ଦଶହରା ହେଉଛି ଅଧର୍ମ ଉପରେ ଧର୍ମର ବିଜୟ , ହିନ୍ଦୁ ପରମ୍ପରା ଅନୁସାରେ ଆଜିର ଦିନରେ ଏହିସବୁ ଗୁପ୍ତ ଦାନ କରିବା ଶୁଭ ଅଟେ
ବିଜୟା ଦଶମୀ ବା ଦଶହରା ଦିନଟି କୁ ଆୟୁଧ ପୂଜା ଦିନ ଭାବରେ ମଧ୍ୟ ଗଣନା କରାଯାଇ ଥାଏ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପାଳିତ ହୋଇଥାଏ ।
କାହିଁକି ପାଳିତ ହୋଇଥାଏ ଦଶହରା ପର୍ବ -:
ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ନାରୀ ଜାତିର ସମ୍ମାନ ରକ୍ଷା କରି ଆଜିର ଦିନରେ ରାବଣ କୁ ବଦ୍ଧ କରିଥିଲେ । ପ୍ରଭୁ ରାମଚନ୍ଦ୍ର ମା ଦୁର୍ଗା ଙ୍କୁ ତପସ୍ୟା କରି ତାଙ୍କ ନିକଟରୁ ଦିବ୍ୟ ଅସ୍ତ୍ର ପ୍ରାପ୍ତ କରିଥିଲେ । ଏହାପରେ ରାବଣ ସହିତ ଦ୍ଵନ୍ଦ ଯୁଦ୍ଧ କରି ରାବଣକୁ ବଧ କରିଥିଲେ ।
ବିଜୟା ଦଶମୀ ର ମହତ୍ତ୍ଵ –
ଦଶହରା ବା ବିଜୟା ଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ଜୟ , ଅସତ୍ୟ ଉପରେ ସତ୍ୟର ଜୟ , ଅନ୍ଧାର ଉପରେ ଆଲୋକ ର ବିଜୟ , ଅନ୍ୟାୟ ଉପରେ ନ୍ୟାୟ ର ବିଜୟ । ଏହି ଦିନଟି ହିନ୍ଦୁ ଧର୍ମର ପରମ୍ପରା ରେ ଖୁବ୍ ମହତ୍ତ୍ଵ ରଖିଚି , ଆଜିର ଦିନରେ ମା ଦୁର୍ଗତି ନାଶିନୀ ମହିଷାସୁର କୁ ବଧ କରି ପୃଥିବୀ ରୁ ଅତ୍ୟାଚାର ର ବିନାଶ କରିଥିଲେ । ଏହାପରେ ଦେବତା ମାନେ ବିଜୟା ଦେବୀ ଅର୍ଥାତ୍ ମା ଦୁର୍ଗା ଙ୍କ ପୂଜା କରି ବିଜୟା ଦଶମୀ ପାଳନ କରିଥିଲେ ।
ପ୍ରାଚୀନ ଯୁଗରୁ ରହି ଆସିଛି ମହତ୍ତ୍ୱ -:
ପ୍ରାଚୀନ କାଳର ରାଜାମାନେ ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ଦିନ ନିଜ ରାଜ୍ୟର ବିସ୍ତାର ପାଇଁ ବିଜୟା ଦଶମୀ ପାଳନ କରି ଯୁଦ୍ଧ ଆରମ୍ଭ କରୁଥିଲେ ।
ଆଜିର ଦିନରେ କରନ୍ତୁ ଏହି ଗୁପ୍ତ ଉପାୟ -:
* ଦଶହରା ହେଉଛି ସୁଖ ସମୃଦ୍ଧି ପ୍ରାପ୍ତ କରିବାର ଦିନ । ଆଜିର ଦିନରେ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ଦିନ । ଦଶହରା ଦିନ ୩ଟି ଜିନିଷ ର ଗୁପ୍ତ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ହୋଇ ଥାଆନ୍ତି ସନ୍ତୁଷ୍ଟ ।
* ଦଶହରା ଦିନ ଯେ କୌଣସି ମନ୍ଦିର ରେ ଝାଡୁ ଦାନ କରିବା ଶୁଭ ଅଟେ । ଏହା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।
* ଦଶହରା ଦିନ ରାବଣ ଦହନ ପରେ ଅନ୍ନ, ଜଳ, ବସ୍ତ୍ର ଇତ୍ୟାଦି ଦାନ କରିବା ଦ୍ୱାରା ଜୀବନ ରୁ ପାପ ର କ୍ଷୟ ହୋଇଥାଏ ଓ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି ।
* ମାନ୍ୟତା ଅନୁସାରେ ଦଶହରା ଦିନ ଏହି ସବୁ ଦାନ କରିବା ଦ୍ୱାରା ବର୍ଷ ସାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।