Odisha news

ଚଳିତ ବର୍ଷ ନବରାତ୍ରୀ ରେ ମା ଦୁର୍ଗା ପଦାର୍ପଣ କରିବେ ପାଲିଙ୍କି ରେ : କଣ ରହିଛି ଏହାର ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା

ଆଶ୍ୱିନ ମାସର ଶୁକ୍ଳପକ୍ଷ ରେ ନବରାତ୍ରୀ ପୂଜା ର ବିଶେଷ ମହତ୍ତ୍ଵ ଆମ ହିନ୍ଦୁ ଧର୍ମରେ ରହିଛି । ଏହି ସମୟରେ ମା ଙ୍କ ର ୯ ଟି ପୂଜାର୍ଚ୍ଚନା କରାଯାଇ ଥାଏ । ଚଳିତ ବର୍ଷ ନବରାତ୍ରୀ ପୂଜା ଅକ୍ଟୋବର ୭ ତାରିଖ ରୁ ଆରମ୍ଭ ହେଉଛି ଓ ୧୫ ତାରିଖରେ ସମାପ୍ତ ହେଉଛି।
ମାନ୍ୟତା ରହିଛି ଯେ ଏହି ଆଶ୍ୱିନ ନବରାତ୍ରୀ ସମୟରେ ମା ଦୁର୍ଗା ନିଜ ପିତ୍ରା ଳୟ କୁ ଆସି ଥାଆନ୍ତି । ଏଠାରେ ରହି ସେ ନିଜ ଭକ୍ତ ଙ୍କ ର ସମସ୍ତ ଦୁଃଖ ଦୂର କରି ଥାଆନ୍ତି । ଶାସ୍ତ୍ର ଅନୁସାରେ ମା ସବୁ ଥର ଅଲଗା ଅଲଗା ସବାରୀ ଉପରେ ଆସି ଥାଆନ୍ତି ।
ମା ଙ୍କ ର ଏହି ସବାରି ରେ ଆସିବା ମଣିଷ ସମାଜର ଭ୍ୟାବିଷ୍ୟତ କୁ ଦର୍ଶାଇ ଥାଏ । ଆସନ୍ତୁ ଜାଣିବା ଚଳିତ ଥର ମା କେଉଁ ବାହାନ ଉପରେ ଆସିବେ ।
ଚଳିତ ଥର ମା ପାଲିଙ୍କି ରେ ଆସିବେ –
ଶାସ୍ତ୍ର ଅନୁସାରେ ମା ସମସ୍ତ ନବରାତ୍ରୀ ରେ ନିଜର ସନ୍ତାନ ଭଗବାନ୍ ଗଣେଶ , କାର୍ତ୍ତିକ , ଦେବୀ ଲକ୍ଷ୍ମୀ ଓ ମା ସରସ୍ଵତୀ ଙ୍କ ସହିତ ବାପ ଘରକୁ ଆସନ୍ତି । ୯ ଦିନ ପର୍ଯ୍ୟନ୍ତ ବାପ ଘରେ ରହିବା ପରେ ମା ପୁନର୍ବାର ଶିବଲୋକ ଫେରି ଯାଇ ଥାଆନ୍ତି । ମାନ୍ୟତା ଅନୁସାରେ ମା ସବୁଥର ଅଲଗା ଅଲଗା ବାହାନ ଉପରେ ଆସନ୍ତି , ଚଳିତ ଥର ମା ପାଲିଙ୍କି ଉପରେ ବସି ଆସିବେ । ଦେବୀ ଭଗବତ୍ ପୁରାଣ ଅନୁସାରେ ଯଦି ନବରାତ୍ରୀ ଗୁରୁବାର କିମ୍ବା ଶୁକ୍ରବାର ରୁ ଆରମ୍ଭ ହୁଏ ତେବେ ମା ପାଲିଙ୍କି ରେ ବସି ଆସି ଥାଆନ୍ତି ।
ମାଙ୍କ ଶବାରି ରେ କଣ ରହିଛି ସଂକେତ –
ମା ଯେତେବେଳେ ଧରା ପୃଷ୍ଠାକୁ ଅବତରଣ କରି ଥାଆନ୍ତି ସେତେବେଳେ ସେ ନିଜର ଭକ୍ତ ମାନଙ୍କ ର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରି ଥାଆନ୍ତି । ମାନ୍ୟତା ରହିଛି ଯେ ଯେଉଁ ବର୍ଷ ମା ପାଲିଙ୍କି ଉପରେ ବସି ଆସନ୍ତି ସେହି ବର୍ଷ ପ୍ରାକୃତିକ ବିପାର୍ଜୟ ଅଧିକ ଦେଖା ଦେଇଥାଏ । ମହାମାରୀ ଓ ଦେଶ ରେ ଶାସନ ବ୍ୟବସ୍ଥା ରେ ଅସ୍ଥିରତା ଦେଖା ଦେବ । ଯେଉଁ କାରଣରୁ ଲୋକଙ୍କୁ ଭବିଷ୍ୟତ ପାଇଁ ବିପଦ ଆଣି ଦେବ । କିନ୍ତୁ ଏହି ସଂକେତ କୁ ଆମେ ଏଡାଇ ପାରିବା ଯଦି ଆମେ ସମ୍ପୂର୍ଣ୍ଣ ଭକ୍ତି ଓ ଶ୍ରଦ୍ଧା ରେ ପୂଜା କରିବା । ମା ଯଦି ସନ୍ତୁଷ୍ଟ ରହିବେ ତେବେ ଆମର ସମସ୍ତ ଯନ୍ତ୍ରଣା ଦୂର ହେବ ।

Comments are closed.