କାର୍ତ୍ତିକ ପୂର୍ଣ୍ଣିମାରେ ପାଳିତ ହେବ ଦେଵ ଦୀପାବଳୀ ପର୍ବ , ପିତୃ ପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ କରନ୍ତୁ ଏହି ସବୁ ଉପାୟ
କାର୍ତ୍ତିକ ମାସର ଶେଷ ଦିନ ଟିକୁ ଦେବ ଦୀପାବଳୀ ଭାବରେ ପାଳନ କରାଯାଇଥାଏ । ପୁରାଣର ମାନ୍ୟତା ଅନୁସାରେ ଏହିଦିନ ଦେବ ଦେବ ମହାଦେବ ତ୍ରିପୁରାସୁର କୁ ବଧ କରିଥିଲେ ଓ ଦେବତା ମାନଙ୍କୁ ସ୍ବର୍ଗ କୁ ପଠାଇ ଥିଲେ । ଦେବତା ମାନେ ସ୍ବର୍ଗ ପାଇବା ଖୁସିରେ ଏହିଦିନ ଦୀପଦାନ ପର୍ବ ପାଳନ କରିଥିଲେ । ଏହିଦିନ କରା ଯାଇଥିବା ବାସ୍ତୁ ଟିପ୍ସ ବିଶେଷ ଲାଭ ଦେଇଥାଏ ।
ଦେବ ଦୀପାବଳୀ ରେ କରନ୍ତୁ ଏହି ସବୁ ଉପାୟ -:
– ମାନ୍ୟତା ଅନୁସାରେ ଦେବ ଦୀପାବଳୀ ଦିନ ତୁଳସୀ ବୃକ୍ଷର ୧୧ ଟି ପତ୍ର କୁ ନେଇ ରୋଷେଇ ଘରେ ଗୋଟିଏ ପାତ୍ର ରେ ରଖି ପାଣି କିଛି ଦିଅନ୍ତୁ । ଏହାଦ୍ବାରା ଶୁଭ ସଂକେତ ମିଳିବ ।
– ଦେବ ଦୀପାବଳୀ ଦିନ ମାଟି କିମ୍ବା ଅଟା ରେ ଦୀପ ପ୍ରସ୍ତୁତ କରି ସେଥିରେ ୭ଟି ଲବଙ୍ଗ ଦେଇ ପ୍ରଜ୍ବଳିତ କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।
– କାର୍ତ୍ତିକ ମାସରେ କିମ୍ବା ଦେବ ଦୀପାବଳୀ ଦିନ ତୁଳସୀ ବୃକ୍ଷ ଲଗାଇବା ଉଚିତ୍ । ଏହିଦିନ ବିଷ୍ଣୁ ଙ୍କ ଫଟୋ ରେ ୧୧ ଟି ତୁଳସୀ ପତ୍ର ଲଗାଇ ଦିଅନ୍ତୁ । ଏହାଦ୍ବାରା ଘରେ କଦାପି ଧନ ସଂପତ୍ତି ର ଅଭାବ ରହି ନଥାଏ ।
– ଦେବ ଦୀପାବଳୀ ଦିନ ଗଙ୍ଗା ସ୍ନାନ ପରେ ଦୀପ ଦାନ ନିହାତି କରିବା ଆବଶ୍ୟକ । ମାନ୍ୟତା ଅନୁସାରେ ଏହି ଦିନ ଦୀପ ଦାନ କରିବା ର ଫଳ ୧୦ ଜନ୍ମ ର ଯଜ୍ଞ ସହିତ ସମାନ ।
– ବ୍ୟବସାୟ ଓ ଚାକିରୀ ରେ ଉନ୍ନତି ପାଇଁ ଏହିଦିନ ତୁଳସୀ ଙ୍କୁ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ । ଏପରି କରିବା ଦ୍ବାରା ଚାକିରୀ ରେ ଉନ୍ନତି ଓ ବ୍ୟବସାୟ ରେ ସଫଳତା ପ୍ରାପ୍ତି ହୋଇଥାଏ ।
– ଏହିଦିନ ଗ୍ରହଣ ଛାଡ଼ିବା ପରେ ସ୍ନାନ କରିସାରି ପିତୃ ପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଗୋଟିଏ ଦୀପ ନିହାତି ଅର୍ପଣ କରିବା ଆବଶ୍ୟକ । ଏହାଦ୍ବାରା ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।
