ଶନି ଦେବଙ୍କୁ କର୍ମ ଫଳ ଦାତା କୁହାଯାଇ ଥାଏ । ମାନ୍ୟତା ଅନୁସାରେ ଶନି ଦେବ ପ୍ରତ୍ୟେକ ଲୋକଙ୍କୁ ତାଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରି ଥାଆନ୍ତି । ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ଭକ୍ତ ବିଭିନ୍ନ ପ୍ରକାର ଉପାୟ କରି ଥାଆନ୍ତି । କିନ୍ତୁ କିଛିଟା ବିଶେଷ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ।
– ଶନି ଦେବ ଆୟୁ ଦାତା , ଦୁଃଖ ନାଶକ , ରୋଗ ନାଶକ , ପୀଡା ନାଶକ , ବିଜ୍ଞାନ ର ବୃଦ୍ଧି କାରକ , ଯାନ୍ତ୍ରିକ ବିଦ୍ୟାର କାରକ , ଲୁହା , ଖଣିଜ ତେଲ , କର୍ମଚାରୀ , ସେବକ , ଜେଲ୍ ଆଦି ର କାରକ ବୋଲି କୁହା ଯାଇଥାଏ ।
– ଶନି ଦେବ ମକର ଓ କୁମ୍ଭ ରାଶି ର ସ୍ବାମୀ ବୋଲି କୁହାଯାଇ ଥାଏ । ଏହି ରାଶିର ଲୋକ ସାଧାରଣ , ସରଳ ସ୍ୱଭାବର ଓ ସଚ୍ଚୋଟ ହୋଇ ଥାଆନ୍ତି । ଏହି ରାଶିର ବ୍ୟକ୍ତି ଙ୍କ ଉପରେ ଶନିଙ୍କ ବିଶେଷ କୃପା ଦୃଷ୍ଟି ରହିଥାଏ ।
– ଶନି ଦେବଙ୍କ ଉଚ୍ଚ ରାଶି ତୁଳା ଓ ନିଚ ରାଶି ମେଷ ବୋଲି କୁହାଯାଇ ଥାଏ । କିନ୍ତୁ ପ୍ରତ୍ୟେକ ରାଶିର ବ୍ୟକ୍ତିକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରି ଥାଆନ୍ତି ।
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ଙ୍କ ପ୍ରିୟ ରାଶି ମକର , କୁମ୍ଭ ଓ ତୁଳା ଅଟନ୍ତି । ଏହାଛଡା ଶନି ଙ୍କ ର ଧନୁ ଓ ମୀନ ରାଶି ଉପରେ ମଧ୍ୟ କୃପା ଦୃଷ୍ଟି ରହିଥାଏ ।
– ଶନି ଦେବଙ୍କ ମିତ୍ର ଗ୍ରହ ଶୁକ୍ର ଓ ବୁଦ୍ଧ ଅଟନ୍ତି । ଶତ୍ରୁ ଗ୍ରହ ସୂର୍ଯ୍ୟ , ଚନ୍ଦ୍ରମା ଓ ମଙ୍ଗଳ ଅଟନ୍ତି ।
– ଶାସ୍ତ୍ର ଅନୁସାରେ ଶନି ଦାନ କରିବା ଦ୍ୱାରା ବ୍ୟକ୍ତି କୁ ଶନି ପୀଡ଼ା ରୁ ମୁକ୍ତି ମିଳିଥାଏ । ଶନିବାର ଦିନ ୭ପ୍ରକାର ଶସ୍ୟ ଦାନ କରିବା ଖୁବ୍ ଶୁଭ ହୋଇଥାଏ । ଏହି ଶସ୍ୟ ମାନଙ୍କ ମଧ୍ୟରେ କଳା ବିରି , ଗହମ , ସୋରିଷ ଓ କଳା ରାଶି ମୁଖ୍ୟ ଅଟେ , ଏହି ୪ଟି ଶସ୍ୟ ସହିତ ଆପଣ ଆଉ ଯାହା ମିଶାଇ ପାରିବେ ।
– ପ୍ରତି ଶନିବାର ଦିନ ଶନି ବୀଜ ମନ୍ତ୍ର ପାଠ କରିବା ଆବଶ୍ୟକ । ” ଓଁ ପ୍ରାଙ୍ଗ ପ୍ରିଂ ପ୍ରୋଙ୍ଗ ଶନି ଶ୍ଚରାୟ ନମଃ” ।
– ଶନି ଦେବଙ୍କ କୃପା ପ୍ରାପ୍ତି କରିବା ପାଇଁ ନିଲମ୍ ରତ୍ନ ଧାରଣ କରିବା ଶୁଭ ଅଟେ । ଏହାଛଡା ଶନି ଦେବଙ୍କ କୃପା ଲାଭ କରିବା ପାଇଁ ୭ ମୁଖି ରୁଦ୍ରାକ୍ଷ ଶୁଭ ଅଟେ ।
