Odisha news

ଯାଜପୁର ଜିଲ୍ଲା ରେ ଥିବା ଅବକାରୀ ବିଭାଗ କାହା ସ୍ବାର୍ଥରେ!

0
ଦାନଗଦି  : ଅବକାରୀ ବିଭାଗ ଦ୍ବାରା ଜାରି କରିଥିବା ୨୦୨୪/୨୫ ନିୟମ କୁ ଦେଖିଲେ ଲାଗୁଛି ଯାଜପୁର ଜିଲ୍ଲା ରେ ଥିବା ଅବକାରୀ ବିଭାଗ ସରକାରୀ ସ୍ଵିକୃତି କୁ ଅବମାନନା କରି ମଦ ମାଫିଆଙ୍କ ଠାରୁ ବିପୁଳ ପରିମାଣର ସ୍ବାର୍ଥ ହାସଲ ଉଦ୍ଦେଶ୍ୟରେ ଅନାବାଦୀ ଶାଳ ଜଙ୍ଗଲ କିସମର ଯାଗା ରେ ଓ ଅନେକ ସର୍ବସାଧାରଣ  ରାସ୍ତା କିସମ ଯାଗା ରେ କିଛି ତଇଳା କିମସରେ ତିଆରି ଘର କୁ ବେଆଇନ ମଦଦୋକାନ ଖୋଲି ବହୁ ବର୍ଷ ଧରି ସେମାନେ ବେପାର କରିଆସୁଛନ୍ତି। ଯାହା ର କୈାଣସି ତଦନ୍ତ ନକରିବା ଦ୍ବାରା ଅବକାରୀ ବିଭାଗ ର ଅଧିକାରୀ ଙ୍କ କାର୍ଯ୍ୟ ଉପରେ ସାଧାରଣ ରେ ସଂନ୍ଦେହ ସୃଷ୍ଟି ହେଉଛି। ଯାହା କି ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଆଲୋଚନା ହେଉଛି। ସରକାରଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟ ଓ ବର୍ତ୍ତମାନ ର ମଦଦୋକାନ ର ପ୍ରକୃତ ଜାଗା ର ତଥ୍ୟ କୁ ଯାଞ୍ଚ କରିବା ପାଇଁ କ’ଣ ପାଇଁ ପଛଘୁଞ୍ଚା ଦେଉଛି ଯାଜପୁର ଜିଲ୍ଲା ରେ ଥିବା ଅବକାରୀ ବିଭାଗ ମଦଦୋକାନ ର କର୍ମଚାରୀ ମାନେ ଖୁଲମଖୁଲା କହିବୁଲୁଛନ୍ତି କି ସବୁ ସେଟିଙ୍ଗି ରେ ଥିବା ଯୋଗୁଁ ଯେତେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳିବାର ନାହଁ। ତେଣୁ ମଦଦୋକାନ ସହିତ କାହାର ସେଟିଂ ଅଛି ଯାହା ଫଳରେ ଏପରି କହିବା ପାଇଁ ସାହାସ କରୁଛନ୍ତି ମଦ ମାଫିଆଙ୍କ କର୍ମଚାରୀ ମାନେ ଯାହା ର ତଦନ୍ତ କରି ସତ୍ୟ ସାମ୍ନାକୁ ଆସିଲେ ବହୁ ସତ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅବକାରୀ ବିଭାଗ ର ମୁଖ୍ୟ ଙ୍କୁ ଯଦି ଏହି ବିଷୟ ରେ ପଚାରିବା ନିମନ୍ତେ ଯୋଗାଯୋଗ କରାଯାଉଛି। ତେବେ କୈାଣସି ନା କୈାଣସି ଆଳରେ କଥା କୁ ଆଡେଇ ଦେଇ ଯାଉଥିବା ଦେଖିବାକୁ ମିଳିଛି। ତେଣୁ ରାଜ୍ୟ ସରକାର ‌ଓ ଅବକାରୀ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।କାରଣ ପୂର୍ବରୁ ଥିବା ସରକାର ପରିବର୍ତ୍ତନ ହେବା ପରଠାରୁ ସାଧାରଣ ଲୋକଙ୍କ ସରକାର ଚାଲିଛି ବୋଲି ସରକାର ଙ୍କ ସମସ୍ତ ମନ୍ତ୍ରୀ ମାନେ ଖୁଲମଖୁଲା କହିବୁଲୁଛନ୍ତି। ତେଣୁ ପୂର୍ବରୁ ଥିବା ସରକାର ଙ୍କ ମଦ ମାଫିଆଙ୍କୁ ଦମନ ଲାଗି ନୂତନ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply