ଡ଼ୁବୁରୀ : ଦିନ ଥିଲା କଳିଙ୍ଗନଗର ବାସି ଚାହିଁ ବସିଥିଲେ କେବେ ମେସ୍କୋ କାରଖାନା ପ୍ରତିଷ୍ଠା ହେବ ଆଉ ଆମ ଗରିବ ଙ୍କ ଭାଗ୍ୟ ପରିବର୍ତନ ହେବ ! ହେଲେ ସେ କଳିଙ୍ଗନଗର ବାସୀଙ୍କ ଭାଗ୍ୟ ଆଜି ରାଜ ରାସ୍ତା ରେ ! ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ହାତରେ ଶୁଭାରମ୍ଭ ହୋଇଥିବା ମେସ୍କୋ କାରଖାନା ହେଉଛି କଳିଙ୍ଗନଗର ରେ ପ୍ରଥମ ଷ୍ଟିଲ ପ୍ଲାଣ୍ଟ ! ସରକାର ଶିଳ୍ପପତି ଙ୍କୁ ସହଯୋଗ କରିବାକୁ ଯାଇ ମେସ୍କୋ କୁ ମୂଲ୍ୟବାନ ଲୁହାପଥର ଖଣି , ନଦୀ ରୁ ପାଣି, ଇଲେକ୍ଟ୍ରି, ରେଲୱେ ଇତ୍ୟାଦି ସବୁ ଦେଲେ !ସ୍ଥାନୀୟ ଚାଷୀ ସୁନା ର ଫସଲ ହେଉଥିବା ଉର୍ବର ଜମି ଓ ଭିଟାମାଟି କୁ ମଧ୍ୟ୍ୟ ବହୁତ କମ ମୂଲ୍ୟ ରେ ଦେଲେ ହେଲେ ତା ପ୍ରତିବଦଳରେ ପାଇଲେ କଣ ?
ହାତରେ ମୁଣ୍ଡ ଦେଇ ସବୁଦିନ ର ଭାତହାଣ୍ଡି କୁ ହରାଇ କାନ୍ଦୁଛନ୍ତି !ଦୀର୍ଘ ତିନି ବର୍ଷ ହେବ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ହୋଇପଡିଛି, ଏହାକୁ ପୁନଃ ଚାଲୁ କରିବା ଦାବୀ ରେ ଏକ ହଜାର ରୁ ଉର୍ଦ୍ଧ କର୍ମଚାରୀ ବାରମ୍ବାର ଜିଲ୍ଲା ପ୍ରଶାସନ, ସ୍ଥାନୀୟ ମନ୍ତ୍ରୀ ଙ୍କୁ ଦୁଃଖ ଜଣାଇ ନିରାଶ ହେଲା ପରେ କାରଖାନା ଫାଟକ ସମ୍ମୁଖରେ ବସି ଆନ୍ଦୋଳନ କଲେ, ତା ପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ ସମ୍ମୁଖରେ ରେ କିଛି ଦିନ ଧାରଣା ରେ ବସିଲା ପରେ ମଧ୍ୟ୍ୟ କେହି କିଛି କର୍ଣ୍ଣପାତ କଲେ ନାହିଁ ! ଶେଷରେ ରାଜଧାନୀ ଲୋୟର ପି. ଏମ. ଜି ରାଜରାସ୍ତାରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇବା ପାଇଁ ଗର୍ଜନ କଲେ !
ମୁଖ୍ୟତଃ ତିନି ଦଫା ଦାବୀ ନେଇ ମେସ୍କୋ କର୍ମଚାରୀ ମାନେ ତାଙ୍କର ହକ ପାଇଁ ଆନ୍ଦୋଳନ କରୁଛନ୍ତି, ପ୍ରଥମେ କାରଖାନା କୁ ପୁନଃ ଚାଲୁ କରାଯାଉ, ଦ୍ୱିତୀୟ ରେ ମେସ୍କୋ ର ରେଳ ସାଇଡଙ୍ଗ ଭଡାରେ ଚାଲିଛି ସେ ଟଙ୍କା ରୁ କିଛି କିଛି କର୍ମଚାରୀ ଙ୍କୁ ବକେୟା ଦରମା ଦେବା ପାଇଁ ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାକୁ କାର୍ଯ୍ୟକାରୀ କରାଯାଉ,ତୃତୀୟ ରେ ଭବିଷ୍ୟନିଧି ପାଣ୍ଠି ଭରଣ କରାଯାଉ, ସବୁଠୁ ବଡ଼ ଅଭିଯୋଗ ହେଲା ମେସ୍କୋ କାରଖାନା ଭିତରେ ଥିବା ରେଳ ସାଇଡଙ୍ଗ କୁ ସ୍ଥାନୀୟ ପ୍ରଶାସନ, ନେତା ଓ କମ୍ପାନୀ କର୍ତ୍ତୃପକ୍ଷ ଚତୁରତାର ସହ ଭଡା ଲଗାଇ ବର୍ଷକୁ କୋଟି କୋଟି ଟଙ୍କା ଲାଭ କରୁଥିବା ବେଳେ କର୍ମଚାରୀ ଙ୍କୁ ଅର୍ଥରାସୀ ଦିଆଯିବ କହି ଭୁଆଁ ବୁଲାଉଛନ୍ତି, ଏହାକୁ ନେଇ ହଜାର କର୍ମଚାରୀ ପରିବାର ଅସନ୍ତୋଷ ଥିବା ବେଳେ ବହୁତ ଦୁଃଖ କଷ୍ଟ ରେ କାଳାତିପାତ କରୁଛନ୍ତି !
ପ୍ରଶ୍ନ ଉଠେ ସରକାର ଶିଳ୍ପ ପାଇଁ ଚୁକ୍ତିନାମା କରିଥିବା ବେଳେ ଖଣି, ପାଣି, ଜମି ନେଇ କଣ ଜଣେ ଶିଳ୍ପପତି କାରଖାନା ବନ୍ଦ କରିପାରିବ ସରକାର କିଛି କାର୍ଯ୍ୟନୁଷ୍ଠାନ ନେଇ ପାରିବେ ନାହିଁକି? ପ୍ରଶାସନ ସମ୍ମୁଖରେ ଉପରିସ୍ଥ କର୍ମଚାରୀ ଙ୍କ ସହ ଲିଖିତ ପ୍ରତିଶୃତି ପରେ ରେଳ ସାଇଡଙ୍ଗ ଟଙ୍କା ଦିଆଯାଉନାହଁ କାହଁକି? ତିନିବର୍ଷ ହେଲା ହଜାର ପରିବାର ଭୋକ ଉପାସରେ ଅଛନ୍ତି, ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ଙ୍କର କଣ ଏଥି ପ୍ରତି ଆନ୍ତରିକତା ନାହିଁକି?ଶିଳ୍ପ ପାଇଁ ନିଜର ଚାଷ ଜମି, ଭିଟାମାଟିକୁ ଜଳାଞ୍ଜଳି ଦେଇ ବିସ୍ଥାପିନ ର ବୋଝ ବହୁଥିବା ବିସ୍ଥାପିତ ଙ୍କର ନାର୍ଯ୍ୟ ପ୍ରାପ୍ୟ ଓ ଅଧିକାର କୁ ଦଳି ଦୁଃଖ ଦିଆଯାଉଛି କାହିଁକି? ସରକାର ପ୍ରଶାସନ ଯେତିକି ଉଦ୍ୟମ କରିବା କଥା ତାହା କରୁନଥିବା ଆଜି ଦେଖିବାକୁ ମିଳୁଛି ! ମେସ୍କୋ କର୍ମଚାରୀ ମାନେ ନିଜର ଦୁଃଖ ଜଣେଇବା ପାଇଁ ଆଜି ମହାମହିମ ରାଷ୍ଟ୍ରପତି ଙ୍କ ପାଖକୁ ଯାଇଛନ୍ତି !ଏହି ସମସ୍ୟା ର ଅନ୍ତ ଘଟିବାକୁ ଆଉ କେତେଦିନ ଲାଗିବ,ଆଉ ସରକାର କେବେ ଏହାର ସମାଧାନ କରିବେ, ତାହା ଦେଖିବାକୁ ବାକି ରହିଲା !