Odisha news

ଜିଆ ଖତ ନାମରେ ହରିଲୁଟ ଘଟଣା ରେ ତଦନ୍ତ ପାଇଁ ଗାଁରେ ପହଂଚିଲା ଟିମ

0

ଧରାକୋଟ ବ୍ଲକର ସରଧାପୁର ପଞ୍ଚାୟତର କୁଶବାର, ବରିଗୁଡା ଓ ସରଧାପୁର ଗ୍ରାମରେ ୧୫୦ ରୁ ଉଦ୍ଧ ଚାଷୀଙ୍କୁ ଜୈବ ଖତ ପ୍ରସ୍ତୁତି ପାଇଁ ଚାହ୍ନଟ କରାଯାଇଥିଲା। ଏଥିପାଇ ଗତ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଚାଷୀଙ୍କୁ ୪ଟି ନନ୍ଦ ଓ ଗୋଟିଏ ପ୍ଲେଟ ଦିଆଯାଇଥିଲା। ଏପରି କି ୨୮.୧୦.୨୦୨୧ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ (ସି.ଡି.ଏ.ଓ) ରୁ ୨୮୦୦ ଟଙ୍କା ପୁଣି ଗତ ମାସରେ ଆଉ ୩୩୦୦ ଟଙ୍କା ମଧ୍ୟ ହିତାଧିକାରୀଙ୍କ ଖାତାକୁ ପ୍ରଦାନ କରାଯାଇଥିଲା। ହେଲେ କେହି ଜଣେ ବି ଚାଷୀ ଜୈବିକ ଖତ ପ୍ରସ୍ତୁତ କରି ନାହାନ୍ତି। କାରଣ ବିଭାଗ ପକ୍ଷରୁ ଏଥିପାଇ ଚାଷୀଙ୍କୁ କିଛି ସୂଚନା ପ୍ରଦାନ କରାଯାଇ ନି କି ଜିଆ ଦିଆଯାଇ ନାହିଁ। କେବଳ ସେତିକି ନୁହେଁ ଏହି ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ ଚାଷୀ ଚୟନ କରିବା ଓ ସୁବିଧା ଯୋଗଦେବାର ଭାର ଗୋଟିଏ ଏନ.ଜି.ଓ ସଂସ୍ଥାକୁ ଦିଆଯାଇଥିବା ବେଳେ ତାହାର କର୍ମଚାରୀ ମାନେ କୃଷକ ସାଥିଙ୍କୁ ମାଧ୍ୟମ କରି ଲୋକଙ୍କ ଖାତାକୁ ପ୍ରଥମ କିସ୍ତିରେ  ଯେଉଁ ୨୮୦୦ ଟଙ୍କା ଆସିଥିଲା ସେଥିରୁ ୧୫୦୦ ଟଙ୍କା ନେଇଯାଇଥିବା ବିଷୟରେ ଚାଷୀ ମାନେ ଅଭିଯୋଗ ଆମ ଖବର କାଗଜ ମାଧ୍ୟମରେ ପ୍ରଥମେ ଅଭିଯୋଗ କରିଥିଲେ।ଚାଷୀଙ୍କ ଅଭିଯୋଗକୁ ଆଧାରକରୀ ଖବର ପ୍ରସାରଣ ପରେ ଏଵେ ଚେଇଁ ଉଠିଛି କୃଷି ବିଭାଗ. ଏହାର ତଦନ୍ତ କରିବା ପାଇଁ ଭୁବନେଶ୍ବରରୁ ଏକ ଟିମ ଜିଲ୍ଲା କୃଷି ବିଭାଗୀୟ ଅଧିକାରୀଙ୍କ ସହଯୋଗ ରେ ଗ୍ରାମରେ ପହଞ୍ଚି ଅଭିଯୋଗକାରୀ କୃଷକ ଙ୍କ ସହ ଆଲୋଚନା କରିବା ସହ ଜିଆ ଚାଷ ବିଷୟରେ ଲୋକଙ୍କୁ ବୁଝାଇ ଥିଲେ. ହେଲେ ଚାଷୀଙ୍କ ଏକମାତ୍ର ଅଭିଯୋଗ ସେମାନଙ୍କ ଖାତାକୁ ଆସିଥିବା 1500ଟଙ୍କା କାହିଁକି ନିଆଯାଇଛି ଓ ଜୈବ ଚାଷ ପ୍ରସ୍ତୁତି ରେ କଣ ପାଇଁ ସହଯୋଗ କରାଯାଉନି ବୋଲି ପାଟି ତୁଣ୍ଡ କରିଥିଲେ। ଏପଟେ ତଦନ୍ତରେ ଆସିଥିବା ଅଧିକାରୀ ମଧ୍ୟ ସହମତି ପ୍ରଦାନ କରିଛନ୍ତି ଯେ କେହି ବି ଚାଷୀ ଜିଆ ଖତ କରିନାହାନ୍ତି।କାରଣ ବିଭଗ ଚାଷୀଙ୍କୁ ସହଯୋଗ କରିନାହାନ୍ତି। ଏପରିକି ସେ କହିଛନ୍ତି ଯେ ଚାଷୀଙ୍କ ଖାତାକୁ ଯେଉଁ ଟଙ୍କା ଆସୁଛି ତାହା ସେମାନଙ୍କର ଯଦି କେହି ମାଗେ ତେବେ ତୁରନ୍ତ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବେ । ଏପରିକି ଚାଷୀଙ୍କ ଠାରୁ ଯେଉଁ 1500 ଟଙ୍କା ନିଆ ଯାଇଛି ତାହା ଠିକ ନୁହେଁ। ଆମେ ସମ୍ପୃକ୍ତ ଏନ.ଜି.ଓ କୁ ସମୟ ଦେଇଛୁ ସେମାନେ ଚାଷୀଙ୍କୁ ଜିଆ ଖତ ପ୍ରସ୍ତୁତି ରେ ସହ ଯୋଗ କରିବେ ।

Leave A Reply