Odisha news

କୁଲାଗଡ ଦଣ୍ଡନାଚ ବ୍ରହ୍ମପୁର ସହର ଉସ୍ଛବ ମୁଖର

0

ବ୍ରହ୍ମପୁର : ପ୍ରସିଦ୍ଧ ଦଣ୍ଡନାଚ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହର ର ବେଶ ଉସ୍ଛବ ମୁଖର ହୋଇ ଉଠିଛି। ଦଣ୍ଡ ନାଚ ରେ ସାହି ସାହି ରେ ଢୋଲ,ଘଣ୍ଟତାଳ ଓ ତୁରି ସହିତ କଳାରୁଦ୍ର ମଣିକୁ ଭଜହେ ବୋଲି ଭୁକ୍ତ ମାନଙ୍କ ଡାକରେ ସହର ଉସ୍ଛବ ମୁଖର ହୋଇ ଉଠିଛି। ଗଞ୍ଜାମ ଜିଲ୍ଲା କୁଲାଗଡ ଗ୍ରାମ ମା ଦଣ୍ଡକାଳୀଙ୍କ ପ୍ରସିଦ୍ଧ କୁଲାଗଡ ଦଣ୍ଡନାଚ ଆଜି ସହର ସମେତ ପୁରପଲ୍ଲୀ ରେ ଏହି ଦଣ୍ଡ ଯାତ୍ରା ଦେଖିବାକୁ ଆସିଥିଲେ।  ଏହି କୁଲାଗଡ ଦଣ୍ଡନାଚ ରେ ପ୍ରାୟ ପାଖାପାଖି ୧୫ ଶହ ଭୂକ୍ତା ରହି ଛିନ୍ତି ବୋଲି ନାଚ ଅଧିକାରୀ ହିନ ଗୌଡ କହିଛନ୍ତି। ଏହି ଦଣ୍ଡନାଚକୁ ପରିଚାଳନା କରିବାପାଇଁ ପାଟଭୂକୁତା ସନ୍ତୋଷ ଗୌଡ,କଳସି ଧନୁ ମୁନୀ ପ୍ରମୁଖ ଦାଇତ୍ବ ଗ୍ରହଣ କରି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ନାଚରେ ଭୁକ୍ତା ମାନେ ଅତି ନିଘା ନିଷ୍ଠା ରେ ରହୁଥିବା ବେଳେ ନାଚୁଆ ପିଲା ମାନଙ୍କୁ ମଧ୍ୟ ସେହି ପରି ନିୟମକୁ ମାନି ଚଳିବାକୁ ପଡୁଛି ବୋଲି କମିଟି ସଦସ୍ୟ କଂଗ୍ରେସ ବିଶୋଇ କହିଛନ୍ତି। ଯାତ୍ରା ର ପରିଚାଳନା କରିବା ପାଇଁ ପ୍ରଦୀପ ପାଣିଗ୍ରାହୀ, ସିମାଞ୍ଚଳ ସେନାପତି, ଭଗବାନ ସ୍ବାଇଁ, କାମେଶ୍ବର ତାରିଣୀ ଓ କଂଗ୍ରେସ ବିଶୋଇ କମିଟି ଦାଇତୂ ରେ ରହିଥୀବା କୁହାଯାଇଛି।

ଆଜି ସ୍ଥାନୀୟ ତୁଳସୀ ନଗର ସ୍ଥିତ ମାନସିକ ଧାରୀ ଭକ୍ତଙ୍କ ଘର ସମ୍ମୁଖରେ ପହଞ୍ଚି ଥିଲେ।ପ୍ରଥମେ ତାଙ୍କ ଘର ସମ୍ମୁଖରେ କୁମ୍ଭ ଢାଳି ବିଣାକାରଙ୍କ ଦ୍ବାରା ସଙ୍ଗିତ ପରିବେଷଣ କରିଥିଲେ। ପରେ ଧୁଳିଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ,ପରେ ପାଣା ପାଣି ସେବନ କରି ସନ୍ଧ୍ୟା ସମୟରେ ଆରତି ପରେ ଭୋଗ ଲାଗି ନିମନ୍ତେ ଚୁଲି ଜଳି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ଦଣ୍ଡ ନାଚ ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ ଜମି ଥିଲା। ଏହି ଦଣ୍ଡ କାଳୀଯାତ୍ରା ୧୩ ଦିନିଆ ପୁଞ୍ଜା ଗତ ଦୁଇ ତାରିଖ ଠାରୁ ଆରମ୍ଭ ହୋଇ ଥିବା ବେଳେ ୨୧ ଦିନିଆ ଯାତ୍ରା ଗତ ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି।  ଜିଲ୍ଲାର ସମସ୍ତ କାଳୀ ମନ୍ଦିର ସମେତ ସମଗ୍ର ଜିଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଦଣ୍ଡ ଯାତ୍ରା ଦଳ ରେ ଶହଶହ ସଂଖ୍ୟାରେ ମାନସିକଧାରୀମାନେ ଭୁକ୍ତା ଭାବରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ ୧୩ ଦିନ କାଳ ସ୍ୱତ ବସ୍ତ୍ରକୁ ପରିଧାନକରି ହରଗୌରୀଙ୍କୁ ସଙ୍ଗ ରେ ଧରି ସମଗ୍ର ଜିଲାର ବିଭିନ୍ନ ଗ୍ରାମଗୁଡ଼ିକୁ ଖାଲି ପାଦରେ ଚାଲିଚାଲି ଯାଇ ମାନସିକଧାରୀଙ୍କ ଘର ସମ୍ମୁଖରେ ପହଞ୍ଚିଛନ୍ତି। ଗୋଟିଏଥର ନିଃଶବ୍ଦ ଅର୍ଧ ରାତ୍ରରେ ଅକଟା, ଅବଟା, ଅଫୁଟା ଖାଦ୍ୟ ଭୋଗ ଲାଗି ପରେ ସେବନ କରିଥାନ୍ତି। ଏହି ଯାତ୍ରା ଆସନ୍ତା ୧୪ ତାରିଖ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଉଦ୍‌ଯାପିତ ହେବ।

Leave A Reply