ନୀଳକଣ୍ଠ ପକ୍ଷୀ ର ଦଶହରା ସହିତ କଣ ରହିଛି ସାମଞ୍ଜସ୍ୟ ଓ ପକ୍ଷୀ ଟି ର ଦର୍ଶନ ମାତ୍ରେ ହିଁ ବଦଳି ଯାଇଥାଏ ଜୀବନ ର ସମସ୍ତ ସମସ୍ୟା
ନବରାତ୍ରି ର ଦଶମ ଦିନକୁ ଦଶହରା ବା ବିଜୟାଦଶମୀ ପାଳିତ ହୋଇଥାଏ l ଚଳିତ ଥର ଦଶହରା ଅକ୍ଟୋବର ୨୪ ତାରିଖ ଦିନ ପାଳିତ ହେବ l ମାନ୍ୟତା ରହିଛି ଯେ ଦଶହରା ଦିନ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣ ର ବଦ୍ଧ କରିଥିଲେ l ତେଣୁ ପରମ୍ପରା ଅନୁସାରେ ଏହିଦିନ ରାବଣ ଦହନ ହୋଇଥାଏ l ପଞ୍ଚାଙ୍ଗ ଅନୁସାରେ ଏହିଦିନ ଅଶ୍ୱିନ ଶୁକ୍ଳ ପକ୍ଷରେ ଦଶମୀ ଦିନ ପାଳିତ ହୋଇଥାଏ l ଏହାକୁ ଅଧର୍ମ ଉପରେ ଧର୍ମ ର ଜୟ ବୋଲି କୁହାଯାଇ ଥାଏ l
ଦଶହରା ରେ ନୀଳକଣ୍ଠ ପକ୍ଷୀ ର ଦୁର୍ଲଭ ଦର୍ଶନ କରିବା ଦ୍ୱାରା ଖୁବ ଶୁଭ ହୋଇଥାଏ l
ଆସନ୍ତୁ ଜାଣିବା ଦଶହରା ଦିନ ନୀଳକଣ୍ଠ ପକ୍ଷୀ ର ଦର୍ଶନ କରିବା ର ମହତ୍ୱ :-
ପୌରାଣିକ କଥା ଅନୁସାରେ , ଭଗବାନ ରାମ ଯେତେବେଳେ ରାବଣ କୁ ବଦ୍ଧ କରିବାକୁ ଯାଇଥିଲେ ସେତେବେଳେ ସେ ନୀଳକଣ୍ଠ ପକ୍ଷୀ କୁ ଦର୍ଶନ କରିଥିଲେ l ତେଣୁ ଶ୍ରୀରାମ ଙ୍କୁ ରାବଣ ର ବଦ୍ଧ କରିବାରେ ସଫଳତା ମିଳିଥିଲା l କିନ୍ତୁ ରାବଣ ର ବଦ୍ଧ କରିବା ପରେ ଶ୍ରୀରାମ ଙ୍କ ଉପରେ ବ୍ରହ୍ମ ହତ୍ୟାର ପାପ ଲାଗଥିଲା l ସେତେବେଳେ ଭଗବାନ ରାମ ଓ ଲକ୍ଷ୍ମଣ ଭୋଳାନାଥ ଙ୍କ ଆରାଧନା କରିଥିଲେ ଓ ଏହି ପାପ ରୁ ମୁକ୍ତି ପାଇଁ ଆହ୍ୱାନ କରିଥିଲେ l ଯେତେବେଳେ ପ୍ରଭୁ ଶ୍ରୀରାମ ଙ୍କୁ ଆରାଧନା କରିଥିଲେ ସେହି ସମୟ ରେ ମହାଦେବ ନୀଳକଣ୍ଠ ପକ୍ଷୀ ରୂପରେ ଉପସ୍ଥିତ ହେଲେ l ତେଣୁ ଏଭଳି ମାନ୍ୟତା ରହିଛି ଯେ ନୀଳକଣ୍ଠ ପକ୍ଷୀ ମହାଦେବ ଙ୍କ ପ୍ରତିନିଧିତ୍ୱ କରିଥାଏ l ତେଣୁ ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ କରିବା ଶୁଭ ଅଟେ l
* ଯଦି ଦଶହରା ଦିନ କୌଣସି ଅବିବାହିତା କନ୍ୟା ଉପରେ ନୀଳକଣ୍ଠ ପକ୍ଷୀ ବସିଥାଏ , ଏହା ଶୁଭ ହୋଇଥାଏ l ଏହାଦ୍ୱାରା ଧନ ଯୋଗ ହୋଇଥାଏ l
* ଦଶହରା ଦିନ ଯଦି ଅବିବାହିତ ମହିଳା କିମ୍ବା ପୁରୁଷ ନୀଳକଣ୍ଠ ପକ୍ଷୀ ର ଦର୍ଶନ କରି ଥାଆନ୍ତି ଏହାଦ୍ୱାରା ଶୀଘ୍ର ବିବାହ ଯୋଗ ସମ୍ଭବ ହୋଇଥାଏ l
* ଯଦି କୌଣସି ପୁରୁଷ ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦେଖି ଥାଆନ୍ତି ତେବେ ସମସ୍ତ ବିଗିଡି ଯାଇଥିବା କାର୍ଯ୍ୟ ସୁରୁଖୁରୁ ରେ ହୋଇଯାଏ l
* ଯଦି ଦଶହରା ଦିନ କୌଣସି ମହିଳା ଙ୍କ ଦକ୍ଷୀଣ ପାର୍ଶ୍ୱରେ ନୀଳକଣ୍ଠ ପକ୍ଷୀ ଉଡି ଯାଇଥାଏ ତେବେ ଏହାଦ୍ୱାରା ବିବାହ ଯୋଗ ଖୋଲି ଯାଇଥାଏ l
* ନୀଳକଣ୍ଠ ପକ୍ଷୀ ବିଶେଷ ଭାବେ ସହଜ ରେ ଦେଖା ଯାଇ ନଥାଏ , ଯଦି ବି ଦେଖା ଦେଲା ତେବେ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l ଏବଂ ରୋଗ , ଶୋକ , ଦୁଃଖ , କଷ୍ଟ ର ବିନାଶ ହୋଇଥାଏ l