ସରକାରଙ୍କ ତରଫରୁ ଶ୍ରମିକ ବା ଦିନ ମଜୁରିଆ ମାନଙ୍କୁ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଷୁକ୍ତି : ଶ୍ରମିକଙ୍କୁ କାମ ଦେଲେ ସରପଂଚ ଉତରଶାସନ ପଂଚାୟତରେ ଆରମ୍ଭ ହେଲା ରାସ୍ତା କାମ
sakalakhabar.com : କରୋନା ମୁକାବିଲା ପାଇଁ ସରକାର ଲଢେଇ ଜାରି ରଖିବା ସହ ଲୋକମାନେ ଜିବନକୁ ସୁରକ୍ଷିତ ରଖିବା ପାଇଁ ଲକଡାଉନ ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ଏଥିରେ ଦିନ ମଜୁରିଆ ଙ୍କ ପାଇଁ କିଛିକାଂଶରେ ସଙ୍କଟ ଦେଖାଯାଇଥିଲା । ଏହାକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ଶ୍ରମିକ ବା ଦିନ ମଜୁରିଆ ମାନଙ୍କୁ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଷୁକ୍ତି ଯୋଜନାରେ କାମ ଯୋଗାଇ ଦେବାକୁ ନିଦେ୍ଦଶ ଦେଇଥିଲେ । ଏହି ଆଧାରରେ ବିରିଡି ବ୍ଲକ ଉତରଶାସନ ପଂଚାୟତର ସରପଂଚ ଶିଳ୍ପା ସାହୁ ତାଙ୍କ ପଂଚାୟତର ୧୦୦ ରୁ ଉର୍ଦ୍ଧ ଶ୍ରମିକଙ୍କୁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଯୋଗାଇ ଦେଇଛନ୍ତି । ଶ୍ରମିକ ମାନେ ସରକାରଙ୍କ କରୋନା ନିୟମକୁ ମାନି ସାମାଜିକ ଦୂରତା ରକ୍ଷା କରି ରାସ୍ତାରେ ମାଟି ପକାଉଥିବା ଦେଖିବାକୁ ମିଳିଥିଲା । ଏହି ପଂଚାୟତରୁ ଦରଡାଗ୍ରାମ ଗ୍ରାମ ପଂଚାୟତ ଓ ଶଙ୍ଖପୁର ଗ୍ରାମ ପଂଚାୟତଙ୍କୁ ସଂଯୋଗ କରୁଥିବା ହାତି ଖୋଜିଆ ରାସ୍ତା ରେ ୯ ଲକ୍ଷ ଟଙ୍କାର ମାଟି କାମ କରାଯାଇଥିବା ସରପଂଚ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । ଜିଆରଏସ ଉମାକାନ୍ତ ରଥ ଏହି କାର୍ଯ୍ୟର ପରିଚାଳନା କରୁଛନ୍ତି । ଶ୍ରମିକ ମାନେ ଦିର୍ଘ ଦିନ ପରେ କାମ ପାଇ ଆନନ୍ଦିତ ହୋଇଥିବା ଶ୍ରମିକମାନେ କହିଛନ୍ତି ।