ମହୋତ୍ସବ”କୃଷ୍ଣସାର”-୨୦୨୪ : ପାଇଁ ପ୍ରସ୍ତୁତି ବୈଠକ:କଳାସଂସ୍କୃତିର ପର୍ବରେ ଗ୍ରାମାଞ୍ଚଳର କଳାକାର ଓ ଲୋକ ନାଟକକୁ ସୁଯୋଗ ଦେବାକୁ ପ୍ରସ୍ତାବ
ଭଞ୍ଜନଗର:(ଗଞ୍ଜାମ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) ତା-୨୨-୧୦-୨୦୨୩ ରିଖ କଳା ସାହିତ୍ୟ ,ସଂସ୍କୃତି ଓ ଐତିହ୍ୟର ମାଟି ବାଲିପଦରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ମାସ ୭,୮,୯-୨୦୨୪ରେ ବାଲିପଦର ମହୋତ୍ସବ-କୃଷ୍ଣସାର ଅନୁଷ୍ଠିତ କରିବା ପାଇଁ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ ବଳରାମ ଫିଲିଙ୍ଗ୍ ଷ୍ଟେସନ (ବେଡ୍ ମିଣ୍ଟେନ୍ କୋର୍ଟ)ଠାରେ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବ କମିଟି ର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ କମିଟି ଚେୟାରମ୍ୟାନ ଭଞ୍ଜନଗର ଆଇ.ଆଇ.ସି, ଶ୍ରୀ ଭଗବାନ ପୂଜାରୀ, ସଂଯୋଜକ ବାଲିପଦର କଲେଜ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହରା,କାର୍ଯ୍ୟକାରୀ ସଭାପତି ଖଲିପରିଡା, ପୁର୍ଣ୍ଣଚନ୍ଦ୍ର ଜେନା, ଉପସଭାପତି ରାଜଲକ୍ଷ୍ମୀ ପ୍ରଧାନ,ପ୍ରିୟଦର୍ଶିନୀ ଆଚାରୀ,ସାଧାରଣ ସଂପାଦକ କେ.ମନୋଜ କୁମାର ଆଚାରୀ,ସଂପାଦକ କୈଳାସ ଚନ୍ଦ୍ର ପ୍ରଧାନ, ସଂଗଠନ ସଂପାଦକ କାହ୍ନୁ ଚରଣ ବାଡତ୍ୟା, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର କୁମାର ମହାରଣା,ଅଜିତ୍ କୁମାର ମହାରଣା, କୋଷାଧ୍ୟକ୍ଷ ଜି. ସଞ୍ଜିବ କୁମାର ପାତ୍ର, ମହିଳା ମଣ୍ଡଳ ପ୍ରତିନିଧି ସଂଘମିତ୍ରା ନାୟକ ପ୍ରମୁଖ ମଞ୍ଚାସିନ ରହି ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ସୁଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଦସ୍ଯ ଜି.ମନୋଜ କୁମାର ପାତ୍ର(ଜଗାବଳିଆ) ଉମା ଶଙ୍କର ନାୟକ, ହରପ୍ରସାଦ ଦାସ, ଏ. ସର୍ଭିସ ଆଚାରୀ, ଗୋପାଳକୃଷ୍ଣ ସେଠୀ, ଅଜିତ୍ କୁମାର ବଡୁ, ଦିଲିପ କୁମାର ପଟ୍ଟନାୟକ, ଜି. ରାହୁଲ୍ ପାତ୍ର, ନାରାୟଣ ସାମନ୍ତରା,ଡି.ଗୋପାଳ ଚନ୍ଦ୍ର ଆଚାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ କେ. ଦେବେନ୍ଦ୍ର କୁମାର ପାତ୍ର, କେ. ରାଘବ ଚରଣ ପାତ୍ର, ସୁନିଲ କୁମାର ପ୍ରଧାନ, ସଂଗ୍ରାମ କେଶରୀ ଗୁରୁ, ବ୍ରୁ୍ୂନ୍ଦାବନ ମହାନ୍ତି, ଜି.ଉମା ଶଙ୍କର ପାତ୍ର, ପ୍ରୁ୍ୂଥିବୀ ପ୍ରଧାନ, ପ୍ରୁ୍ୂଥିବୀରାଜ ସାହୁ, ଜି. ଅରବିନ୍ଦ ପାତ୍ର, ଜି. ରଞ୍ଜିତ କୁମାର ପାତ୍ର, ଯଶକେତନ ପ୍ରୁ୍ୂଷ୍ଟି, ରଙ୍କନିଧି ପଲାଇ ସମେତ ମହିଳା ମଣ୍ତଳର ସମସ୍ତ ସଦସ୍ଯା ଉପସ୍ଥିତ ରହି ୨୦୨୪ ବାଲିପଦର ମହୋତ୍ସବ-“କୃଷ୍ଣସାର”କୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆହୁତ କରିଥିଲେ। ଶେଷରେ କୈଳାସ ଚନ୍ଦ୍ର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ।