ତେନ୍ତୁଳିଖୁଣ୍ଟି:- କରନା ସଂକ୍ରମଣ ପରିସ୍ଥିତି ରେ ଲକ ଡାଉନ ଜାରୀ କରାଯାଇଥିଲା ବେଳେ ବାଜା କଳାକାର ମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।ଏହି କଳାକାର ମାନେ ବର୍ଷ କୁ ୩ରୁ୪ମାସ ବାଜା ବଜାଇ ରୋଜଗାର କରିଥାନ୍ତି।ବର୍ତ୍ତମାନର ପରିସ୍ଥିତି ରେ ବିଭାହ ତଥା ମାଙ୍ଗଳିକ କାର୍ଯ୍ୟକ୍ରମ କୁ ଅନୁମତି ମିଳୁନଥିବାରୁ ପରକ୍ଷ ଭାବରେଏ ମାନେ ରୋଜଗାର ହରାଇ ବସିଛନ୍ତି।ବର୍ଷ ର ଅନ୍ୟ ମାସ ରେ ଦିନ ମଜୁରିଆ ତଥା କୁଳିକାମ କରି ଏମାନେ ଚଲିଥାନ୍ତି।କାମ ଧନ୍ଦା ସବୁ ବନ୍ଦ ଥିବାରୁ ପରିବାର ପତି ପୋଷଣ ପାଇଁ ଏବେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି।ଏହି କଳାକାର ପରିବାର ଅନେକ ଗରିବ ଶ୍ରେଣୀର ହଇଥିଲେ ମଧ୍ୟ ପାଖରେ ରାସନ କାର୍ଡ଼ ଖଣ୍ଡେ ନାହିଁ।ତେଣୁ ତାଲା ବନ୍ଦ ସମୟରେ ମିଳୁଥିବା ସମସ୍ତ ସରକାରୀ ଯୋଜନା ରୁ ଏ ମାନେ ବଞ୍ଚିତ ହୋଇଛନ୍ତି।ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦିନ ମଜୁରିଆ, ଉଠାଦୋକାନୀ, ନିର୍ମାଣ ଶ୍ରମିକ ଇତ୍ୟାଦି ବର୍ଗ କୁ ସହାୟତା ହାତ ବଢ଼ାଇ ଛନ୍ତି।କିନ୍ତୁ ଏହି ବାଜା କଳାକାର ମାନେ ସରକାର ଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇ ଛନ୍ତି।ଯଦି ସରକାର ସହାୟତା ହାତ ନ ବଡ଼ନ୍ତି ତେବେ ଅନେକେ ବାଜା କଳାକାର ପରିବାର ଭୋକ ଉପାସରେ କଷ୍ଟ ଭଗିବେ।ତେନ୍ତୁଳିଖୁଣ୍ଟି ବ୍ଳକ ସମସ୍ତ ବାଜା କଳାକାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଳକ ତେନ୍ତୁଳିଖୁଣ୍ଟି, ପଣସ ପଦର, ଟେବାପଦର,ତଳ ଗଡି,ଗଦବା ଗୁଡା ଉଦୟପୁର ,ଖୁଣ୍ଟିପଦର,ମାଲବନ୍ଦା,ବାଜା କଳାକାର ଙ୍କ ପ୍ରତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।