ଠାକୁରମୁଣ୍ଡା – ୬/୧୦ : ଆଗାମୀ ଦୁର୍ଗା ଓ ଲକ୍ଷ୍ମୀ ପୂଜାରେ ସାଉଣ୍ଡ ବ୍ୟବହାର ପାଇଁ ସରକାରୀ କଟକଣା ସୂଚନା ଉଦ୍ଦେଶ୍ୟରେ ଠାକୁରମୁଣ୍ଡା ଥାନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ୬ ତାରିଖ ସନ୍ଧ୍ୟାରେ ଥାନାଧିକାରିଣୀ ସାବିତ୍ରୀ ଦଳେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଦୂର୍ଗା ପୂଜାକମିଟି ଓ ଲକ୍ଷ୍ମୀପୂଜା କମିଟିର ସଦସ୍ଯ , ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନା କରିଥିଲେ l ଆଗାମୀ ଦୁର୍ଗା ଓ ଲକ୍ଷ୍ମୀ ପୂଜାରେ ଆଦୌ ଡିଜେ ବାଜିବ ନାହିଁ ବୋଲି ଥାନାଧିକାରୀଣୀ କହିଥିଲେ l ଏଥି ସହିତ ମାଇକ ବଜେଇବାକୁ ହେଲେ ଉପଜିଲ୍ଲାପାଳଙ୍କ ଠାରୁ ଆଗୁଆ ଅନୁମତି ଆଣିବେ l ୬୫ ଡେସିବଲରୁ ଅଧିକ ଶବ୍ଦ ହେବ ନାହିଁ ବୋଲି ସରକାରୀ କଟକଣା ସମ୍ପର୍କରେ ଅବଗତ କରି ସମସ୍ତଙ୍କର ସହଯୋଗ କାମନା କରିଥିଲେ l ମାତ୍ର ବାଜା ବଜାଇବା ପାଇଁ କୌଣସି କଟକଣା ରହିବ ନାହିଁ ବୋଲି କହିଥିଲେ l ବୈଠକରେ ଦିଗଧର ରାମକୃଷ୍ଣ ଚେତନା ଶ୍ରମ ର ସଭାପତି ଜଗନ୍ନାଥ ମହାନ୍ତି ,ସଦସ୍ଯ ଯୋଗେନ୍ଦ୍ର ମହାନ୍ତ ,ଠାକୁରମୁଣ୍ଡା ଦୂର୍ଗା ପୂଜା କମିଟିର ଉପ ସଭାପତିତ ବିଛେନ୍ଦ୍ର ବେହେରା,ସଦସ୍ଯ ପ୍ରଶାନ୍ତ ରାଇ ,ପଡିଆବେଡା ଦୂର୍ଗା ପୂଜା କମିଟିର ସଭାପତି ଭାଗିରଥି ମହାନ୍ତ, ପଡିଆବେଡା ସରପଞ୍ଚ ଧର୍ମାନନ୍ଦ ନାଏକ,ଖୁଣ୍ଟାପୋଷି ଲକ୍ଷ୍ମୀ ପୂଜା କମିଟିର ସଦସ୍ଯ,ବ୍ଯକ୍ତି ଗତ ଜଗଦ୍ଧାତ୍ରୀ ଓ କାଳୀ ପୂଜ ମୂଖ୍ଯ ଅଭିଜିତ ସାହୁ ଓ ଚନ୍ଦନ କୁମାର ପ୍ରଧାନ ଆଦି ବହୁ ସଂଖ୍ୟାରେ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ l