Odisha news

ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରୁଛି ନବଜୀବନ କୋଅପରେଟିଭ୍ 

0
ଡ଼ୁବୁରୀ : ରାଜଧାନୀ ସହର ଭୁବନେଶ୍ୱର ଓ ଅନ୍ୟ ବଡ଼ ବଡ଼ ସହରଗୁଡ଼ିକର ଗିଫ୍ଟ ଦୋକାନଗୁଡ଼ିକରେ ପ୍ରଦର୍ଶିତ ହୋଇଥିବା ଆଦିବାସୀ ଚିତ୍ରକଳାକୁ ଯାଜପୁରର ଆଦିବାସୀ ମହିଳାମାନେ ପ୍ରସ୍ତୁତ କରିଥିବା କଥା ବହୁତ କମ୍ ଲୋକ ଜାଣିଥିବେ ।ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ୍ ଅଧୀନସ୍ଥ ତ୍ରିଜଙ୍ଗାରେ ଥିବା ଟାଟା ଷ୍ଟିଲ୍‌ର ପୁର୍ନବାସ କଲୋନିର ଏହି ମହିଳାମାନେ ନିଜ ଆଙ୍ଗୁଠି ଜରିଆରେ ଯାଦୁ କରୁଛନ୍ତି । କେବଳ ଆଦିବାସୀ ଚିତ୍ରକଳା ନୁହେଁ ସେମାନେ ଆହୁରି ବହୁ ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ମହିଳାମାନେ ହେଉଛନ୍ତି ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଦ୍ୱାରା ଗଠିତ  ନବଜୀବନ କୋ-ଅପରେଟିଭ୍ ଲିମିଟେଡ୍ (ଏନ୍‌ସିଏଲ୍‌)ର ସଦସ୍ୟା । ଟାଟା ଷ୍ଟିଲ୍‌ର କଳିଙ୍ଗନଗର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରର ସଦସ୍ୟମାନେ ଏହାକୁ ଗଠନ କରିଛନ୍ତି ।ଏନ୍‌ସିଏଲ୍ ଏହାର କଳାତ୍ମକ ଯାତ୍ରାକୁ ୨୦୧୨ରେ ଚିତ୍ରକଳା ଏବଂ ୱାଲ୍ ହ୍ୟାଙ୍ଗିଙ୍ଗ୍‌ରୁ ଆରମ୍ଭ କରିଥିଲା ଏବଂ ପରବର୍ତୀ ସମୟରେ ତାହାକୁ ପୋଷାକ (ଟି-ସାର୍ଟରେ ହାତରେ ତିଆରି ଚିତ୍ରକଳା), ହାତରେ ତିଆରି ଷ୍ଟୋଲ, ଦୁପଟ୍ଟା, ଶାଢ଼ି ଓ ସମ୍ମିଳନୀ ଫାଇଲ ଓ ଫୋଲ୍‌ଡର, ଫୁଲଦାନି, ପେନ୍ ଷ୍ଟାଣ୍ଡ୍‌, ଲାମିନେଟେଡ୍ ଝୋଟ ବ୍ୟାଗ୍ ଓ ମୋବାଇଲ୍ କଭର ଆଦିକୁ ସମ୍ପ୍ରସାରିତ କରିଥିଲା ।
ଏକ ଛୋଟ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ନବଜୀବନ କୋଅପରେଟିଭ୍ ଏବେ ଯାଜପୁରରେ ୮ଟି ୟୁନିଟ୍ ଥିବା ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଛି ଯାହାର ତିନିଟି ପୋଷାକ ୟୂନିଟ୍ ଗୋବରଘାଟି, ତ୍ରିଜଙ୍ଗା ଓ ସାନସାଇଲୋରେ ଥିବା ବେଳେ ଗୋବରଘାଟି ଓ ତ୍ରିଜଙ୍ଗାରେ ଦୁଇଟି ଆଦିବାସୀ କଳା ଓ କଳାକୃତି ୟୂନିଟ୍‌, ତ୍ରିଜଙ୍ଗାରେ ଗୋଟିଏ ଆଦିବାସୀ ଅଳଙ୍କାର ୟୁନିଟ୍‌, ଗୋବରଘାଟିରେ ଗୋଟିଏ ପ୍ରିଟିଂ ଓ ଷ୍ଟେସନାରି ୟୁନିଟ୍ ଏବଂ ସାନସାଇଲୋରେ ଗୋଟିଏ ନୁଡୁଲ୍‌ସ ଉତ୍ପାଦନ ୟୁନିଟ୍ ରହିଛି ।ନବଜୀବନ କୋଅପରେଟିଭ୍ ଏହି ଗ୍ରାମୀଣ ମହିଳାମାନଙ୍କ ଲାଗି ଆଶାର କୀରଣ ପାଲଟିଛି ଯେଉଁମାନେ ନିଜ ପରିବାରକୁ ଏବେ ସହଯୋଗ ପ୍ରଦାନ କରୁଛନ୍ତି । ଗୃହିଣୀରୁ ଦେଶର ଅଗ୍ରଣୀ ଏଜେନ୍ସିଗୁଡ଼ିକ ସହ କାରବାର କରିବା ପର୍ଯ୍ୟନ୍ତ ଏହି ମହିଳାମାନେ କଳାକାରରୁ ପେସାଦାର ହୋଇଛନ୍ତି, ଫଳରେ ସମଗ୍ର ସମାଜ ପାଇଁ ଏକ ଉତମ ଭବିଷ୍ୟତ ସୃଷ୍ଟି ହୋଇଛି ।

Leave A Reply