ଆଜିଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ । ପ୍ରତ୍ୟେକ ହିନ୍ଦୁ ପରିବାର ରେ ଏହି ନବରାତ୍ରୀ ସମୟ କୁ ଖୁବ୍ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇ ଥାଏ । କାରଣ ମା ଦୁର୍ଗତିନାସିନୀ ଧରା ପୃଷ୍ଠକୁ ଅବତରଣ କରି ଥାଆନ୍ତି ପାପ ର ବିନାଶ ଓ ଧର୍ମର ସ୍ଥାପନା ପାଇଁ । ଏହି ସମୟରେ ସମଗ୍ର ବାତାବରଣ ପବିତ୍ର ହୋଇ ଯାଇଥାଏ । ଚାରିଆଡ ମନ୍ତ୍ର ଧ୍ଵନି ରେ ପ୍ରକମ୍ପିତ ହୋଇ ଉଠିଥାଏ । ଏହି ସମୟରେ ଜୀବ ଜଗତ ର ପ୍ରତ୍ୟେକ ପ୍ରାଣୀ ମାଙ୍କ ସାନିଧ୍ୟ ଲାଭ କରିବା ପାଇଁ ଉତ୍ସାହିତ ହୋଇ ଥାଆନ୍ତି ।
* ନବରାତ୍ରୀ ରେ ନିଜ ମଧ୍ୟରୁ ଦୁର କରନ୍ତୁ ଏହି ସବୁ ଗୁଣକୁ –
ନବରାତ୍ରୀ ରେ ଏହି ମାନବ ଜାତି ନିଜ ମଧ୍ୟରୁ ଘୃଣା, ରାଗ , ପର ଆଲୋଚନା , ପର ନିନ୍ଦା, କ୍ରୋଧ , ଅହ୍ନଙ୍କାର, ଲୋଭ ମୋହ , ଇତ୍ୟାଦି ତ୍ୟାଗ କରିବାର ସଂକଳ୍ପ କରିବା ଉଚିତ୍ । ଏହାଦ୍ବାରା ନିଜ ମନ ପବିତ୍ରତା ର ବଶବର୍ତ୍ତୀ ହୋଇ ପାରିବ ।
* ନବରାତ୍ରୀ ର ପ୍ରଥମ ଦିନରେ ମା ଶୈଳ ପୂତ୍ରୀ ଙ୍କୁ ପୂଜା କରାଯାଏ । ଶୈଳ ଅର୍ଥ ପର୍ବତ । ଏହା ସୁଚେଇ ଥାଏ ପର୍ବତ ଭଳି ନିଜକୁ ଶକ୍ତ ରଖି ମା ଯେପରି ମଣିଷ ସମାଜର କଲ୍ୟାଣ କରି ଥାଆନ୍ତି ଓ ସମସ୍ତ ବାଧା ବିଘ୍ନ କୁ ଆମ ଜୀବନ ରୁ ଦୂରେଇ ଦେଇ ଥାଆନ୍ତି ସେହିଭଳି ହେବା ଆବଶ୍ୟକ । ମା ଶୈଳ ପୁତ୍ରୀ ଧର୍ଯ୍ୟ ର ପ୍ରତୀକ ଅଟନ୍ତି ।
* ମା ଶୈଳପୁତ୍ରୀ ସୌଭାଗ୍ୟର ପ୍ରତୀକ –
ମା ଶୈଳପୁତ୍ରୀ ଙ୍କୁ ଷୌଭାଗ୍ୟ ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଇ ଥାଏ । ମାନ୍ୟତା ରହିଛି ଯେ ମା ଶୈଳପୁତ୍ରୀ ଙ୍କୁ ଭକ୍ତି ଭାବରେ ପୂଜା କରିବା ଦ୍ୱାରା ସମସ୍ତ ସୁଖ ଓ ମାନବଞ୍ଚିତ ଫଳ ପ୍ରାପ୍ତି ହୋଇଥାଏ ।
* ଜୀବନ ରେ ଲାଭ ହୋଇଥାଏ ଯଶ ଓ କୀର୍ତ୍ତି –
ମା ଶୈଳପୁତ୍ରୀ ଙ୍କୁ ପୂଜା କରିବା ଦ୍ୱାରା ଡର ଭୟ ଦୁର ହୋଇଥାଏ । ମାନ୍ୟତା ରହିଛି ଯେ ମା ଶୈଳପୁତ୍ରୀ ଙ୍କୁ ପୂଜା କରିବା ଦ୍ୱାରା ଯଶ, କୀର୍ତ୍ତି ଓ ଧନ ପ୍ରାପ୍ତି ହୋଇଥାଏ ।
* ମା ଶୈଳପୁତ୍ରୀ ଙ୍କୁ କାହିଁକି ବୃଷୋ ରୁଢ଼ା କୁହାଯାଏ –
ମା ଦୁର୍ଗା ଙ୍କ ର ଏହି ରୂପ ର ଡାହାଣ ହାତରେ ତ୍ରିଶୂଳ, ଓ ବାମ ହାତରେ ପଦ୍ମ ଫୁଲ ରହିଥାଏ । ମା ଙ୍କ ବାହନ ନନ୍ଦୀ ଅଟନ୍ତି । ଏହା ଉପରେ ସେ ବିରାଜମାନ କରି ମା ସମ୍ପୂର୍ଣ୍ଣ ହିମାଳୟ ର ଦର୍ଶନ କରି ଥାଆନ୍ତି । ଏଥି ପାଇଁ ତାଙ୍କୁ ବୃଷ ରୁଢ଼ା ମଧ୍ୟ କୁହାଯାଇଥାଏ ।
* ମା ଙ୍କୁ ଏହିଭଳି କରନ୍ତୁ ଅବାହନ –
ମା ଶୈଳପୁତ୍ରୀ ଙ୍କୁ ଆଜିର ଦିନରେ ଆବାହନ କରିବା ପାଇଁ ଏହି ମନ୍ତ୍ର ଶ୍ୱେତ ବୃଷେ ସମାରୁଢ଼ ସ୍ଵେତମ୍ବର୍ ଧରାସୂଚି , ମହାଗୌରି ସୁଭଙ୍ଗ ଦଦ୍ୟାନ୍ମହଦେବ ପ୍ରମୋ ଦଦା, ଯା ଦେବୀ ସର୍ବଭୂତେସୁ ମହା ଗୌରୀ ରୁପେନ ସଂସ୍ଥିତା, ନମଃ ତସ୍ଥେଇ , ନମଃ ତସ୍ଥେଇ ନମଃ ନମଃ।