଲେ ସୁଦ୍ଧା ଜୀବନ ସମ୍ପୂର୍ଣ୍ଣ ବିପଦ ପୂର୍ଣ୍ଣ ହୋଇ ଯାଉଚି ।
ସେହିସବୁ ଅଭ୍ୟାସ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସିଗାରେଟ୍ ଅଭ୍ୟାସ । ଆଜିକାଲି ବଜାରରେ ଇ ସିଗାରେଟ୍ ର ଚାହିଦା ଅଧିକ ବଢ଼ି ଯାଉଛି । ଏହା ଯୁବକ ମାନଙ୍କ ମଧ୍ୟରେ ଅଧିକ ଦୃତ ଗତିରେ ବୃଦ୍ଧି ପାଉଛି , ଯାହାକି ଗୋଟିଏ ଚିନ୍ତାର କାରଣ । କିଛି ଲୋକଙ୍କର ଧାରଣା ରହିଛି ଯେ ନର୍ମାଲ ସିଗାରେଟ୍ ରେ କ୍ଷତି ହୋଇଥାଏ , କିନ୍ତୁ ଇ ସିଗାରେଟ୍ କ୍ଷତି କାରକ ନୁହେଁ ।
କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ଇ ସାଗରେଟ ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ ହୋଇଥାଏ । ଏହା ହାର୍ଟ ପ୍ରତି ବିଶେଷ ଭାବରେ କ୍ଷତି କାରକ । ଗବେଷଣା କହୁଚି ଯେ ପ୍ରତିଦିନ ଇ ସିଗାରେଟ୍ ଟାଣୁଥିବା ହାର୍ଟ ଓ ବ୍ଲଡ଼ ଭ୍ୟାସେଲ୍ସ ଫଙ୍କସନ ବିଗିଡି ଯାଇଥାଏ ଓ ଅନେକ ପ୍ରକାର ଶାରୀରିକ ସମସ୍ୟା ହୋଇଥାଏ।
* ଇ ସିଗାରେଟ୍ ଓ ସାଧାରଣ ସିଗାରେଟ୍ ମଧ୍ୟରେ ଅନ୍ତର କଣ ରହିଛି ?
– ସାଧାରଣ ସିଗାରେଟ୍ ରେ ଟବାକୋ ଓ ନିକୋଟିନ କିନ୍ତୁ ଇ ସିଗାରେଟ୍ ରେ କେବଳ ନିକୋଟିନ ରହିଥାଏ । ନିକୋଟିନ୍ କାରଣରୁ ଏହାର ଅଭ୍ୟାସ ଆପଣଙ୍କୁ ହୋଇ ଯାଇଥାଏ । ଇ ସିଗାରେଟ୍ ସାଧାରଣ ସିଗାରେଟ୍ ଅପେକ୍ଷା ଆପଣଙ୍କ ଶରୀର ଉପରେ କମ୍ ଖରାପ୍ ପ୍ରଭାବ ପକାଇ ଥାଏ । କିନ୍ତୁ ଇ ସିଗାରେଟ୍ ଧୂଆଁ ସାଧାରଣ ସିଗାରେଟ୍ ଭଳି କ୍ଷତି କାରକ ହୋଇଥାଏ ।
* ଗବେଷଣା କଣ କହୁଛି ?
– ଗୋଟିଏ ଗବେଷଣା ଅନୁସାରେ ଜଣାପଡିଛି ଯେ ୧୫ ମିନିଟ୍ ମଧ୍ୟରେ ଆପଣଙ୍କ ହାର୍ଟ ର ଗତିକୁ ବୃଦ୍ଧି କରିଦେଇ ଥାଏ । ଯାହାଦ୍ଵାରା ଶରୀର ର ” ଫାଇଟ ଏଣ୍ଡ ଫ୍ଲାଇଟ” ମୋଡ଼ ଅନ୍ ହୋଇ ଯାଇଥାଏ । ଏହାଦ୍ବାରା ସେମାନଙ୍କ ରକ୍ତଚାପ ବୃଦ୍ଧି ହୋଇଥାଏ , ଏପରି ସ୍ଥିତି ରେ ହାର୍ଟ ଉପରେ ଅଧିକ ଚାପ ପଡିଥାଏ ଓ ଅଧିକ ଅକ୍ସିଯେନ୍ ର ଆବଶ୍ୟକତା ପଡ଼ିଥାଏ । ଇ ସିଗାରେଟ୍ ହେଉ କିମ୍ବା ନର୍ମାଲ ସିଗାରେଟ୍ ହେଉ ଖୁବ୍ ଶୀଘ୍ର ହାର୍ଟ ଉପରେ ପ୍ରେସର୍ ପଡ଼ିବା ସହିତ ବ୍ରେନ୍ ଡ୍ୟାମେଜ୍ ହେବାର ସମ୍ଭାବନା ରହିଥାଏ ।
* ଯୁବକ ମାନଙ୍କ ନିକଟରେ ବୃଦ୍ଧି ହେଉଛି ହୃଦ୍ ଘାତ ସମସ୍ୟା –
– ଗତ କିଛି ବର୍ଷ ହେଲା ବିଶ୍ବରେ ହୃଦ ଘାତ୍ ସମସ୍ୟା । ବିଶେଷ ଭାବରେ ଏହାଦ୍ବାରା ଯୁବକ ମାନେ ଅଧିକ କ୍ଷତି ଗ୍ରସ୍ତ ର ଶିକାର ହେଉଛନ୍ତି । ହାର୍ଟ କୁ ସୁରକ୍ଷିତ ରଖିବା ପାଇଁ ବିଶେଷ ଭାବରେ ଶ୍ମୋକିଂ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି । ତଥାପି ଲୋକମାନେ ସ୍ମୋକିଙ୍ଗ କରିବାକୁ ପଛାଉ ନାହାନ୍ତି ।
Nalco
Leave A Reply